ETV Bharat / state

ଅତାବିରା NAC ନିର୍ବାଚନ ପ୍ରାର୍ଥୀପତ୍ର ଯାଞ୍ଚରେ ଅନିୟମିତତା ! CEOଙ୍କୁ ଫେରାଦ ହେଲା ବିଜେପି

author img

By

Published : Mar 20, 2023, 9:46 PM IST

ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚରେ ଅନିୟମିତତା ଅଭିଯୋଗ । ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପିର ଏକ ପ୍ରତିନିଧି ଦଳ । ଅଧିକ ପଢ଼ନ୍ତୁ

CEOଙ୍କୁ ଫେରାଦ ହେଲା ବିଜେପି
CEOଙ୍କୁ ଫେରାଦ ହେଲା ବିଜେପି

CEOଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ବର: ଅତାବିରା ଏନ୍‌ଏସି ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପି । ବିଜେପିର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇ ଅତାବିରା ଏନଏସି ନିର୍ବାଚନରେ ଅନିୟମିତତା ନେଇ ଅଭିଯୋଗ ଆଣିଛନ୍ତି । ତେବେ ଅତାବିରା ଏନ୍‌ଏସି ୫ ନମ୍ବର ୱାର୍ଡରେ ଜଣେ ପ୍ରାର୍ଥୀ ହୋଇଛନ୍ତି ରାଜୀବ କହଁର । ତାଙ୍କର ପ୍ରକୃତରେ ଭିନ୍ନ ଏକ ଜାତି ହୋଇଥିଲେ ହେଁ ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ସେ ନିର୍ବାଚନ ଲଢୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବା ସମୟରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ସେ କହିଛନ୍ତି, "ରାଜୀବ କହଁରଙ୍କ ପଟ୍ଟାରେ ଅଲଗା ଜାତି ଲେଖାଯାଇଥିବା ବେଳେ ସେ ଅନୁସୂଚିତ ଜାତି ହିସାବରେ ଆବେଦନ କରିଛନ୍ତି । ଜାତିଗତ ପ୍ରମାଣପତ୍ର ଆବେଦନ କରିବା ବେଳେ ତହସିଲଦାର ରାଜୀବଙ୍କୁ ଖାରଜ କରିଛନ୍ତି । ସେ ନିଜ ଜାତିକୁ ଗିଙ୍ଗର ବୋଲି ଆବେଦନ ପତ୍ରରେ ଦର୍ଶାଇଛନ୍ତି । କିନ୍ତୁ ଗିଙ୍ଗର ଜାତି ଅନୁସୂଚିତ ବର୍ଗରେ ଯାଉନାହିଁ । ଏହାପରେ ମଧ୍ୟ ରାଜୀବ କହଁରଙ୍କ ପ୍ରାର୍ଥୀ ପତ୍ର କାଏମ ରହିଛି । କିନ୍ତୁ ଏହାକୁ ନେଇ ନିର୍ବାଚନ କମିଶନ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ... ମିଲରଙ୍କ କଟନି ଛଟନି ଓ ଟାଟା ପାୱାରର ଶୋଷଣ ନୀତିକୁ ବିରୋଧ, ବିଧାନସଭା ଘେରିଲା ନବନିର୍ମାଣ କୃଷକ ସଂଗଠନ

ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ମଧ୍ୟ ଭୁଲ ଜାତିଗତ ପ୍ରମାଣପତ୍ର ଦେଇଥିବା ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ଗ୍ରହଣ ହେଲା ଓ ସେ ପ୍ରାର୍ଥୀ ହୋଇଗଲେ ବୋଲି ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ଦ୍ବାରସ୍ତ ହୋଇଛି ବିଜେପି । ତେବେ ତଦନ୍ତ ଚାଲିଛି ବୋଲି କହୁଛନ୍ତି ନିର୍ବାଚନ କମିଶନ । ରାଜ୍ୟରେ 5T ସରକାର ଚାଲିଥିବା କଥା କହୁଛନ୍ତି । ତେବେ ଏହା କେଉଁ Tରେ ଯାଉଛି ବୋଲି ବିଜେପି ପ୍ରଶ୍ନ କରିଛି । ଜଣଙ୍କର ଜାତି ପ୍ରମାଣପତ୍ର ତହସିଲଦାର ବାତିଲ କରିବା ପରେ ବି ଯଦି ସେ ପ୍ରାର୍ଥୀ ହୋଇପାରୁଛନ୍ତି, ତେବେ ଏହାଠାରୁ ବଡ଼ ବିଡ଼ମ୍ବନା ଆଉ କିଛି ନାହିଁ ବୋଲି ବିଜେପି କହିଛି । ଏହାଠାରୁ ଦୁର୍ଭାଗ୍ୟଜନକ ବିଷୟ ଆଉ କିଛି ନାହିଁ ଏବଂ ଏହି ଦିଗରେ ନିର୍ବାଚନ କମିଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.