ETV Bharat / state

କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ, ମୌନ ସତ୍ୟାଗ୍ରହ କଲା କଂଗ୍ରେସ

author img

By

Published : Jul 12, 2023, 7:04 PM IST

ମୋଦି ସରକାରଙ୍କ ବିରୋଧରେ କଂଗ୍ରେସର ପ୍ରତିବାଦ । ସାରା ଦେଶରେ କଂଗ୍ରେସର ମୌନ ସତ୍ୟାଗ୍ରହ । ଏହି କ୍ରମରେ ରାଜ୍ୟ କଂଗ୍ରେସ ଭବନ ସାମ୍ନାରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢ଼ନ୍ତୁ

Congress silent protest
କଂଗ୍ରେସର ମୌନ ସତ୍ୟାଗ୍ରହ

କଂଗ୍ରେସର ମୌନ ସତ୍ୟାଗ୍ରହ

ଭୁବନେଶ୍ବର: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ । କେନ୍ଦ୍ର ବିରୋଧରେ ସାରା ଦେଶରେ କଲା ବଡ ପ୍ରତିବାଦ । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପ୍ରସଙ୍ଗରେ କଂଗ୍ରେସ କରୁଛି ମୌନ ସତ୍ୟାଗ୍ରହ । ଭୁବନେଶ୍ବର ରାଜ୍ୟ କଂଗ୍ରେସ ଭବନ ସାମ୍ନାରେ ପିସିସି ସଭାପତି ଶରତ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: 'ରାହୁଲ ଗାନ୍ଧୀଙ୍କ ପ୍ରତି ଅନ୍ୟାୟ କରୁଛି କେନ୍ଦ୍ର ସରକାର'; ୧୨ରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ଧାରଣା

କଂଗ୍ରେସର ମୌନ ସତ୍ୟାଗ୍ରହରେ ପ୍ରଭାରୀ ଏ ଚେଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ ରାଉତରାୟ ଓ ତାରା ପ୍ରସାଦ ବାହିନୀପତିଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାର କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଦେଶରେ ଗଣତନ୍ତ୍ର ବିପନ୍ନ ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ । ଦେଶରେ, ଘୃଣା, ହିଂସା ଓ ଅରାଜକତା ଚାଲିଥିବାରୁ ରାହୁଲ ପ୍ରେମର ବାର୍ତ୍ତା ବାଣ୍ଟୁଛନ୍ତି । ହେଲେ ବିଜେପି ସରକାର ଏଥିରେ ପ୍ରତିକ୍ରିୟା ଶୀଳ ହୋଇଥିବା କଂଗ୍ରେସ କହିଛି । ନିଜର ଦୋଷ ଲୁଚାଇ ରାହୁଲ ଗାନ୍ଧୀଙ୍କୁ ହଇରାଣ କରାଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ରାହୁଲ ଗାନ୍ଧୀଙ୍କ କଣ୍ଠରୋଧ ପାଇଁ ଚକ୍ରାନ୍ତ କରୁଛି ବିଜେପି: ଛାତ୍ର କଂଗ୍ରେସ

ବିଜେପି ବିରୋଧରେ ଅଭିଯୋଗ କରି କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "କେନ୍ଦ୍ରରେ ମୋଦି ସରକାରଙ୍କ ଏକଛତ୍ର ବାଦ ନୀତି ଚାଲିଛି । ରାହୁଲ ଗାନ୍ଧୀଙ୍କ ବିରୋଧରେ ଷଡଯନ୍ତ୍ର କରି ତାଙ୍କୁ ଲୋକସଭା ଭିତରେ କହିବାକୁ ଦିଆଯାଉନାହିଁ । ରାହୁଲ ଗାନ୍ଧୀଙ୍କ ପ୍ରତି ମୋଦି ସରକାର ଯେଉଁ ଅବିଚାର କରୁଛନ୍ତି ତାକୁ ବରଦାସ୍ତ କରାଯିବ ନାହିଁ । ତାଙ୍କ ପଛରେ କଂଗ୍ରେସ ରହିଛି । ଏହା ବିରୋଧରେ ଆଜି ପ୍ରତିବାଦ କରୁଛି ସାରା ଦେଶ ।"

ଏହା ମଧ୍ୟ ପଢ଼ନ୍ତୁ: Gujarat HC Dismisses Rahul Gandhi's Plea: ବିଜେପି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

କଂଗ୍ରେସର ମୌନ ସତ୍ୟାଗ୍ରହରେ ବହୁ ବରିଷ୍ଠ ନେତା ଯୋଗ ଦେଇଥିବା ବେଳେ ବିଧାୟକ ମହମ୍ମଦ ମୋକିମ ଏବଂ ନରସିଂହ ମିଶ୍ରଙ୍କୁ ଦେଖିବାକୁ ମିଳିନଥିଲା । ଯେତେବେଳେ କଂଗ୍ରେସର ସର୍ବୋଚ୍ଚ ନେତାଙ୍କ ସପକ୍ଷରେ ସାରା ଦେଶ ଅଣ୍ଟା ଭିଡ଼ିଛି ସେତେବେଳେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ନରସିଂହ ମିଶ୍ରଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନ ଛିଡା କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.