ETV Bharat / state

ଜୟ ନାରାୟଣ ମିଶ୍ର ଅଭ୍ୟାସଗତ ଅପରାଧୀ: ବିଜେଡି

author img

By

Published : Feb 17, 2023, 10:44 PM IST

ଜୟ ନାରାୟଣ ମିଶ୍ର ଓ ମହିଳା ଆଇଆଇସି ଧସ୍ତାଧସ୍ତି ଘଟଣା । ଜୟଙ୍କ ପାଇଁ ବିଜେପି ରାଜ୍ୟପାଳଙ୍କୁ ଭେଟି ସୁରକ୍ଷା ମାଗିବା ନେଇ ମତ ରଖିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ଅଧିକ ପଢ଼ନ୍ତୁ

ଜୟ ନାରାୟଣ ମିଶ୍ର ଓ ମହିଳା ଆଇଆଇସି ଧସ୍ତାଧସ୍ତି ଘଟଣା
sulata deo reaction on jaya narayan mishra

ଜୟ ନାରାୟଣ ମିଶ୍ର ଅଭ୍ୟାସଗତ ଅପରାଧୀ

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଅଭ୍ୟାସଗତ ଅପରାଧୀ କହିଲେ ବିଜେଡି ମୁଖପାତ୍ର ସୁଲତା ଦେଓ । ତାଙ୍କ ବିରୋଧରେ ହତ୍ୟା ସମେତ ୧୬ଟି ଅପରାଧିକ ମାମଲା ରହିଛି । ନିର୍ବାଚିତ ବିଧାୟକ ଏବଂ ବିଜେପି ଦ୍ୱାରା ମନୋନୀତ ବିରୋଧୀ ଦଳର ନେତା ହୋଇଥିବାରୁ ତାଙ୍କୁ ପୋଲିସ ସୁରକ୍ଷା ମିଳିଥିଲା । ସେ ନିଜେ ତାଙ୍କର ପୋଲିସ ସୁରକ୍ଷା ଫେରାଇ ଦେଇଛନ୍ତି । ଜୟଙ୍କ ପାଇଁ ବିଜେପି ରାଜ୍ୟପାଳଙ୍କୁ ଭେଟି ସୁରକ୍ଷା ମାଗିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଏପରି କହିଛନ୍ତି ।

ସୁଲତା ଦେଓ କହିଛନ୍ତି ଯେ, "ବିଜେପି ବିଧାୟକମାନେ ଓଡ଼ିଶା ରାଜ୍ୟପାଳଙ୍କ ନିକଟକୁ ଯାଇ ଜୟ ନାରାୟଣଙ୍କ ପାଇଁ ସୁରକ୍ଷା ମାଗିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା । ବରଂ ଜୟ ନାରାୟଣ ଆକ୍ରମଣ କରିଥିବା ମହିଳା ପୋଲିସ ଅଧିକାରୀଙ୍କ ନିକଟରେ କ୍ଷମା ମାଗିବାକୁ ତାଙ୍କୁ କହିବା ଉଚିତ । ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପରେ ଦୟା ଆସୁଛି । ଯିଏକି ଓଡିଶା ବିଜେପି ସଭାପତି, ଯାହାଙ୍କୁ ଜୟଙ୍କ ଦ୍ୱାରା ମାଡ ମରାଯାଇଥିଲା । ଯେଉଁଥି ପାଇଁ ଜୟଙ୍କୁ ୬ ବର୍ଷ ପାଇଁ ବିଜେପିରୁ ନିଲମ୍ବିତ କରାଯାଇଥିଲା । ଖୋଦ ସମୀର ମହାନ୍ତିଙ୍କୁ ତାଙ୍କ ଦଳରେ ଏଭଳି ଅପରାଧୀଙ୍କୁ ଏବେ ସହ୍ୟ କରିବାକୁ ପଡୁଛି ବୋଲି ଏହା ଦେଖି ଆହୁରି ଦୁଃଖ ଲାଗୁଛି ।"



ସୂଚନା ଥାଉକି, ରାଜ୍ୟପାଳଙ୍କ ନିକଟରେ ବିଜେପି ଅଭିଯୋଗ କରିଥିଲା ଯେ, ନବଙ୍କ ହତ୍ୟା ଘଟଣାରେ ବିକ୍ଷୋଭ ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଜଣେ ମହିଳା ପୋଲିସ ଆଇଆଇସି ଲଗାଇ ତାଙ୍କୁ ଧକ୍କା ମରାଗଲା ଓ ଗୋଡ ଚକଟି ଦିଆଗଲା । ଏହାପରେ ଜୟଙ୍କୁ ମାରାଣାନ୍ତକ ଆକ୍ରମଣ କରିବା ସହ ସମ୍ବଲପୁର ସର୍କିଟ ହାଉସରେ ହଙ୍ଗାମା ଓ ଭଙ୍ଗାରୁଜା କରିଥିଲେ ଶାସକ ବିଜେଡିର କର୍ମୀ । କିନ୍ତୁ ପୋଲିସ ବିଜେଡି ଦଳର କର୍ମୀମାନଙ୍କ ବିରୁଦ୍ଧରେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ ।

ବିରୋଧୀ ଦଳର ନେତାଙ୍କ ପ୍ରତି ବିଶୃଙ୍ଖଳିତ ପୋଲିସର ଆଶାଳୀନ ଆଚରଣ ଓ ବିଜେଡିର ବିଶୃଙ୍ଖଳିତ କର୍ମୀମାନଙ୍କ ଦ୍ୱାରା ସରକାରୀ ସମ୍ପତ୍ତି ନଷ୍ଟ ହେଉଛି । ପୋଲିସ ଦ୍ୱାରା ମନ୍ତ୍ରୀ ନବ ଦାସଙ୍କର ହତ୍ୟା ପରେ ନିଜର ସୁରକ୍ଷା ନିମନ୍ତେ ପୋଲିସ ଉପରେ ଭରସା ନକରି ବିରୋଧୀ ଦଳ ନେତା ପିଏସଓଙ୍କୁ ଦାୟୀତ୍ୱରୁ ହଟାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । ସୈାଜନ୍ୟମୂଳକ ଭାବେ ଏସମ୍ପର୍କରେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ଜୟଙ୍କ ସହ କଥା ନହୋଇ ଦାୟୀତ୍ୱହୀନତା ପରିଚୟ ଦେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.