ଅଗ୍ନିପଥ ଯୋଜନାକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ

author img

By

Published : Jun 27, 2022, 4:02 PM IST

congress protest against agnipath scheme in khordha

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ବିରୋଧୀ ଦଳଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଦେଖିବାକୁ ମିଳିଛି ।

congress protest against agnipath scheme in khordha

ବେଗୁନିଆ ବ୍ଲକ ସମ୍ମୁଖରେ କଂଗ୍ରେସ ନେତା ପୃଥ୍ଵୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ସାମିଲ ହେଇ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଏକ ବିଫଳ ଯୋଜନା ବୋଲି କଂଗ୍ରେସ କହିଛି । ଏହି ଯୋଜନାରେ ସାମିଲ ହେଲେ 4 ବର୍ଷରେ ଚାକିରି କାର୍ଯ୍ୟକାଳ ସରିବା ପରେ ଦେଶର ଯୁବପିଢ଼ିମାନେ ଚାପର ବଶବର୍ତ୍ତୀ ହୋଇ ବିପଥଗାମୀ ହେବେ । ତେଣୁ ଆମେ ଏଭଳି ହେବାକୁ ଦେବୁନାହିଁ ବୋଲି କଂଗ୍ରେସ ନେତା ପୃଥ୍ଵୀବଲ୍ଲଭ ପଟ୍ଟନାୟକ କହିଛନ୍ତି । ଏହି ଆନ୍ଦୋଳନରେ ଯୁବ ଛାତ୍ର କଂଗ୍ରେସ ପକ୍ଷରୁ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ । ସେହିପରି ଚିଲିକା ବ୍ଲକ ସମ୍ମୁଖରେ ମଧ୍ୟ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.