CHSE Plus 2 Results 2023: ମେ’ ୩୧ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, 28ରେ ତାରିଖ ଘୋଷଣା

author img

By

Published : May 26, 2023, 10:21 AM IST

chse plus two result

ମେ 31 ତାରିଖ ସୁଦ୍ଧା ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ମେ 28 ତାରିଖରେ +2 ରେଜଲ୍ଟ ତାରିଖ ଘୋଷଣା ହେବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଖୁବଶୀଘ୍ର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଆଉ ହାତ ଗଣିତ ଦିନ ମଧ୍ୟରେ ଅର୍ଥାତ ମେ 31 ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇପାରେ । ତେବେ କେଉଁ ତାରିଖରେ ରେଜଲ୍ଟ ବାହାରିବ 28ରେ ତାରିଖ ଘୋଷଣା ହେବା ନେଇ ସୂଚନା ମିଳିଛି । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ପରେ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ।

ମେ ଶେଷ ସୁଦ୍ଧା ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ପୂର୍ବରୁ ଆକଳନ କରାଯାଉଥିଲା । ମେ ୩୦ କିମ୍ବା ୩୧ ତାରିଖରେ ରେଜଲ୍ଟ ପ୍ରକାଶ ପାଇପାରେ । ତେବେ କେଉଁ ତାରିଖରେ ଫଳ ପ୍ରକାଶ ପାଇବ ସେହି ତାରିଖ ଆସନ୍ତା 28 ତାରିଖରେ ଘୋଷଣା ହେବ । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଜୁନ ୮ ସୁଦ୍ଧା ପ୍ରକାଶ କଳା ଓ ଧନ୍ଦାମୂଳକ ରେଜଲ୍ଟ ବାହାରିବ । ମେ ୨୮ରେ ଏନେଇ ଘୋଷଣା ହେବ ତାରିଖ ।

ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା । ଚଳିତ ବର୍ଷ ୧୧୪୫ କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । କଳାରେ 2 ଲକ୍ଷ 33 ହଜାର 855, ବିଜ୍ଞାନରେ 93 ହଜାର 894, ବାଣିଜ୍ୟରେ 24 ହଜାର 331 ଓ ଧନ୍ଦାମୂଳକ ଶିକ୍ଷାରେ 5 ହଜାର 862 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଚଳିତ ବର୍ଷ ପରୀକ୍ଷାରେ ୩୦ ପୃଷ୍ଠାର ଉତ୍ତରଖାତା ଛାତ୍ରଛାତ୍ରୀଙ୍କ ଯୋଗାଇ ଦିଆଯାଇଥିଲା ।

୨୦୨୧ ମସିହାରେ ରେଗୁଲାରରେ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ୩୦ ପୃଷ୍ଠାର ଉତ୍ତରଖାତାରେ ପରୀକ୍ଷା ଦେଇଛନ୍ତି । ୨୦୨୦ ମସିହା ପୂର୍ବରୁ ପଞ୍ଜିକରଣ କରିଥିବା ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ୨୮ ପୃଷ୍ଠାର ଉତ୍ତରଖାତାରେ ପରୀକ୍ଷା ଦେଇଛନ୍ତି । ରେଜଲ୍ଚ ପ୍ରକାଶ ପାଇବା ପରେ ତୁରନ୍ତ ଆବଦେନ ପ୍ରକ୍ରିୟା ଆରମ୍ଭ ହେବ। ସାମ୍ସ ପୋର୍ଟାଲରେ ଜୁନ 20 ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । ପ୍ରଥମ ପର୍ଯ୍ୟାୟ ସିଲେକ୍ସନ ୨୮ ଜୁନରେ ପ୍ରକାଶ ପାଇବ । ୨୯ ଜୁନରୁ ୫ ଜୁଲାଇ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଆଡ଼ମିଶନ ହେବ । ଦ୍ବିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ୧୩ ଜୁଲାଇରେ ବାହାରିବ ।

ଏହା ବି ପଢନ୍ତୁ...ଉତ୍କଳ ବିଶ୍ବବିଦ୍ୟାଳୟର କାହିଁକି ଖସିଲା ନାକ ଗ୍ରେଡ, ଖୁବ ଶୀଘ୍ର ହେବ ତର୍ଜମା

ମେ 10 ତାରିଖରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟର ଖାତାଦେଖା ଆରମ୍ଭ ହୋଇଥିଲା । ଏଥିରେ ୧୫ ହଜାର ମୂଲ୍ୟାଙ୍କନକାରୀ ନିୟୋଜିତ ହୋଇଥିଲେ । ଉଭୟ ଅନଲାଇନ ଓ ଅଫଲାଇନରେ ଖାତାଦେଖା ହୋଇଥିଲା । ଅଫଲାଇନରେ ମୂଲ୍ୟାଙ୍କନ ଏପ୍ରିଲ 22 ଏବଂ ଅନଲାଇନ ଖାତାଦେଖା ଏପ୍ରିଲ 23ରେ ଶେଷ ହୋଇଥିଲା । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଫଲାଇନ ଖାତାଦେଖା ଏପ୍ରିଲ 23ରୁ ଆରମ୍ଭ ହୋଇ ମେ’ 4 ତାରିଖ ଏବଂ ଅନଲାଇନ ଖାତାଦେଖା ଏପ୍ରିଲ 25 ରୁ ଆରମ୍ଭ ହୋଇ ମେ’ 7 ତାରିଖ ପର୍ଯ୍ୟନ୍ତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.