ETV Bharat / state

ମୁଖ୍ୟମନ୍ତ୍ରୀ ଭଲରେ ଓଡ଼ିଆ କହି ପାରୁନାହାନ୍ତି, ସମ୍ବଲପୁରୀ ଭାଷା କହିଲେ କେମିତି ?: ମୋହନ

author img

By

Published : Jun 28, 2023, 9:50 PM IST

5T ସଚିବ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । କହିଲେ ବିଜେଡିର ଯେଉଁ ନେତାମାନେ ବିରୋଧୀଙ୍କୁ ଆକ୍ଷେପ କରୁଛନ୍ତି, ସେମାନେ ଆଇନକୁ ବୁଝିଛନ୍ତି କି ? ଅଧିକ ପଢ଼ନ୍ତୁ

5T ସଚିବ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମୋହନ
5T ସଚିବ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମୋହନ

5T ସଚିବ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମୋହନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତିରେ ଏବେ ତୁମ୍ବିତୋଫାନ ସୃଷ୍ଟି ହୋଇଛି । ବିରୋଧୀ ବିଜେପି ଓ କଂଗ୍ରେସ ଶାଣିତ ସ୍ବରରେ ଶାସକ ଦଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି । ଏହାରି ଭିତରେ ଆଜି 5T ସଚିବ ଭିକେ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏହା ସହିତ ସେ ଶାସକ ଦଳର ନେତାଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ବିଜେଡିର ଯେଉଁ ନେତାମାନେ ବିରୋଧୀଙ୍କୁ ଆକ୍ଷେପ କରୁଛନ୍ତି, ସେମାନେ ଆଇନକୁ ବୁଝିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ମୋହନ ।

ମୋହନ କହିଛନ୍ତି, "ବିଗତ କିଛିଦିନ ଧରି ରାଜ୍ୟ ସରକାରଙ୍କ ଜଣେ ଅଧସ୍ତନ ସରକାରୀ କର୍ମଚାରୀ ଭିକେ ପାଣ୍ଡିଆନ ଗଣତନ୍ତ୍ରକୁ ହତ୍ୟା କରି ଚାଲିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବ ସେ ନିଭାଉଛନ୍ତି । ଏହାକୁ ନେଇ ବିଜେପି ରାଜ୍ୟ ସଭାପତି ଏବଂ ଭୁବନେଶ୍ଵର ସାଂସଦ ଫେରାଦ ହୋଇଥିଲେ । କେନ୍ଦ୍ର ସରକାର ଚିଠି ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ବିଜେଡିର ଯେଉଁ ନେତାମାନେ ବିରୋଧୀଙ୍କୁ ଆକ୍ଷେପ କରୁଛନ୍ତି, ସେମାନେ ଆଇନକୁ ବୁଝିଛନ୍ତି କି ? ବିଜେଡିର ନେତାମାନେ ଏହାକୁ ନେଇ ଯେଉଁ ମନ୍ତବ୍ୟ ଦେଉଛନ୍ତି, ତାହା ଦୁର୍ଭାଗ୍ୟଜନକ । ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଅଦ୍ଭୁତ ଲାଗୁଛି । ମୁଖ୍ୟମନ୍ତ୍ରୀ ଓଡିଆରେ ପଦେ କହି ପାରୁନାହାନ୍ତି, ସେ ସମ୍ବଲପୁରୀ ଭାଷାରେ କହିବା ତଦନ୍ତ ସାପେକ୍ଷ ।"

ସେ ଆହୁରି କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କର ସତ୍‌ସାହସ ଅଛି କି ପାଣ୍ଡିଆନଙ୍କ ଉପରେ ଆକ୍ସନ ନେବା ପାଇଁ ? ମୁଖ୍ୟ ଶାସନ ସଚିବ ପଦକ୍ଷେପ ନେଇ ପାରିବେ କି ? ସରକାର ଯଦି ଗଣତନ୍ତ୍ର ବଞ୍ଚେଇବାକୁ ଚାହୁଁଛନ୍ତି, ତେବେ ପାଣ୍ଡିଆନଙ୍କ ଉପରେ ଆକ୍ସନ ନେଇ ଲୋକଙ୍କୁ ନ୍ୟାୟ ଦିଅନ୍ତୁ । ଯଦି ପାଣ୍ଡିଆନ ବିକାଶ କରୁଛନ୍ତି, ମୁଖ୍ୟମନ୍ତ୍ରୀ ତାହାଲେ କରୁଛନ୍ତି କଣ ? ମୁଖ୍ୟମନ୍ତ୍ରୀ ଜଣେ ମନ୍ତ୍ରୀଙ୍କୁ ପଠେଇ ପାରିଥାନ୍ତେ । କିନ୍ତୁ ଜଣେ ସରକାରୀ ଅଧିକାରୀ ଯାଇ ଘୋଷଣା କରିବେ କେମିତି ? ଜନସଭାକୁ ପାଣ୍ଡିଆନ ସମ୍ବୋଧିତ କରିବା ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ ସନ୍ଦେହ, ଆଉ ଆକ୍ସନ ନେବେ କଣ ? 5T ସଚିବ ଯେମିତି ସୁପର ଚିଫ୍‌ ମିନିଷ୍ଟର୍‌ ଭଳି କାମ କରୁଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ପଦକ୍ଷେପ ନିଅନ୍ତୁ । ଯେଉଁ ପରିସ୍ଥିତି ଆଜି ସୃଷ୍ଟି ହୋଇଛି, ଯଦି ମୁଖ୍ୟମନ୍ତ୍ରୀ ପଦକ୍ଷେପ ନନିଅନ୍ତି ତେବେ ବିଜେପି ତାର ଆଭିମୁଖ୍ୟକୁ ଆହୁରି କଡା କରିବ । 5T ସଚିବଙ୍କୁ ତୁରନ୍ତ ବହିଷ୍କାର କରିବା ଦରକାର । ତାଙ୍କ ଗସ୍ତ ସମୟରେ ସୁରକ୍ଷା ମୁଖ୍ୟମନ୍ତ୍ରୀ ଠାରୁ ଅଧିକ । ରାଜ୍ୟ ରାଜକୋଷରୁ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି, ତାହା ଜଣେ ସଚିବଙ୍କ ପାଇଁ ପ୍ରଯୁଜ୍ୟ କି ? କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି । ତେଣୁ ଆଗାମୀ ଦିନରେ ଓଡିଶାରେ ଲୋକଙ୍କୁ ନ୍ୟାୟ ଦେବା ପାଇଁ ପଦକ୍ଷେପ ମଧ୍ୟ ନେବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.