ETV Bharat / state

ବିଜେଡି ବିଧାନସଭାରେ ମହିଳା ସଂରକ୍ଷଣ ରିଜୋଲ୍ୟୁସନ ଆଣୁ: ବିଜେପି

author img

By

Published : Jul 22, 2023, 10:35 PM IST

ବିଜେଡି ବିଧାନସଭାରେ ମହିଳା ସଂରକ୍ଷଣ ରିଜୋଲ୍ୟୁସନ ଆଣିବା ପାଇଁ ଦାବି କଲେ ବିଜେପି ଉପସଭାପତି ପ୍ରଭାତୀ ପରିଡ଼ା । ଅଧିକ ପଢନ୍ତୁ

Etv Bharat
Etv Bharat

ବିଜେଡି ବିଧାନସଭାରେ ମହିଳା ସଂରକ୍ଷଣ ରିଜୋଲ୍ୟୁସନ ଆଣୁ

ଭୁବନେଶ୍ବର: ବିଜେଡିର ମହିଳା ନେତ୍ରୀ ସଂଯୁକ୍ତା ମହଲାଙ୍କୁ କେମିତି ନ୍ୟାୟ ମିଳିବ ସେ ବିଷୟରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀରେ ଆଲୋଚନା ହେବା କଥା । ତାଙ୍କୁ ନ୍ୟାୟ ଦେବାକୁ ବିଜେଡ଼ି ନେତ୍ରୀମାନେ କେତେ ପର୍ଯ୍ୟନ୍ତ ଲଢେଇ କରିବେ ସେ ବିଷୟରେ ଆଲୋଚନା କରିବା କଥା । ବିଜେଡ଼ିର ନେତା ମନ୍ତ୍ରୀମାନେ ହଜାର ହଜାର ସଂଯୁକ୍ତା ମହଲା ତିଆରି କରି ସାରିଲେଣି । ବିଜେଡିର ମହିଳା କାର୍ଯ୍ୟକାରିଣୀ ବୈଠକକୁ ନେଇ ଏମିତି କହିଛନ୍ତି ବିଜେପି ଉପସଭାପତି ପ୍ରଭାତୀ ପରିଡା ।

ଏ ନେଇ ପ୍ରଭାତୀ କହିଛନ୍ତି, "ବିଜେଡିର ମହିଳା ନେତ୍ରୀ ସଂଯୁକ୍ତା ମହଲାଙ୍କୁ କେମିତି ନ୍ୟାୟ ମିଳିବ ସେ ବିଷୟରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀରେ ଆଲୋଚନା ହେବା କଥା । ବିଜେଡ଼ିର ନେତା ମନ୍ତ୍ରୀମାନେ ହଜାର ହଜାର ସଂଯୁକ୍ତା ମହଲା ତିଆରି କରି ସାରିଲେଣି । ସେମାନଙ୍କୁ କେମିତି ନ୍ୟାୟ ଦେବେ ବିଜେଡ଼ି ନେତ୍ରୀ ? ସେ ଯାହା ବି ପ୍ରସଙ୍ଗ ନେଇ ମହିଳାଙ୍କ ପାଖକୁ ଯିବେ, ମହିଳା ସେମାନଙ୍କୁ ପ୍ରଶ୍ନ କରିବେ । କାହିଁକି ମହିଳାଙ୍କ ଉପରେ ଅତ୍ୟାଚାର ବଢିଛି ? ମହିଳା ସୁରକ୍ଷା ନେଇ ବିଜେଡି ନେତ୍ରୀଙ୍କୁ ଉତ୍ତର ଦେବାକୁ ପଡ଼ିବ । ଅଙ୍ଗନୱାଡି ଏବଂ ଆଶା ଦିଦିଙ୍କ ଦରମା କାହିଁକି ବଢିଲାନି ତାର ଉତ୍ତର ଦେବାକୁ ପଡ଼ିବ।"

ଏହା ବି ପଢନ୍ତୁ- ନବୀନଙ୍କୁ ଭେଟିବାକୁ ଆସି ହଟହଟା ସଂଯୁକ୍ତା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହାଜର

ସେ ଆହୁରି କହିଛନ୍ତି, "ଏ ସରକାର ଖାଲି ମହିଳାଙ୍କୁ ବୋକା ବନାଉଛନ୍ତି କିନ୍ତୁ ଏଥର ସଫଳ ହେବେ ନାହିଁ । ଏଥର ରାଜ୍ୟରେ ମହିଳା ଭୋଟ ବିଜେପି ପାଖକୁ ଆସିବ । ପ୍ରକୃତରେ ମହିଳାମାନଙ୍କ ସରକାର ହେଲା ମୋଦି ସରକାର । ମୋଦି ସରକାର ସହ ମହିଳାମାନେ ଅଛନ୍ତି । ବିଜେଡିଠାରୁ ମାତ୍ର 15 ଲକ୍ଷ ଭୋଟ୍ କମ ପାଇଥିଲା ବିଜେପି । ତେଣୁ କେବଳ ବିଜେଡି ନୁହେଁ ବିଜେପି ପାଖେ ବି ମହିଳା ଭୋଟ ଅଛି । ବିଜେପି ବି ସାଂଗଠନିକ ଢାଞ୍ଚାରେ ସଂରକ୍ଷଣ ଦେଇ ନେତ୍ରୀ ତିଆରି କରୁଛି । ବିଜେଡି ବିଧାନସଭାରେ ମହିଳା ସଂରକ୍ଷଣ ରିଜୋଲ୍ୟୁସନ ଆଣୁ ।"

ସେପଟେ ଆଜି ବିଜେଡି ମହିଳା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ତୃଣମୂଳ ସ୍ତରରୁ ବିଜେଡିକୁ ମଜବୁତ କରିବାକୁ ବ୍ୟାପକ ଆଲୋଚନା ହୋଇଛି। ମହିଳା ସଶକ୍ତରେ 70 ଲକ୍ଷରୁ ଅଧିକ ମହିଳା ଯୋଡ଼ି ହୋଇଛନ୍ତି । କେନ୍ଦ୍ର ସରକାର ଯେଉଁ ନିର୍ବାଚନ ପ୍ରତିଶୃତି ଦେଇଥିଲେ, ତାହା ପୂରଣ କରି ନାହାନ୍ତି । ଦରଦାମ ବଢିଛି, ବେକାରୀ ବଢିଛି । ଚାଷୀଙ୍କ ଆୟ, ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ରେଳବାଇ ଅବହେଳା, କେନ୍ଦ୍ର ଅନୁଦାନ କାଟ, ଓଡ଼ିଶା ଉପରେ ଆର୍ଥିକ ବୋଝ, ରନ୍ଧନ ଗ୍ୟାସ ରେଟ ବଢିଛି, ମହିଳା ବିଲ ଆଣିବାରେ ପଛଘୁଞ୍ଚା, ଆଗାମୀ ଦିନରେ ରାଜରାସ୍ତାରେ ମହିଳା ବିଜେଡି ସଂଗ୍ରାମ କରିବ ବୋଲି କହିଛି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଯେଉଁ ମିଥ୍ୟା ଆରୋପ ଲଗାଯାଉଛି, ତାହାର ଦୃଢ଼ ଜବାବ ଦେବୁ ବୋଲି କହିଛନ୍ତି । ସେହିପରି ସଂଯୁକ୍ତା ମହଲାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡିର ନେତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.