ETV Bharat / state

Power Cut: ଅଘୋଷିତ ବିଦ୍ୟୁତ୍‌ କାଟ, ଦିନରେ ଲଣ୍ଠନ ଜାଳି ବିଜେପିର ପ୍ରତିବାଦ

author img

By

Published : May 24, 2023, 10:03 AM IST

ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ବିଜେପିର ଲଣ୍ଠନ ଧରି ଅଭିନବ ପ୍ରତିବାଦ । OERC ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯେଉଁ ମଧୁଚନ୍ଦ୍ରିକା ଅଛି ବୋଲି ମଧ୍ୟ ବିଜେପି ଅଭିଯୋଗ କରିଛି । ଅଧିକ ପଢନ୍ତୁ

BJP protest
BJP protest

Power Cut: ରାଜଧାନୀରେ ଅଘୋଷିତ ବିଜୁଳି କାଟ, ଲଣ୍ଠଣ ଧରି ବିଜେପିର ବିକ୍ଷୋଭ

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି ହେଉଥିବା ବେଳେ ବାହାରକୁ ବାହାରିବା ଏକପ୍ରକାର ମୁସ୍କିଲ ହୋଇପଡୁଛି । ସେପଟେ ଅଘୋଷିତ ବିଜୁଳ କାଟ ଲୋକଙ୍କ ଲାଗି ଆହୁରି ସମସ୍ୟା ବଢାଇ ଦେଇଛି । ଏହାକୁ ଗତକାଲି(ମଙ୍ଗଳବାର) ଭିନ୍ନ ଢଙ୍ଗରେ ବିରୋଧ କରିଛି ବିଜେପି । ଭୁବନେଶ୍ଵର ଜିଲ୍ଲା ବିଜେପି ପକ୍ଷରୁ ଲଣ୍ଠନ ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ବରଗଡ଼ ଛକଠାରୁ ଇଲେଟ୍ରିକ୍ ଅଫିସ ପର୍ଯ୍ୟନ୍ତ ଶୋଭଯାତ୍ରା କରିଥିବା ଦେଖିବାକୁ ମିଳିଛି ।

ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଊର୍ଦ୍ଧ୍ବରେ ପହଞ୍ଚିଥିବା ବେଳେ ବାରମ୍ବାର ଅଘୋଷିତ ବିଜୁଳି କାଟ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ସେହିପରି ଭୁବନେଶ୍ବରରେ ଗତ କିଛି ଦିନ ହେବ ଘନଘନ ବିଜୁଳି କାଟ ହେବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି । ଗତ କିଛି ଦିନ ହେଲା ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ହେତୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଏଭଳି ପରିସ୍ଥିତିରେ OERCର ବାରମ୍ବାର ବିଦ୍ୟୁତ କାଟ ଲୋକମାନଙ୍କୁ ଯନ୍ତ୍ରଣା ଦେଉଛି । ରାଜ୍ୟ ସରକାରଙ୍କ OERC ସହ ଗୁପ୍ତ ବୁଝାମଣା ବୋଲି ବିଜେପି ଅଭିଯୋଗ କରିଛି ।

ଏହା ବି ପଢନ୍ତୁ- ଓଡ଼ିଶାରେ ହେବ ଆଗୁଆ ନିର୍ବାଚନ ! ଅଣ୍ଟା ଭିଡ଼ିଲେଣି ତିନି ପ୍ରମୁଖ ଦଳ

ଶକ୍ତି ମନ୍ତ୍ରୀ ବିଧାନସଭାରେ ବିବୃତି ରଖିଥିଲେ ଏ ବର୍ଷ ପାୱାର କଟ ହେବ ନାହିଁ । ହେଲେ ତାଙ୍କର ବିବୃତି ପରଦିନ ଠାରୁ ପ୍ରତିଦିନ ୨ ଘଣ୍ଟାରୁ ୩ ଘଣ୍ଟା ପାୱାର କଟ ହେଉଛି। ବିଜେପି ପ୍ରଶ୍ନ କରିଛି ଖରାଦିନ ପୂର୍ବରୁ କଣ OERC ପ୍ରସ୍ତୁତ ହୋଇନଥିଲା ? ଗ୍ରୀଷ୍ମ ଋତୁରେ ବିଦ୍ୟୁତ କାଟ ହେବନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ।

ରାଜ୍ୟର ଶକ୍ତିମନ୍ତ୍ରୀ ବିଦ୍ୟୁତ୍‌ କାଟ ହେବ ନାହିଁ, ଲୋକ ହଇରାଣ ହେବେ ନାହିଁ ବୋଲି କହିଥିଲେ । ହେଲେ ଏହା ତାର ବିପରୀତ । ଶକ୍ତି ମନ୍ତ୍ରୀ କହିଥିଲେ ଯେ ଟ୍ରିପ୍ ହୋଇଯାଉଛି । ବଡ ବଡ ସହରରେ ବହୁତ ଏସି ଚାଲୁଛି ଭୁବନେଶ୍ଵର ଅପେକ୍ଷା । ଭୁବନେଶ୍ଵରରେ ଯଦି ଏହି ଅବସ୍ଥା ତେବେ କୋରାପୁଟ, କଳାହାଣ୍ଡି ଅପହଞ୍ଚ ଅଞ୍ଚଳରେ କିଭଳି ଲୋକେ ହଇରାଣ ହେଉଥିବେ ତାହା ଜଣାପଡ଼ୁଛି ବୋଲି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏଥିରେ ଚୁପ୍ ହୋଇ ବସିବ ନାହିଁ । ଏହି କଥାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ଓ ଆଗାମୀ ଦିନରେ ଭୁବନେଶ୍ବରର ସମସ୍ତ ଇଲେକ୍ଟ୍ରି ଅଫିସ୍ ଆଗରେ ଏହି ଆନ୍ଦୋଳନ ଚାଲିବ । ଯେ ପର୍ଯ୍ୟନ୍ତ ସାଧାରଣ ଲୋକେ ଏହି ଦୁଃଖ ଦୁର୍ଦ୍ଦଶାରୁ ବର୍ତ୍ତିନାହାନ୍ତି ଏବଂ OERC ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯେଉଁ ମଧୁଚନ୍ଦ୍ରିକା ଅଛି ତାର ପର୍ଦ୍ଦାଫାସ ନ କରିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲୁ ରହିବ ବୋଲି ଜିଲ୍ଲା ସଭାପତି ବାବୁ ସିଂ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.