ETV Bharat / state

NCRB ରିପୋର୍ଟକୁ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ପରେ କାଉଣ୍ଟର କଲା ବିଜେଡି

author img

By ETV Bharat Odisha Team

Published : Dec 10, 2023, 8:13 PM IST

Updated : Dec 10, 2023, 8:41 PM IST

BJD counters Dharmendra Pradhan: NCRB ରିପୋର୍ଟକୁ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ପରେ କାଉଣ୍ଟର କଲା ବିଜେଡି । କେନ୍ଦ୍ରମନ୍ତ୍ରୀ ଅଧାସତ୍ୟ କହି ଓଡିଶାକୁ ଅପମାନିତ କରିଛନ୍ତି ବୋଲି କହିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଅଧିକ ପଢନ୍ତୁ

Dharmendra Pradhan on NCRB report
Dharmendra Pradhan on NCRB report

NCRB ରିପୋର୍ଟକୁ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ପରେ କାଉଣ୍ଟର କଲା ବିଜେଡି

ଭୁବନେଶ୍ବର: NCRB ରିପୋର୍ଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟ ଉପରେ ଉତ୍ତର ରଖିଛି ବିଜେଡି । କେନ୍ଦ୍ରମନ୍ତ୍ରୀ ଅଧାସତ୍ୟ କହି ଓଡିଶାକୁ ଅପମାନିତ କରିଛନ୍ତି । ଓଡ଼ିଶାରେ ପଞ୍ଚାୟତ, ପୌର ନିର୍ବାଚନ ଓ ଉପ ନିର୍ବାଚନରେ ବିଜେପି ବାରମ୍ବାର ହାରି ହତୋତ୍ସାହିତ ହୋଇଛି । ହାରିଯାଇଥିବା କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି ।

ଏନସିଆରବି ରିପୋର୍ଟ ଅନୁଯାୟୀ ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢୁଥିବା ବେଳେ ନବୀନଙ୍କ ୨୩ ବର୍ଷର ଶାସନ ପରେ ବି ମହିଳା ଜନ୍ମ ହାର କମୁଛି ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଥିଲେ । ଏହାପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "NCRBର ରିପୋର୍ଟ ସମସ୍ତଙ୍କ ପାଇଁ ଉପଲବ୍ଧ ରହିଛି । ଏଣୁ କେନ୍ଦ୍ରମନ୍ତ୍ରୀ ଏହାକୁ ପରଖି ଉପସ୍ଥାପନା କରିବାର ଆବଶ୍ୟକ ଥିଲା । ମହିଳାଙ୍କ ଉପରେ ଅଧିକ ହିଂସା ଉତ୍ତରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଆଉ ପଶ୍ଚିମବଙ୍ଗରେ ବଢିଛି । ଏହି ସବୁ ବିଜେପି ଶାସିତ ରାଜ୍ୟରେ ସବୁଠୁ ଅଧିକ ମହିଳାଙ୍କ ଉପରେ ହିଂସା ହୋଇଛି । ଅର୍ଦ୍ଧସତ୍ୟ କହି ଓଡିଶାକୁ ଅପମାନିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ବିଜେଡି ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମ ।"

ଏହା ବି ପଢନ୍ତୁ- ରାଜ୍ୟରେ ବଢୁଛି ମହିଳା ବିରୋଧୀ ଅପରାଧ, ଦୁର୍ବାର ଆନ୍ଦୋଳନ କରିବ ମହିଳା ମୋର୍ଚ୍ଚା

ଏଣୁ ଦୋଷ ଦେବା ପୂର୍ବରୁ ଏନସିଆରବି ରିପୋର୍ଟ ପଢିବାକୁ ପରାମର୍ଶ ଦେଲେ ବିଜେଡି ମୁଖପାତ୍ର ଲେନିନ । ମହିଳା ନିର୍ଯାତନାରେ ବିଜେପି ଶାସିତ ରାଜ୍ୟ ଆଗରେ ବୋଲି କହିଛି ବିଜେଡି । ସେ ଆହୁରି କହିଛନ୍ତି, "ଏନସିଆରବି ରିପୋର୍ଟ ଅନୁସାରେ ଦେଶରେ ମହିଳାମାନଙ୍କ ବିରୋଧରେ ସବୁଠାରୁ ବେଶି ଅପରାଧ ଘଟୁଛି ଉତ୍ତରପ୍ରଦେଶରେ । ଏହା ପଛକୁ ରହିଛି ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟ । କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ ବିଜେପି ଶାସିତ ରାଜ୍ୟ ସରକାର ଗୁଡିକ ତାହେଲେ ଅପାରଗ । ଓଡ଼ିଶା ସରକାରଙ୍କ ଉପରେ ଅଯଥାରେ ଆଙ୍ଗୁଳି ଉଠାଇବା ଆଗରୁ ପ୍ରଥମେ ବିଜେପି ଶାସିତ ପ୍ରଦେଶ ଗୁଡିକରେ ସ୍ଥିତି ଉପରେ ନଜର ପକାଇଥିଲେ ଭଲ ହୋଇଥାନ୍ତା । ନିଜ କର୍ମୀଙ୍କୁ ଉତ୍ସାହିତ କରିବା କିଛି ଭୁଲ କଥା ନୁହେଁ, ହେଲେ ଏଥିପାଇଁ ଅର୍ଦ୍ଧସତ୍ୟ କହି ଓଡ଼ିଶାକୁ ଅପମାନିତ କରିବା ଠିକ ନୁହେଁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 10, 2023, 8:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.