ପାଇକ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ

author img

By

Published : Sep 18, 2021, 7:15 AM IST

ପାଇକ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ

କେନ୍ଦ୍ର ସରକାରଙ୍କ ଆର୍କଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଯୁଗ୍ମ ସଚିବ ସଂଯୁକ୍ତା ମୁଦଗଲ ଆଜି(ଶୁକ୍ରବାର) ଖୋର୍ଦ୍ଧା ଗସ୍ତରେ ଆସି ବରୁଣେଇ ପାଦଦେଶରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ଖୋର୍ଦ୍ଧା: କେନ୍ଦ୍ର ସରକାରଙ୍କ ଆର୍କଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଯୁଗ୍ମ ସଚିବ ସଂଯୁକ୍ତା ମୁଦଗଲ ଆଜି(ଶୁକ୍ରବାର) ଖୋର୍ଦ୍ଧା ଗସ୍ତରେ ଆସି ବରୁଣେଇ ପାଦଦେଶରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କରିଛନ୍ତି । ଏଥିରେ ସେ ପାଇକ ସ୍ମାରକୀ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଛନ୍ତି ।

ପାଇକ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ

ବରୁଣେଇ ଠାରେ ସ୍ମାରକୀ ନିର୍ମାଣ ପାଇଁ ୯.୬୮୫ ଏକର ଜାଗା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି । ସେହିପରି ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଅବସରରେ ୨୦୧୯ ଡିସେମ୍ବର ୮ ତାରିଖରେ ଭାରତର ରାଷ୍ଟ୍ରପତି ବରୁଣେଇ ପାଦ ଦେଶରେ ପାଇକ ସ୍ମାରକୀର ଶୁଭ ଦେଇଥିଲେ ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.