ETV Bharat / state

କେତେ ବିକଶିତ ଓଡିଶା: ଗୁମର ଖୋଲିଲା କଂଗ୍ରେସ, ଜବାବ ରଖିଲା ବିଜେଡି

author img

By ETV Bharat Odisha Team

Published : Nov 13, 2023, 8:29 PM IST

Updated : Nov 13, 2023, 10:06 PM IST

ନ୍ୟାସନାଲ ସାମ୍ପୁଲ ସର୍ଭେ ରିପୋର୍ଟ 2023କୁ ଆଧାର କରି କଂଗ୍ରେସ ମୁଖପାତ୍ର ପଞ୍ଚାନନ ଦାସ ପାନୀୟ ଜଳ ରନ୍ଧନ ଗ୍ୟାସ, ଶୌଚାଳୟ, ଇନଫ୍ୟାଣ୍ଟ ମୋର୍ଟାଲିଟି ରେଟ, ନାରୀ ନିର୍ଯାତନା, ମଦ୍ୟପାନ ଏବଂ ମୁଣ୍ଡ ପିଛା ଆୟରେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ଏବଂ ଜାତୀୟ ଆଭରେଜ ତୁଳନାରେ ବହୁତ ଆଗରେ ରହିଛି ବୋଲି କହିଛନ୍ତି । ଅଧିକ ପଢନ୍ତୁ

କେତେ ବିକଶିତ ଓଡିଶା, ଗୁମର ଖୋଲିଲା କଂଗ୍ରେସ, ଜବାବ ରଖିଲା ବିଜେଡି
କେତେ ବିକଶିତ ଓଡିଶା, ଗୁମର ଖୋଲିଲା କଂଗ୍ରେସ, ଜବାବ ରଖିଲା ବିଜେଡି

କେତେ ବିକଶିତ ଓଡିଶା, ଗୁମର ଖୋଲିଲା କଂଗ୍ରେସ, ଜବାବ ରଖିଲା ବିଜେଡି

ଭୁବନେଶ୍ବର: ଅନ୍ୟ ରାଜ୍ୟ ତୁଳନାରେ ବିକାଶରେ କେତେ ଆଗୁଆ ଓଡିଶା । ରାଜ୍ୟ ସରକାର 5ଟି ନାଁରେ ବିକାଶର ଡିଣ୍ଡିମ ପିଟୁଛନ୍ତି । ଜନ୍ମରୁ ମୃତ୍ୟୁ ଯାଏଁ ଯୋଜନା କରିଛନ୍ତି । ବିକାଶ ନାଁରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, ଶିଳ୍ପ, ପର୍ଯ୍ୟଟନ, ମହିଳା ସୁରକ୍ଷା, ନିଯୁକ୍ତି, ରୋଜଗାର ଭଳି କ୍ଷେତ୍ରରେ ଓଡିଶା ଠିକ ଦିଗରେ ଯାଉଛି ତ ? ନା ବିକାଶ ନାଁରେ ହେଉଛି ହରିଲୁଟ ? କେନ୍ଦ୍ର ସରକାରଙ୍କ ବିଭିନ୍ନ ସର୍ଭେ ରିପୋର୍ଟକୁ ନେଇ ଏଭଳି ଏକାଧିକ ପ୍ରଶ୍ନ ଉଠାଇଛି ଓଡିଶା କଂଗ୍ରେସ ।

ଅଧିକ ପଢନ୍ତୁ- ସରକାରୀ ଯୋଜନାରେ ଦଳୀୟ ଚିହ୍ନ ବ୍ୟବହାର, ହେବ ଆଇନଗତ ଲଢେଇ: କଂଗ୍ରେସ

ନ୍ୟାସନାଲ ସାମ୍ପୁଲ ସର୍ଭେ ରିପୋର୍ଟ 2023କୁ ଆଧାର କରି କଂଗ୍ରେସ ମୁଖପାତ୍ର ପଞ୍ଚାନନ ଦାସ ପାନୀୟ ଜଳ ରନ୍ଧନ ଗ୍ୟାସ, ଶୌଚାଳୟ, ଇନଫ୍ୟାଣ୍ଟ ମୋର୍ଟାଲିଟି ରେଟ, ନାରୀ ନିର୍ଯାତନା, ମଦ୍ୟପାନ ଏବଂ ମୁଣ୍ଡ ପିଛା ଆୟରେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ଏବଂ ଜାତୀୟ ଆଭରେଜ ତୁଳନାରେ ବହୁତ ଆଗରେ ରହିଛି ବୋଲି କହିଛନ୍ତି । ପଞ୍ଚାନନ କହିଛନ୍ତି ପାନୀୟ ଜଳ ଓଡିଶାର 30 ପ୍ରତିଶତ ଲୋକ ପାଇପ ଯୋଗେ ପାନୀୟ ଜଳ ପାଉଛନ୍ତି । 66 ପ୍ରତିଶତ ଲୋକ ଓଡିଶାରେ ପିଇବା ପାଣି ସୁବିଧାରୁ ବଞ୍ଚିତ ଅଛନ୍ତି । ଏହି କ୍ଷେତ୍ରରେ ଓଡିଶା ଠାରୁ ବିହାର ଆଗରେ ଅଛି ।

ପଞ୍ଚାନନ ଆହୁରି କହିଛନ୍ତି ନ୍ୟାସନାଲ ସାମ୍ପୁଲ ସର୍ଭେ 2023 ଅନୁସାରେ ଓଡିଶାରେ 31.4 ପ୍ରତିଶତ ମହିଳା ଗ୍ୟାସରେ ରୋଷେଇ କରୁଛନ୍ତି । ବାକି ପାଖାପାଖି 67 ପ୍ରତିଶତ ମହିଳା ଏବେବି ଗ୍ୟାସରେ ରୋଷେଇ କରୁନାହାନ୍ତି । କ୍ଲିନ ଇନ୍ଧନ ପାଉଛନ୍ତି 31.9 ପ୍ରତିଶତ ମହିଳା । ସେହିପରି ବହୁ ପ୍ରଚାରିତ ଶୌଚାଳୟ କ୍ଷେତ୍ରରେ ଓଡିଶାର 71 ପ୍ରତିଶତ ଘରେ ଶୌଚାଳୟ ଅଛି । ଭାରତରେ ଶୌଚାଳୟ ବ୍ୟବହାରର ଆଭରେଜ ରହିଛି 85 ପ୍ରତିଶତ । ଅର୍ଥାତ ଏହି କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡିଶାର ସ୍ଥାନ 21 ରହିଛି ।

ସେହିଭଳି ନ୍ୟାସନାଲ କ୍ରାଇମ ବ୍ୟୁରୋ ରେକର୍ଡକୁ ଆଧାର କରି କଂଗ୍ରେସ କହିଛି ଓଡିଶାରେ ପ୍ରତି ହଜାରେ ମହିଳାଙ୍କ ମଧ୍ୟରୁ 137 ଜଣଙ୍କ ବିରୋଧରେ ଅପରାଧ ଘଟୁଥବା ବେଳେ ଭାରତରେ ଏହା ରହିଛି ପ୍ରତି ହଜାରରେ 67 । କହିବାକୁ ଗଲେ ପାଖପାଖି ଡବଲ ଓଡିଶାର ହାର । ଏତତ ବ୍ୟତୀତ ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ ସିରିଜ-5 ତଥ୍ୟ ଅନୁସାରେ ଓଡିଶାରେ 28 ପ୍ରତିଶତ ପୁରୁଷ ମଦ୍ୟ ପାନ କରୁଥିବା ବେଳେ 4 ପ୍ରତିଶତ ମହିଳା ମଦ୍ୟ ପାନ କରିଥାନ୍ତି । ଜାତୀୟସ୍ତରରେ 18 ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବା ବେଳେ 1.8 ପ୍ରତିଶତ ମହିଳା ମଦ୍ୟପାନ କରୁଛନ୍ତି । ଗୁଜରାଟରେ ମାତ୍ର 5 ପ୍ରତିଶତ ପୁରୁଷ ମଦ୍ୟପାନ କରିଥାନ୍ତି । କେରଳରେ 0.2 ପ୍ରତିଶତ ମହିଳା ମଦ୍ୟପାନ କରିଥାନ୍ତି । ଏଥିରୁ ସହଜରେ ଅନୁମାନ କରାଯାଇପାରେ ଓଡିଶାର ସ୍ଥିତି କଣ ରହିଛି ବୋଲି କଂଗ୍ରେସ ମୁଖପାତ୍ର ପ୍ରଶ୍ନ ଉଠାଇଛନ୍ତି ।

ନୀତି ଆୟୋଗଙ୍କ ସଦ୍ୟ ରିପୋର୍ଟ ଅନୁସାରେ ଓଡିଶାରେ ମୁଣ୍ଡ ପିଛା ଆୟ ଲକ୍ଷେ 1ହଜାର 501 ରହିଥିବା ବେଳେ ସିକିମରେ ଏହା ରହିଛି 4ଲକ୍ଷ ଏବଂ କେରଳରେ ଏହା ରହିଛି 2ଲକ୍ଷ । ରାଜ୍ୟରେ ବିକାଶର ଚିତ୍ର ଯାହା ଦେଖାଯାଉଛି ବାସ୍ତବ ତଥ୍ୟ ସେୟା ନୁହେଁ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ପଞ୍ଚାନନ ଦାସ ।

ଅଧିକ ପଢନ୍ତୁ- ଜଗନ୍ନାଥ ସଂସ୍କୃତିକୁ ପ୍ରସଙ୍ଗ କରିବ କି କଂଗ୍ରେସ, ସଂକୀର୍ତ୍ତନ ଶୋଭାଯାତ୍ରା ସଂକେତ କି ?

ଅନ୍ୟପଟେ କଂଗ୍ରେସର ଏହି ଅଭିଯୋଗର ଜବାବ ରଖନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲୀ । ନବୀନଙ୍କ ନେତୃତ୍ବରେ ଓଡିଶାରେ ବିକାଶ ହୋଇଛି । ବିକାଶର ପ୍ରକ୍ରିୟା ଏବେବି ଜାରି ରହିଛି । ବିରୋଧୀ ତୁଳସୀ ଯାତ୍ରା କରନ୍ତୁ କି ବ୍ଲକ ପଞ୍ଚାୟତ ଘେରାଉ କରନ୍ତୁ ତାହା ଲୋକଙ୍କ ମନକୁ ଛୁଇଁବା ଆବଶ୍ୟକ । ଲୋକଙ୍କ ମାନସିକ ପ୍ରଭାବିତ ହେବାର ଅଛି । କିନ୍ତୁ ବିଜେଡ଼ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିକାଶକୁ ପ୍ରାଥମିକତା ଦେଇଛି । ବିକାଶ କାର୍ଯ୍ୟ ଆଗକୁ ବଢୁଥିବାରୁ ଲୋକ ବିକାଶରେ ପ୍ରଭାବିତ ହେଉଛନ୍ତି । ବିରୋଧୀଙ୍କ କୌଣସି କାମର ପ୍ରଭାବ ପଡ଼ିବନି ।

ନ୍ୟାସନାଲ ସାମ୍ପୁଲ ସର୍ଭେ ରିପୋର୍ଟ, ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ ସିରିଜ-5, ନୀତି ଆୟୋଗ ରିପୋର୍ଟ ଓ ନ୍ୟାସନାଲ କ୍ରାଇମ ବ୍ୟୁରୋ ରେକର୍ଡର ତଥ୍ୟ କହୁଛି ଓଡିଶାର ସ୍ଥିତି ପ୍ରତ୍ୟେକଟି କ୍ଷେତ୍ରରେ କେଉଁ ସ୍ଥାନରେ ରହିଛି । କିନ୍ତୁ ବିଜେଡିର ଯବାବ ଲୋକେ ବିକାଶକୁ ଗ୍ରହଣ କରିଛନ୍ତି । ବାସ୍ତବିକ ଲୋକେ କେତେଦୂର ବିକାଶର ସ୍ବାଦ ପାଉଛନ୍ତି ତାହା ହିଁ ଏବେ ସବୁଠାରୁ ବଡ ପ୍ରଶ୍ନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 13, 2023, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.