ETV Bharat / state

Odisha bjp Press meet: କାହିଁକି ରୋହିତ ପୂଜାରୀଙ୍କୁ ବାଦଦେଲେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ: ବିଜେପି

author img

By

Published : Jun 10, 2023, 10:42 PM IST

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟ କରି ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ମନ୍ତ୍ରୀ ମଣ୍ଡଳରୁ ରୋହିତ ପୂଜାରୀଙ୍କୁ କାହିଁକି ବାଦ ଦେଲେ ତାର କାରଣ ଓଡ଼ିଶା ବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ । ଯଦି ଦୁର୍ନୀତି କାରଣ ଅଛି କିମ୍ବା ଦୁର୍ନୀତି ହୋଇଛି ତାହେଲେ ତାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେବେ କି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

କାହିଁକି ରୋହିତ ପୂଜାରୀଙ୍କୁ ବାଦ ଦେଲେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ: ବିଜେପି
କାହିଁକି ରୋହିତ ପୂଜାରୀଙ୍କୁ ବାଦ ଦେଲେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ: ବିଜେପି

କାହିଁକି ରୋହିତ ପୂଜାରୀଙ୍କୁ ବାଦ ଦେଲେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ: ବିଜେପି

ଭୁବନେଶ୍ବର: ମନ୍ତ୍ରୀମଣ୍ଡଳରୁ ରୋହିତ ପୂଜାରୀଙ୍କୁ କାହିଁକି ବାଦ ଦେଲେ ତାର କାରଣ ଓଡ଼ିଶାବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ। ଯଦି ଦୁର୍ନୀତି କାରଣ ଅଛି କିମ୍ବା ଦୁର୍ନୀତି ହୋଇଛି ତାହେଲେ ତାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେବେ କି ମୁଖ୍ୟମନ୍ତ୍ରୀ। ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଏଭଳି ଘେରିଛି ବିଜେପି ।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟ କରି ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ମନ୍ତ୍ରୀମଣ୍ଡଳରୁ ରୋହିତ ପୂଜାରୀଙ୍କୁ କାହିଁକି ବାଦ ଦେଲେ ତାର କାରଣ ଓଡ଼ିଶାବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ । ଯଦି ଦୁର୍ନୀତି କାରଣ ଅଛି କିମ୍ବା ଦୁର୍ନୀତି ହୋଇଛି ତାହେଲେ ତାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେବେ କି ମୁଖ୍ୟମନ୍ତ୍ରୀ ।

ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ଅପସାରଣ କରିବା ପଛର କାରଣ ସାମ୍ନାକୁ ଆଣିବାକୁ ଦାବି କରିଛି ବିଜେପି ଦୁର୍ନୀତି ହୋଇଥିଲେ କେବଳ ନିଲମ୍ବନ କଣ କାର୍ଯ୍ୟାନୁଷ୍ଠାନ କାହିଁକି ତାର ଭିଜିଲାନ୍ସ ତଦନ୍ତ ନହେବ ସେ ନେଇ ପ୍ରଶ୍ନ ଉଠାଇଛି ଦଳ। ଏହା ସହ ଆଗରୁ ଦେଖା ଯାଇଛି ଦୁର୍ନୀତି ଅଭିଯୋଗରେ କେବଳ ଆଇୱାସ ପାଇଁ ପ୍ରମିଳା ମଲ୍ଲିକ ଭଳି ମନ୍ତ୍ରୀଙ୍କୁ ବାଦ ଦେଇଥିବା ମନ୍ତ୍ରୀଙ୍କୁ ବି ପୁଣି ରିୱାର୍ଡ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରୋହିତଙ୍କୁ ବାଦ ଦେବା କେବଳ ଆଇୱାସ ନୁହେଁ ତ ? ଏହା ସହ ଦଳ ଅଭିଯୋଗ କରିଛି ଯଦି ପ୍ରଦର୍ଶନ ଆଧାରରେ ରୋହିତଙ୍କୁ ବାଦ ଦେଲେ ତାହେଲେ ଅନ୍ୟ ବିଭାଗ ମନ୍ତ୍ରୀଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ନବୀନ। ରାଜ୍ୟରେ ଘନ ଘନ ବିଜୁଳି କାଟ ପାଇଁ ମନ୍ତ୍ରୀ ପ୍ରତାପ ଦେବଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ମୁଖ୍ୟମନ୍ତ୍ରୀ । ଏନଇଆରଏଫ ରାକିଂରେ ଓଡ଼ିଶାର କୌଣସି ମେଡିକାଲ କଲେଜ କିମ୍ବା ବୈଷୟିକ ଶିକ୍ଷାନୁଷ୍ଠାନ ନ ରହିବା ମନ୍ତ୍ରୀଙ୍କ ବିଫଳତା ନୁହେଁ କି। ତେଣୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ପ୍ରୀତି ରଞ୍ଜନ ଘଡ଼ାଇଙ୍କୁ ନବୀନ ବାଦ ଦେବେ କି ବୋଲି ପ୍ରଶ୍ନ କରିଛି ଦଳ।

ସେହିପରି ରୋହିତଙ୍କର ମନ୍ତ୍ରୀ ଭାବରେ ପ୍ରଦର୍ଶନ ଠିକ ନ ଥିଲା। ଯେଉଁଥିପାଇଁ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଗଲା କୁହାଯାଉଛି। ଏହା କେତେଦୂର ସତ୍ୟ? କେଉଁ କାରଣ ଯୋଗୁଁ ତାଙ୍କୁ ବାଦ ଦିଆଗଲା। ତାର ଉତ୍ତର ରଖିବେ ମୁଖ୍ୟମନ୍ତ୍ରୀ ? ରୋହିତ ପୂଜାରୀ ଯେଉଁ ବିଭାଗର ମନ୍ତ୍ରୀ ଥିଲେ। ସେଇ ବିଭାଗରେ ଦୁର୍ନୀତି ଚରମସୀମାରେ ପହଞ୍ଚିଥିଲା। ସବୁଠାରୁ ବଡ଼ କଥା ମନ୍ତ୍ରୀଙ୍କ ସହିତ ସଚିବଙ୍କୁ ମଧ୍ୟ ବଦଳି କରାଯାଇଛି। ସଚିବଙ୍କ ନାଁ ରେ ମଧ୍ୟ ଦୁର୍ନୀତିର ଅଭିଯୋଗ ଆସିଛି। ସମ୍ପୃକ୍ତ ସଚିବ ଗଣଶିକ୍ଷା ବିଭାଗର ଦାୟିତ୍ବରେ ଥିବା ସମୟରେ ତାଙ୍କ ନାଁ ରେ ଦୁର୍ନୀତିର ଅଭିଯୋଗ ଆସିଥିଲା। ଉଚ୍ଚ ଶିକ୍ଷା ବିଭାଗରେ ଯେଉଁ ଘୋଟାଲା ହୋଇଛି ତାର ଭିଜିଲାନ୍ସ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦିଅନ୍ତୁ।

ସେହିଭଳି ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ ପ୍ରେସମିଟରେ କହିଛନ୍ତି, ବିଜେପିର ମହାଜନ ସମ୍ପର୍କ ଅଭିଯାନକୁ ନେଇ ବିଜେଡି କାହିଁକି ଭୟଭିତ । ୨୩ ବର୍ଷ ଶାସନ ଭିତରେ ରାଜ୍ୟବାସୀଙ୍କ ପାଇଁ କଣ କରିଛନ୍ତି। ୫୫ ନମ୍ବର ଜାତୀୟ ରାଜପଥ କାହିଁକି ଅଟକିଛି। କାହିଁକି ଜାତୀୟ ରାଜପଥ ପାଇଁ ଜମି ଅଧିଗ୍ରହଣ ହୋଇ ପାରୁ ନାହିଁ। କେନ୍ଦ୍ରରେ ଥିବା ମୋଦି ସରକାର ଓଡ଼ିଶା ପାଇଁ ଗତ ୯ ବର୍ଷ ଭିତରେ କଣ କରିଛନ୍ତି। ତାର ହିସାବ ଦେଉଛନ୍ତି। ତାକୁ ନେଇ ରାଜ୍ୟ ସରକାର ଭୟଭୀତ କାହିଁକି। ରାଜ୍ୟ ସରକାର ୨୩ ବର୍ଷ ଭିତରେ ଓଡିଶା ପାଇଁ କଣ କରିଛନ୍ତି ତାର ହିସାବ ଦେଇ ପାରିବେ କି?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.