ଖୋର୍ଦ୍ଧାରେ କେନ୍ଦ୍ରାଞ୍ଚଳ RDC, ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Sep 14, 2021, 10:48 PM IST

ଖୋର୍ଦ୍ଧାରେ କେନ୍ଦ୍ରାଞ୍ଚଳ RDC ,ଜିଲ୍ଲା ମୁଖ୍ୟଳୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ଖୋର୍ଦ୍ଧାରେ କେନ୍ଦ୍ରାଞ୍ଚଳ RDC ଅନିଲ ସାମଲ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା । ଅଧିକ ପଢନ୍ତୁ...

ଖୋର୍ଦ୍ଧା: କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ ସାମଲ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଲଘୁଚାପ ବର୍ଷାରେ ଖୋର୍ଦ୍ଧା ଜିଲ୍ଲାରେ କ୍ଷୟକ୍ଷତି ଆକଳନ ସହ ଜଗନ୍ନାଥଙ୍କ ଜମି କିଣାବିକା ପ୍ରସଙ୍ଗ ଉଚ୍ଚସ୍ତରରେ ବିଚାରଧୀନ ରହିଥିବା ନେଇ RDC କହିଛନ୍ତି ।

ଖୋର୍ଦ୍ଧାରେ କେନ୍ଦ୍ରାଞ୍ଚଳ RDC ,ଜିଲ୍ଲା ମୁଖ୍ୟଳୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ସେହିପରି ସରକାରୀ ଜମିକୁ ସୁରକ୍ଷା ପାଇଁ ଆସୁଥିବା ଅର୍ଥର ତ୍ବରିତ ବିନିଯୋଗ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ସମୀକ୍ଷା ପରେ ଜିଲ୍ଲାପାଳଙ୍କ କୋର୍ଟ, ଅଭିଯୋଗ ଶୁଣାଣି ଏବଂ ରାଜସ୍ବ ଆଦାୟ ସଠିକ ଭବେ ଚାଲୁଥିବା କେନ୍ଦ୍ରାଞ୍ଚଳ RDC କହିଛନ୍ତି । ରାଜସ୍ବ ନିରୀକ୍ଷକଙ୍କ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗସ୍ତ ଓ ନିୟମିତ ସରକାରୀ କାର୍ଯ୍ୟ ବୋଲି RDC କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.