ETV Bharat / state

ପରିତ୍ୟକ୍ତ ଘରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

author img

By

Published : Jul 28, 2020, 11:23 AM IST

Updated : Jul 28, 2020, 5:22 PM IST

ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଗୋଶାଳା ପଡିଆରେ ଚାଞ୍ଚଲ୍ୟ । ଏକ ପରିତ୍ୟକ୍ତ ପରିତ୍ୟକ୍ତ ଘରୁ ଅର୍ଦ୍ଧଦଗ୍ଧ ମହିଳାଙ୍କ ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ...

body of a half burnt girl was found in an abandoned house
ଖୋର୍ଦ୍ଧାରେ ଚାଞ୍ଚଲ୍ୟ, ମହିଳାଙ୍କୁ ହତ୍ୟା କରି ପୋଡ଼ିଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ମହିଳାଙ୍କୁ ହତ୍ୟା କରି ପୋଡ଼ିଦେଲେ ଦୁର୍ବୃତ୍ତ ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଚାଚରାସାହି ଗୋସାଳା ପଡିଆ ନିକଟରେ । ଗୋସାଳା ପଡିଆ ନିକଟରେ ଥିବା ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତହେଦକୁ ଉଦ୍ଧାର କରିଛି ପୋଲିସ ।

ଖୋର୍ଦ୍ଧାରେ ଚାଞ୍ଚଲ୍ୟ, ମହିଳାଙ୍କୁ ହତ୍ୟା କରି ପୋଡ଼ିଦେଲେ ଦୁର୍ବୃତ୍ତ

ସୂଚନା ଅନୁଯାୟୀ, ଉକ୍ତ ପରିତ୍ୟକ୍ତ ଘରେ ମୃତଦେହ ପଡ଼ିଥିବା କିଛି ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ, ବ୍ୟବଚ୍ଛେଦ ପାଇଁ ପଠାଇଛି । ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିବା ଖୋର୍ଦ୍ଧା ଏସପି ଅଜେୟ ପ୍ରତାପ ସ୍ବାଇଁ କହିଛନ୍ତି । ମହିଳାଙ୍କ ବୟସ ପ୍ରାୟ 25 ବର୍ଷ ହୋଇଥିବା ଏସପି କହିଛନ୍ତି ।

ମହିଳାଙ୍କ ହାତଗୋଡ଼ ବାନ୍ଧି ଦୁର୍ବୃତ୍ତ ତାଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ଦ୍ବାରା ନିଆଁ ଲଗାଇ ଜାଳି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସୂଚନା ମିଳିଛି । ମହିଳାଙ୍କ ପରିଚୟ ମିଳିନଥିବା ବେଳେ, ଦୁର୍ବୃତ୍ତମାନଙ୍କୁ ଯଥାଶୀଘ୍ର ଧରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ଏଭଳି ନାରକୀୟ କାଣ୍ଡ ପଛରେ କାହାର ହାତ ରହିଛି ସେ ନେଇ ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀଙ୍କ ନେତୃତ୍ବରେ ହତ୍ୟା ମାମଲା ରୁଜୁ କରାଯିବା ସହ, ଏକ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated :Jul 28, 2020, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.