ETV Bharat / state

ସମ୍ଭାବ୍ୟ ବାତ୍ୟା, କାଲିଠୁ ୭ଯାଏଁ ରାଜ୍ୟରେ ବର୍ଷା !

author img

By ETV Bharat Odisha Team

Published : Dec 2, 2023, 7:11 PM IST

ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ସମ୍ଭାବନା । ରବିବାରଠୁ ଆସନ୍ତା ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ । ଅଧିକ ପଢନ୍ତୁ

cyclone in next 24 hours
cyclone in next 24 hours

ସମ୍ଭାବ୍ୟ ବାତ୍ୟା, ଆସନ୍ତାକାଲିଠୁ ୭ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତାକାଲି (ରବିବାର)ଠୁ ରାଜ୍ୟରେ ବର୍ଷା ସମ୍ଭାବନା । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳଏ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଗତ ୬ ଘଣ୍ଟା ତଳେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଦକ୍ଷିଣ ପଶ୍ଚିମ ଦିଗରେ ୧୮ କିମି ବେଗରେ ଗତି କରୁଛି । ବର୍ତ୍ତମାନ ଏହା ଚେନ୍ନାଇ ଠାରୁ ଦକ୍ଷିଣ ପୁର୍ବ ଦିଗରେ ୪୫୦ କିମି ଦୂରରେ ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ।

ଏହା ବି ପଢନ୍ତୁ- ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀଙ୍କୁ ସତର୍କତା: ଫସଲ ସୁରକ୍ଷିତ ରଖିବାକୁ କୃଷି ବିଭାଗର ପରାମର୍ଶ

ଆଗାମୀ ୨୪ ଘଣ୍ଟା ଭିତରେ ଏହା ଦକ୍ଷିଣ ପଶ୍ଚିମ ଦିଗରେ ଅଗ୍ରସର କରିବା ସହ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡର ରୂପ ନେବ । ୪ ତାରିଖ ସନ୍ଧ୍ୟା ବେଳକୁ ବାତ୍ୟା ଅତିକ୍ରମ କରିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ଘୂର୍ଣ୍ଣିବାତ୍ୟା ଡିସେମ୍ବର ୪ ତାରିଖ ସନ୍ଧ୍ୟାରେ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମଛଲିପଟନମରେ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହି ବାତ୍ୟାର ପ୍ରଭାବ ଓଡିଶା ଉପରେ ଏତେଟା ପଡିବ ନାହିଁ । କିନ୍ତୁ ବଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଛି ।

ଏହା ବି ପଢନ୍ତୁ- ପାଣିପାଗ ଅପଡେଟ: ଆସନ୍ତା ୨ ତାରିଖରେ ଘୂର୍ଣ୍ଣିବାତ୍ୟାର ରୂପ ନେବ ଲଘୁଚାପ

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ କୌଣସି ନିୟାମକ ସକ୍ରିୟ ନଥିବାରୁ ପାଗ ଶୁଖିଲା ରହିବ। ପରେ ୩ ତାରିଖରେ ଯେତେବେଳେ ବାତ୍ୟାର ରୂପନେବ ଘୁର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟର ଉପକୂଳ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ପରେ ୪ ତାରିଖରେ ଉପକୂଳ ଛୁଇଁବା ପରେ ବାତ୍ୟା ବର୍ଷାର ପରିମାଣ ବଢିବା ସହ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସହ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.