ETV Bharat / state

ଠକେଇ ଅଭିଯୋଗରେ ସାଇ ଟ୍ରଷ୍ଟ ମୁଖ୍ୟକୁ ଉଠାଇ ନେଲା ଛତିଶଗଡ଼ ପୋଲିସ

author img

By

Published : Jun 30, 2023, 3:05 PM IST

ବିନୋଦପଡା ଛକ ନିକଟରେ ସାଇ ଟ୍ରଷ୍ଟ ନାମକ ସଂସ୍ଥା ଖୋଲି ହଜାର ହଜାର ଲୋକଙ୍କୁ ଠକିଥିଲେ ଦୀପକ ବରାଡ । ରାଜ୍ୟ ସହ ରାଜ୍ୟ ବାହାରେ ମଧ୍ୟ ଏହି ଠକେଇ କାୟା ବିସ୍ତାର କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ଆଜି ଉଠାଇ ନେଇଛି ଛତିଶଗଡ଼ ପୋଲିସ । ଅଧିକ ପଢ଼ନ୍ତୁ

ସାଇ ଟ୍ରଷ୍ଟ ମୁଖ୍ୟକୁ ଉଠାଇ ନେଲା ଛତିଶଗଡ଼ ପୋଲିସ
ସାଇ ଟ୍ରଷ୍ଟ ମୁଖ୍ୟକୁ ଉଠାଇ ନେଲା ଛତିଶଗଡ଼ ପୋଲିସ

ଖୋର୍ଦ୍ଧା: ସାଇ ଟ୍ରଷ୍ଟ ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ ଅଭିଯୋଗ । ଅଭିଯୋଗ ପରେ ପଚରାଉଚରା ପାଇଁ ଟ୍ରଷ୍ଟର ମୁଖ୍ୟ ଦୀପକ ବରାଡଙ୍କୁ ଉଠାଇ ନେଲା ଛତିଶଗଡ ପୋଲିସ । ଅଭିଯୁକ୍ତର ଘର ନୟାଗଡ ଉପଖଣ୍ଡ ଘଡୁଆଳ ଗାଁରେ । ଦୀପକ ରଣପୁର ଥାନା ଅନ୍ତର୍ଗତ ବିନୋଦପଡା ଛକ ନିକଟରେ ସାଇ ଟ୍ରଷ୍ଟ ନାମକ ସଂସ୍ଥା ଖୋଲି ଏଠାରେ କାର୍ଯ୍ୟାଳୟ ଚଳାଇଥିଲେ । ସାଇ ବେବି ଫୁଡ଼, ସାଇ କୁଟୀର ଆଦି ବିଭିନ୍ନ ଯୋଜନା କରି ଲୋକମାନଙ୍କୁ ଠକେଇ କରୁଥିଲା । ରାଜ୍ୟର ୩୦ଟି ଜିଲ୍ଲା ସହିତ ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଆଦି ରାଜ୍ୟରେ ନିଜର କାୟା ବିସ୍ତାର କରିଥିଲା ଏହି ଟ୍ରଷ୍ଟ ।

ଏହାମଧ୍ୟ ପଢନ୍ତୁ: ବେସରକାରୀ କଲେଜକୁ ଅନୁଦାନ ପ୍ରସଙ୍ଗ, ବିରୋଧ ପରେ ଚିଠି ପ୍ରତ୍ୟାହାର କଲା ଉଚ୍ଚଶିକ୍ଷା ବିଭାଗ

ଲୋକମାନଙ୍କୁ ପ୍ରଭାବିତ କରିବା ପାଇଁ ବଡ଼ ବଡ଼ ସଭାର ଆୟୋଜନ କରି ରାଜନେତା ତଥା ପ୍ରସିଦ୍ଧ କଳାକାରଙ୍କ ସହ ହଜାରହଜାର ଲୋକଙ୍କୁ ଭୁଆଁ ବୁଲାଉଥିଲା ଦୀପକ । ଯଦ୍ବାରା ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ ଏହି ଟ୍ରଷ୍ଟ ଅଧୀନରେ କାର୍ଯ୍ୟ କରୁଥିଲେ । ତେବେ ରାଜ୍ୟର ଅନେକ ସ୍ଥାନରୁ ଠକେଇ କରିସାରିବା ପରେ ଛତିଶଗଡର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କଠାରୁ ଏକ କୋଟିରୁ ଊର୍ଦ୍ଧ ଟଙ୍କା ଠକେଇ କରିଥିବା ଛତିଶଗଡ ଥାନାରେ ଅଭିଯୋଗ ହୋଇଥିଲା । ଗତକାଲି(ଗୁରୁବାର) ସନ୍ଧ୍ୟାରେ ଛତିଶଗଡ଼ ପୋଲିସ ରାଜସୁନାଖଳା ଫାଣ୍ଡି ପୋଲିସ ସହାୟତାରେ ବିନୋଦପଡା ସାଇ ଟ୍ରଷ୍ଟ ମୁଖ୍ୟ କାର୍ଯ୍ୟାଳୟରୁ ଦୀପକ ବରାଡ଼ଙ୍କୁ ଉଠାଇ ନେଇଛି ।

ଏହାମଧ୍ୟ ପଢନ୍ତୁ: ‘ଯୋଜନା ଓ ରୂପାୟନରୁ ପରିସଂଖ୍ୟାନ ସୃଷ୍ଟି କରି କାର୍ଯ୍ୟଧାରାକୁ କର କ୍ରିୟାଶୀଳ’

ସ୍ଥାନୀୟ ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ, ଦୀପକଙ୍କ ନାଁରେ 420, 506 ଭଳି ସଙ୍ଗୀନୀ ଦଫା ଲାଗିଛି । ଛତିଶଗଡ଼ ପୋଲିସ ଦୀପକକୁ ଅଧିକ ପଚରାଉଚରା କରିବା ସହିତ ଏହି ଠକେଇର ଚେର କେତେ ବାଟ ଲମ୍ବିଛି ସେନେଇ ଛାନଭିନ ଜାରି ରଖିଛି । ଅଭିଯୁକ୍ତ ସାଇ ବେବି ଫୁଡ଼, ସାଇ କୁଟୀର ଆଦି ବିଭିନ୍ନ ଯୋଜନା କରି ଲୋକମାନଙ୍କୁ ଠକେଇ କରୁଥିଲା । ସେ ବିନୋଦପଡା ନିକଟରେ ଅନେକ ଥର ବଡ ବଡ ସଭାର ଆୟୋଜନ କରି ଦୀର୍ଘ ଦିନ ଧରି କେଳେଙ୍କାରୀ ଚଳେଇ ଥିଲା । ହେଲେ ସ୍ଥାନୀୟ ରାଜସୁନାଖଳା ପୋଲିସ କିଭଳି ଏହା ଜାଣିପାରିଲା ନାହିଁ ତାହା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.