ବୈଠକକୁ ଆସିଲେନି ନିର୍ବାହୀ ଅଧିକାରୀ, ପୌର ପରିଷଦ ଆଗରେ କାଉନସିଲରଙ୍କ ବିକ୍ଷୋଭ

author img

By

Published : Nov 24, 2022, 9:50 AM IST

ବୈଠକକୁ ଆସିଲେନି ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ, ପୌର ପରିଷଦ ଆଗରେ କାଉନସିଲରଙ୍କ ବିକ୍ଷୋଭ

ଗୁରୁତ୍ବପୂର୍ଣ୍ଣ ବୈଠକକୁ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀଙ୍କ ଅଣଦେଖା । ସ୍ଥାୟୀ ଅଧିକାରୀ ନିଯୁକ୍ତି ଦାବିରେ ଖୋର୍ଦ୍ଧା ପୌର ପରିଷଦ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ କାଉନସିଲର । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା: ପୌର ପରିଷଦ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ କାଉନସିଲର । ସ୍ଥାୟୀ ଅଧିକାରୀ ନିଯୁକ୍ତି ଦାବିରେ କାଉନସିଲରମାନେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରିଥିବା କହିଛନ୍ତି । ଗୁରୁତ୍ବପୂର୍ଣ୍ଣ ବୈଠକକୁ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଅଣଦେଖା କରିବା ନେଇ ଅସନ୍ତୋଷ ଦେଖା ଦେଇଛି ।

ବୈଠକକୁ ଆସିଲେନି ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ, ପୌର ପରିଷଦ ଆଗରେ କାଉନସିଲରଙ୍କ ବିକ୍ଷୋଭ

ସୂଚନା ଅନୁସାରେ ଆଜି (ବୁଧବାର) ଦିନ ୧୧ଟା ସମୟରେ ପୌର ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ହେଇଥିଲା । ଏଥିପାଇଁ ସ୍ଥାନୀୟ ବିଧାୟକ ଓ ସମସ୍ତ କାଉନସିଲମାନେ ସଠିକ ସମୟରେ ଉପସ୍ଥିତ ହେଇଥଲେ । ବିଧାୟକ ଜିତୁ ମିତ୍ର ଓ କାଉନସିଲରମାନେ ଦେଢ଼ ଘଣ୍ଟା ଅପେକ୍ଷା କରିବା ସତ୍ତ୍ବେ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ତଥା ତହସିଲଦାର ଆସିନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି କାଉନସିଲରମାନେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖ ଗେଟ୍ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିବା କହିଛନ୍ତି ।

ଏହା ସହିତ ଏଠାରେ ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ସ୍ଥାୟୀ ଅଧିକାରୀ ନଥିବା ଫଳରେ ପୌର ପରିଷଦ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ତେବେ ରାଜ୍ୟ ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ଉତ୍ତ୍ୟକ୍ତ କାଉନସିଲର ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.