ETV Bharat / state

ଜୟଙ୍କ ଇତିହାସ ଖୋଲିଲେ ସସ୍ମିତ, ବିଜେପିର କାର୍ଯ୍ୟାନୁଷ୍ଠାନ ପାଇଁ କଲେ ଦାବି

author img

By

Published : Feb 18, 2023, 8:13 PM IST

ପୂର୍ବରୁ ନେତାମାନେ ଶାସକ ଦଳ ଦ୍ବାରା ପରିଚାଳିତ ହେଉଥିଲେ । ମାତ୍ର ସେ ସେପରି ହୋଇପାରିବେ ନାହିଁ ବୋଲି ବିରୋଧୀ ଦଳ ନେତା କହିବା ପରେ ତାଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସାଂସଦ । ଜୟଙ୍କ ଇତିହାସ ଖୋଲିବା ସହିତ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ ଦାବି କରିଛନ୍ତି । ଅଧିକ ପଢନ୍ତୁ

BJD MP Sasmit Patra
BJD MP Sasmit Patra

ଜୟଙ୍କ ଇତିହାସ ଖୋଲିଲେ ସସ୍ମିତ

ଭୁବନେଶ୍ବର: ପୂର୍ବରୁ ନେତାମାନେ ଶାସକ ଦଳ ଦ୍ବାରା ପରିଚାଳିତ ହୋଇଥିଲେ । କିନ୍ତୁ ସେ ସେଭଳି ହୋଇପାରିବେ ନାହିଁ । ତେଣୁ ଶାସକ ଦଳ ତାଙ୍କ ପଛରେ ପଡିଛନ୍ତି । ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଏପରି କହିବା ପରେ ତାଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏଭଳି ଅଭିଯୋଗ ପାଇଁ ଜୟଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଲାଗି ସେ ଦାବି କରିଛନ୍ତି ।

ଜୟଙ୍କ ମନ୍ତବ୍ୟର ପୋଷ୍ଟମର୍ଟମ କରିଛି ବିଜେଡି । ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି , "ଜୟନାରାୟଣଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୂର୍ବତନ ବିରୋଧୀ ଦଳର ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାୟକଙ୍କ ବିରୋଧରେ ଜୟ ଗୁରୁତର ଅଭିଯୋଗ ଆଣିଛନ୍ତି । ଯିଏକି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରୁ ସୁସ୍ଥ ହେଉଛନ୍ତି । ଆହୁରି ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ଯେ ବିରୋଧୀ ଦଳର ପୂର୍ବତନ ଉପନେତା ସ୍ବର୍ଗତ ବିଷ୍ଣୁ ଚରଣ ସେଠୀ ଯିଏକି ତାଙ୍କ ପୂର୍ବରୁ ଜଣେ ନେତା ଥିଲେ ସେ ମଧ୍ୟ ସରକାରୀ ଦଳ ଦ୍ବାରା ପରିଚାଳିତ ହେଉଥିଲେ । ବିଧାନସଭାରେ ବିଜେପି ଦଳର ମୁଖ୍ୟ ସଚେତକ ଥିବା ମୋହନ ଚରଣ ମାଝିଙ୍କ ବିରୁଦ୍ଧରେ ସରକାରୀ ଦଳ ଦ୍ବାରା ପରିଚାଳିତ ହେଉଥିବା ଜୟ ଅଭିଯୋଗ ଆଣିଛନ୍ତି, ଯାହାକି ଅତ୍ୟନ୍ତ ଦୁଃଖଦାୟକ ।"

ଏହା ବି ପଢନ୍ତୁ- ଜୟ ନାରାୟଣ ମିଶ୍ର ଅଭ୍ୟାସଗତ ଅପରାଧୀ: ବିଜେଡି

ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯିଏକି ଜୟନାରାୟଣ ମିଶ୍ରଙ୍କ ଦ୍ବାରା ଚପଲ ମାଡର ଶିକାର ହୋଇଥିଲେ । କିନ୍ତୁ ଆଜି ସମୀର ମହାନ୍ତି ନୀରବ କାହିଁକି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ସେ ବିଜେପି ବିଧାୟକ ତଥା ପୂର୍ବତନ ବିଜେପି ନେତା ତଥା ବିରୋଧୀ ଦଳର ଉପନେତା ତଥା ବର୍ତ୍ତମାନର ବିଜେପି ମୁଖ୍ୟ ସଚେତକଙ୍କ ପକ୍ଷରୁ କଥା ହେବା ଏବଂ ଉତ୍ତର ଦେବା ଉଚିତ ବୋଲି କହିଛନ୍ତି ସସ୍ମିତ ।

ସସ୍ମିତ ଆହୁରି କହିଛନ୍ତି, "ଓଡ଼ିଶା ବିଜେପି ସଭାପତି ସମୀର ମହାନ୍ତି ବର୍ତ୍ତମାନ ଏହି ଦୁର୍ଦ୍ଦାନ୍ତ ଅପରାଧୀ ତଥା ହତ୍ୟାକାରୀ ଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଯେତେବେଳେ ଦଳୀୟ ନେତା ତାଙ୍କ ନେତାଙ୍କ ବିରୋଧରେ ମିଡିଆ ଆଗରେ କହୁଛନ୍ତି ଏ ବାବଦରେ ସମୀର ମହାନ୍ତି ସ୍ପଷ୍ଟୀକରଣ ରଖନ୍ତୁ । ଜୟ ତାଙ୍କୁ ମାଡ଼ ମରାଇବା ସହିତ ବର୍ତ୍ତମାନ ନିଜ ଦଳର ନେତାଙ୍କ ଉପରେ ମଧ୍ୟ ଆକ୍ରମଣ ଆରମ୍ଭ କରିଛନ୍ତି ।" କାର୍ଯ୍ୟାନୁଷ୍ଠାନ ନେବାକୁ ସସ୍ମିତ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.