ETV Bharat / state

ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେଲେ କଂଗ୍ରେସ ନେତା ନାରାୟଣ ଜେନା

author img

By ETV Bharat Odisha Team

Published : Nov 17, 2023, 10:36 PM IST

ହାତ ଛାଡି ଶଙ୍ଖ ଫୁଙ୍କିଲେ କଂଗ୍ରେସ ନେତା ନାରାୟଣ ପ୍ରସାଦ ଜେନା । ସେ ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

narayan prasad jena joined bjd
ବିଜେଡିରେ ସାମିଲ ହେଲେ ନାରାୟଣ ଜେନା

ବିଜେଡିରେ ସାମିଲ ହେଲେ ନାରାୟଣ ଜେନା

ଭୁବନେଶ୍ବର: ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ନାରାୟଣ ପ୍ରସାଦ ଜେନା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ନାରାୟଣଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଦଳର ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ନାରାୟଣ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ଶତାଧିକ କଂଗ୍ରେସ କର୍ମୀଙ୍କୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରାଯାଇଛି । ବିଜୁ ଜନତା ଦଳରେ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଉଭୟ ନେତା କହିଛନ୍ତି ।

ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ ହୋଇଛି ମିଶ୍ରଣ ପର୍ବ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ନାରାୟଣଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ବିଜେଡ଼ିରେ ସାମିଲ ହୋଇଥିବା କଂଗ୍ରେସ ନେତା ନାରାୟଣ ପ୍ରସାଦ ଜେନା କହିଛନ୍ତି, "ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଲୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।"

ଏହା ବି ପଢନ୍ତୁ...BJD Joining: ଶଙ୍ଖ ଫୁଙ୍କିଲେ ବିଜେପି ନେତା, ଯାଜପୁରର ଶତାଧିକ କର୍ମୀ ବିଜେଡିରେ ସାମିଲ

ଏହି ମିଶ୍ରଣ ପର୍ବରେ କନକପୁର ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ତଥା କନକପୁର ସମବାୟ ସମିତି ସଭାପତି ଅଜୟ କୁମାର ରାଉଳ, କନକପୁର ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ପର୍ଶୁରାମ ଭଟ୍ଟ, କନକପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସତ୍ୟଭୂଷଣ ଦାସ, ପୂର୍ବତନ ନାଏବ ସରପଞ୍ଚ କ୍ଷୀରୋଦ ଚନ୍ଦ୍ର ସେଠୀ, ଗୋବିନ୍ଦପୁର ପାଣିପଞ୍ଚାୟତର ସଭାପତି ରଶ୍ମିରଞ୍ଜନ ପରିଜା, ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ଉପସଭାପତି ସଞ୍ଜୟ ମହାନ୍ତି, ତିର୍ତ୍ତୋଲ ବ୍ଲକର ବରିଷ୍ଠ କଂଗ୍ରେସ ନେତା ନୃସିଂହ ଚରଣ ଲେଙ୍କା, ଅଶୋକ କୁମାର ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ଭଟ୍ଟ, ଜଗତସିଂହପୁର ଜିଲ୍ଲା ଛାତ୍ର କଂଗ୍ରେସ ସମ୍ପାଦକ ଶୁଭ୍ରଜିତ ଲେଙ୍କା, ତିର୍ତ୍ତୋଲ ବ୍ଲକ ଯୁବ କଂଗ୍ରେସ ସମ୍ପାଦକ ଦେବୀ ପ୍ରସାଦ ରାଉଳ ଓ ଦୀନେଶ ମହାନ୍ତିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.