ETV Bharat / state

Dhamnagar Bypoll Result: ହାରକୁ ସ୍ବୀକାର କଲେ ନବୀନ, ସୂରଜଙ୍କ ବିଜୟ ନେଇ କହିଲେ ଏମିତି

author img

By

Published : Nov 6, 2022, 10:06 PM IST

ଧାମନଗର ଉପନିର୍ବାଚନ ଫଳାଫଳ ଏବେ ସର୍ବସମ୍ମୁଖରେ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟର ମୁକୁଟ ପିନ୍ଧିଥିବା ବେଳେ ବହୁ ବର୍ଷର ଅନ୍ତରରେ ହାରିଛି ବିଜେଡି । ହାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ । ସୂରଜଙ୍କ ବିଜୟ ନେଇ କହିଲେ ଏମିତି । ଅଧିକ ପଢନ୍ତୁ

Dhamnagar Bypoll Result: ହାରକୁ ସ୍ବୀକାର କଲେ ନବୀନ, ସୂରଜଙ୍କ ବିଜୟ ନେଇ କହିଲେ ଏମିତି
Dhamnagar Bypoll Result: ହାରକୁ ସ୍ବୀକାର କଲେ ନବୀନ, ସୂରଜଙ୍କ ବିଜୟ ନେଇ କହିଲେ ଏମିତି

ଭୁବନେଶ୍ବର: ବିଜେଡିକୁ ବ୍ରେକ ଦେଲା ବିଜେପି । ଧାମନଗରରେ ଫେଲ ମାରିଲା ନବୀନ ମ୍ୟାଜିକ । ବିଜେଡିର ଉପନିର୍ବାଚନ ବିଜୟ ଧାରାରେ ଲାଗିଲା ରୋକ। ବହୁ ପ୍ରତୀକ୍ଷିତ ଧାମନଗର ଉପନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆସିଛି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ଭୁବନେଶ୍ବର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ବିଜେଡିର ପରାଜୟକୁ ନେଇ ନବୀନ ପ୍ରତିକ୍ରିୟା ରଖିଛନ୍ତି (CM Naveen reaction on Dhamnagar Result)। ସୂରଜଙ୍କ ଜିତିବାର ସମ୍ଭାବନା ଅଧିକ ରହିଥିଲା । ସେ ଜନମତକୁ ସ୍ବୀକାର କରିଥିବା କହିଛନ୍ତି ।

ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ । ଏହି ଜନମତକୁ ସେ ସ୍ବୀକାର କରିଥିବା କହିଛନ୍ତି। "ଦିବଙ୍ଗତ ବିଜେପି ନେତା ବିଷ୍ଣୁ ସେଠି ଲୋକପ୍ରିୟ ଥିଲେ। ତାଙ୍କ ପୁଅଙ୍କୁ ବିଜେପି ଟିକେଟ ଦେଇଥିଲା । ତାଙ୍କ ପୁଅଙ୍କର ଜିତିବାର ସମ୍ଭାବନା ଅଧିକ ଥିଲା ।" ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏଭଳି ବୟାନ ଅନେକ ବାର୍ତ୍ତା ଦେଉଛି । ଖାଲି ବିରୋଧୀଙ୍କ ମନୋବଳ ବୃଦ୍ଧି କରିବ ନାହିଁ ବରଂ ଶାସକ ବିଜେଡି ନେତାମାନଙ୍କୁ ମଧ୍ୟ ଅନେକ ଶିକ୍ଷା ଦେବ ।

ଏହା ବି ପଢନ୍ତୁ- ଧାମନଗରରେ ବିଜେପିର ବାଜିମାତ, ପାର୍ଟି ଅଫିସରେ ଜୋରଦାର ସେଲିବ୍ରେସନ

ଦିଗଙ୍ଗତ ନେତା ବିଷ୍ଣୁ ସେଠୀ ତଥା ବାପାଙ୍କ ଆସନକୁ ବଜାୟ ରଖିଛନ୍ତି ପୁଅ ସୂର୍ଯ୍ୟବଂଶୀ ସୁରଜ। ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ୯୮୮୧ ଭୋଟ ବ୍ୟବଧାନରେ ହରାଇ ବାଜିମାତ କରିଛନ୍ତି ସେ । ବିଜେଡି ପାର୍ଥିନୀ ଅବନ୍ତୀ ୭୦୪୭୦ ଭୋଟ ପାଇଛନ୍ତି । ସେହିଭଳି ବିଜେପି ପ୍ରାର୍ଥୀ ସୁରଜଙ୍କୁ ମିଳିଛି ୮୦,୩୫୧ଟି ଭୋଟ । ଫଳରେ ୯୮୮୧ ଖଣ୍ଡ ଭୋଟ ବ୍ୟବଧାନରେ ସେ ବିଜୟଲାଭ କରିଛନ୍ତି । କଂଗ୍ରେସ ଧରାଶାୟୀ ହୋଇଛି । ବାବା ହରେକୃଷ୍ଣ ସେଠୀଙ୍କ ସହ କଂଗ୍ରେସର ହେଭିୱେଟ ପ୍ରଚାର ସତ୍ତ୍ବେ କଂଗ୍ରେସକୁ ମିଳିଛି ୩୫୬୧ ଖଣ୍ଡ ଭୋଟ।

ଏହା ବି ପଢନ୍ତୁ- Dhamnagar bypoll Results: ଭାଙ୍ଗିଲା ଇତିହାସର ଧାରା, 9881 ଖଣ୍ଡ ଭୋଟରେ ଜିତିଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ

ତେବେ କିଙ୍ଗ ନ ହୋଇ କିଙ୍ଗ ମେକର ସାଜିଥିବା ବିଜେଡି ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାସଙ୍କୁ ମିଳିଛି ୮୧୫୩ ଖଣ୍ଡ ଭୋଟ । ସ୍ବାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାଶଙ୍କୁ ମିଳିଛି ୪୯୭ଟି ଭୋଟ। ଗତ ୨୦୧୯ ବିଜେପୁର ଉପନିର୍ବାଚନରେ ରିତା ସାହୁ ବିଜେପୁରରୁ ଜିତିଥିଲେ । ସେହିପରି ବାଲେଶ୍ବରରେ ସ୍ବରୂପ ଦାଶ, ତିର୍ତ୍ତୋଲରେ ଵିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ, ପିପିଲିରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। । କିନ୍ତୁ ଏବେ ଧାମନଗରରେ ପ୍ରଥମ ଥର ବିଜେଡି ଧରାଶାୟୀ ହୋଇ ହାର ସ୍ବୀକାର କରିଛି ।

ତେବେ ଏହା ପଛରେ ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ପ୍ରାର୍ଥୀତ୍ବ ବିଜେଡ଼ି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେଲା ଫଳରେ ବିଜେଡି ହାରିଲା । ଅନ୍ୟପକ୍ଷରେ ବିଜେପି ନିଜ ଭୋଟକୁ ଧରି ରଖିବାରେ ସମର୍ଥ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବ ଓ ତୃଣମୂଲ ସ୍ତରରେ ନିର୍ବାଚନୀ ପରିଚାଳନା ଏବଂ ଧାମନଗରରେ ମାରାଥନ ପ୍ରଚାର ହୁଏତ ବିଜେପି ପାଇଁ ଜିତିବାରେ ସହାୟକ ହେଲା । ବିଜେପିର ରାଜ୍ୟରେ ଧର୍ମେନ୍ଦ୍ରଙ୍କ ଚେହେରା ଏବଂ ନେତୃତ୍ବ ବିଜେପିକୁ ବିଜୟର ଦ୍ବାର ଦେଶରେ ପହଞ୍ଚାଇବାରେ ସହାୟକ ହେଲା ବୋଲି ଏକ ସ୍ପଷ୍ଟ ସଂକେତ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.