ETV Bharat / state

ସିଏଜି ରିପୋର୍ଟକୁ ନେଇ ବର୍ଷିଲା ବିଜେପି, ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ

author img

By ETV Bharat Odisha Team

Published : Oct 4, 2023, 8:15 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ତଥ୍ୟ ସାମ୍ନାକୁ ଆଣିଲା ସିଏଜି ରିପୋର୍ଟ । 12 ଲକ୍ଷ 25 ହଜାର ଘର ପାଇବାରୁ ବଞ୍ଚିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ଅଧିକ ପଢନ୍ତୁ

bjp demands high level probe
ସିଏଜି ରିପୋର୍ଟକୁ ନେଇ ବର୍ଷିଲା ବିଜେପି

ସିଏଜି ରିପୋର୍ଟକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ । ଏନେଇ ସିଏଜି ରିପୋର୍ଟରେ ଆସିଥିବା ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ ସରକାର 27 ଲକ୍ଷ ଘର କେନ୍ଦ୍ର ସରକାରଙ୍କୁ ମାଗିଥିଲେ । କେନ୍ଦ୍ର ସରକାର 28 ଲକ୍ଷ ଘର ଦେଇଛନ୍ତି । ସିଏଜି ରିପୋର୍ଟରୁ ଜଣାପଡ଼ିଛି ଯେ, 8 ଲକ୍ଷ 59 ହଜାର ଘର ଲୋକଙ୍କୁ ମିଳିନାହିଁ । ସିଏଜି ରିପୋର୍ଟ ପ୍ରସଙ୍ଗରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି,"ରାଜ୍ୟ ସରକାର 27 ଲକ୍ଷ ଘର କେନ୍ଦ୍ର ସରକାରକୁ ମାଗିଥିଲେ । କିନ୍ତୁ କେନ୍ଦ୍ର ସରକାର 28 ଲକ୍ଷ ଘର ଦେଇଛନ୍ତି । କିନ୍ତୁ ସିଏଜି ରିପୋର୍ଟରୁ ଜଣାପଡ଼ିଛି ଯେ, 8 ଲକ୍ଷ 59 ହଜାର ହିତାଧିକାରୀଙ୍କୁ ମିଳିନାହିଁ । ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ଦେଲେ ନାହିଁ ରାଜ୍ୟ ସରକାର। "

ସେ ଆହୁରି ମଧ୍ୟ କହିଛନ୍ତି, "ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଚିହ୍ନଟ କରିବା ପ୍ରକ୍ରିୟାରେ ରାଜ୍ୟ ସରକାର ଫେଲ ମାରିଲେ । ଯାହାଦ୍ବାରା ରାଜ୍ୟ ସରକାର 5 ଲକ୍ଷ 27 ହଜାର ଘର ଫେରାଇବା ପାଇଁ ବାଧ୍ୟ ହେଲେ । କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗ କହିଥିଲେ, ଯେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଯେତେ ଚୟନ କଲେ ମଧ୍ୟ ଘର ଦିଆଯିବ । କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ 12 ଲକ୍ଷ 25 ହଜାର ଘର ପାଇବାରୁ ବଞ୍ଚିତ ହେଲା ଓଡ଼ିଶା । ପରମାନେଣ୍ଟ ୱେଟିଂ ଲିଷ୍ଟ ତାଲିକା ମଧ୍ୟ କରିପାରିଲେ ନାହିଁ ରାଜ୍ୟ ସରକାର । "

ଏହା ବି ପଢନ୍ତୁ...ରାଜ୍ୟ ସରକାରଙ୍କୁ ଅନୁରାଗ ଠାକୁରଙ୍କ ଚେତାବନୀ, କହିଲେ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତିର ନିଆଯିବ କାର୍ଯ୍ୟାନୁଷ୍ଠାନ

"ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦେବେ ପରିବର୍ତ୍ତେ ଅନ୍ୟ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ଏଥିରେ ବ୍ୟାପକ ଅର୍ଥ ଅନିୟମିତତା ହୋଇଛି । 18 କୋଟି 10 ଲକ୍ଷ ଟଙ୍କା ହେରଫେର ହୋଇଛି । ତାହେଲେ ଏଥିରେ ଅପାରଗ କିଏ ? ପ୍ରକୃତରେ ଜନ ବିରୋଧୀ କିଏ ? ସିଏଜି ରିପୋର୍ଟରୁ ତାହା ସ୍ପଷ୍ଟ ଭାବେ ଜଣାପଡୁଛି । ନବୀନ ପଟ୍ଟନାୟକ ଜନ ବିରୋଧୀ ବୋଲି ଏହାର ଝଲକ ସିଏଜି ରିପୋର୍ଟରୁ ସ୍ପଷ୍ଟ । ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବେ କି?" ବୋଲି ବିଜେପି ପ୍ରଶ୍ନ କରିଛି ।

ସୂଚନାଯୋଗ୍ୟ, ଗତକାଲି ଉପସ୍ଥାପିତ ହୋଇଛି ସାଧାରଣ ଓ ସାମାଜିକ କ୍ଷେତ୍ର ଉପରେ 3ଟି ସିଏଜି ରିପୋର୍ଟ । 2021 ମାର୍ଚ୍ଚ ଶେଷ ସୁଦ୍ଧା ସ୍ୱାୟତ୍ତ ସଂସ୍ଥାଗୁଡ଼ିକ ବା ପଞ୍ଚାୟତିରାଜ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡ଼ିକ ଉପରେ ଆଧାରିତ ସିଏଜି ରିପୋର୍ଟ । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପିଏମ ଆବାସ ଯୋଜନାର ବ୍ୟାପକ ଅନିୟମିତତା ଓ ଦୁର୍ନୀତିକୁ ଦର୍ଶାଇଛନ୍ତି ସିଏଜି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.