ଭୁବନେଶ୍ବର: ଶ୍ରମିକ ଭୋଟ ବ୍ୟାଙ୍କ ହାତେଇବାକୁ ବିଜେଡିର ବଡ଼ ଯୋଜନା । ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ ଶ୍ରମିକ ସାମୁଖ୍ୟ ପାଇଁ ମୁଖ୍ୟ ସଂଯୋଜକ ନିଯୁକ୍ତି ଦିଆଯାଇଛି । ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ମହାସଂଘ, କୋଇଲା, ଇସ୍ପାତ ଏବଂ ରେଳବାଇ ଶ୍ରମିକ ସାମୁଖ୍ୟ, ଷ୍ଟ୍ରିଟ ଭେଣ୍ଡର ସଂଘ, ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ, ଓଡିଶା ଜିପିଏଲଏଫ ମହାସଂଘ, ଓଡିଶା ରାସ୍ତା ଏବଂ କର୍ମଚାରୀ ମହାସଂଘ, ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ, ଅଲ ଓଡିଶା ଆଶାକର୍ମୀ ସାମ୍ମୁଖ୍ୟ, ନିର୍ମାଣ ଶ୍ରମିକ ସଂଘର ମୁଖ୍ୟ ସଂଯୋଜକ ନିଯୁକ୍ତ ହୋଇଛନ୍ତି । ଏନେଇ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ମହାସଂଘର ମୁଖ୍ୟ ସଂଯୋଜକ ହୋଇଛନ୍ତି ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ସାଂସଦ ସୁଲୋତା ଦେଓ, ଶର୍ମିଷ୍ଠା ସେଠୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଦୁର୍ଗା ସାମନ୍ତରାୟ । ଷ୍ଟ୍ରିଟ ଭେଣ୍ଡର ସଂଘର ମୁଖ୍ୟ ସଂଯୋଜକ ହୋଇଛନ୍ତି ଯୁଗଳ ନାୟକ, ବିକାଶ ଦାସ ଓ ଦେବେନ୍ଦ୍ର ପାଣିଗ୍ରାହୀ । ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ମୁଖ୍ୟ ସଂଯୋଜକ ହୋଇଛନ୍ତି ସାଂସଦ ନିରଞ୍ଜନ ବିଶି, ବିଧାୟକ ବିକ୍ରମ ପଣ୍ଡା ଓ ରାଜୀବ ମହାନ୍ତି । ସେହିପରି ଶ୍ରୀମୟୀ ମିଶ୍ର, ଦୀପାଳି ଦାସ ଓ ସୁଭଦ୍ରା ଦାସ GPLF ମହାସଂଘର ମୁଖ୍ୟ ସଂଯୋଜକ ହୋଇଛନ୍ତି । ଓଡ଼ିଶା ରୋଡ଼ ଓ ପରିବହନ କର୍ମଚାରି ମହାସଂଘ ମୁଖ୍ୟ ସଂଯୋଜକ ହୋଇଛନ୍ତି ସାଂସଦ ସୁଜିତ କୁମାର, ବିଧାୟକ ପ୍ରଣବ ବଳବନ୍ତରାୟ, ମିହିର କୁମାର ରାଉତ ଓ ନବ କିଶୋର ମହାନ୍ତି ।
ଏହାମଧ୍ୟ ପଢନ୍ତୁ: ବିଜୁ ଶ୍ରମିକ ସାମ୍ମୁଖ୍ୟର ପୁନର୍ଗଠନ: ଜଣେ ହେଲେ ନାହାନ୍ତି ମହିଳା ସଦସ୍ୟା
ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘର ମୁଖ୍ୟ ସଂଯୋଜକ ହୋଇଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା, ଯୋଗେନ୍ଦ୍ର ସ୍ବାଇଁ, ନିରଞ୍ଜନ ପାତ୍ର ଓ ପ୍ରଦୀପ କୁମାର ନାୟକ । ନିଖିଳ ଓଡ଼ିଶା ଆଶାକର୍ମୀ ସାମ୍ମୁଖ୍ୟର ମୁଖ୍ୟ ସଂଯୋଜକ ହୋଇଛନ୍ତି ବିଧାୟକ ସ୍ବରୂପ କୁମାର ଦାସ, ନିରଞ୍ଜନ ପାତ୍ର, ପ୍ରଦୀପ କୁମାର ନାୟକ । ସେହିପରି ଖଣି ଓ କୋଇଲା ଶ୍ରମିକ, ରେଳବାଇ ଶ୍ରମିକ ସାମ୍ମୁଖ୍ୟର ମୁଖ୍ୟ ସଂଯୋଜକ ହୋଇଛନ୍ତି ବିଧାୟକ ସୁଶାନ୍ତ ବେହେରା, କୁନା ବିହାରୀ ଦାସ ଓ ପଞ୍ଚାନନ ସେନାପତି । ନିର୍ମାଣ ଶ୍ରମିକ ସଂଘର ମୁଖ୍ୟ ସଂଯୋଜକ ହୋଇଛନ୍ତି ବୈଦ୍ୟନାଥ ଦାସ, ରାଜେନ୍ଦ୍ର ଦାସ ଓ ବାଲା ରାୟ ।
କିଛି ଦିନ ପୂର୍ବରୁ ପ୍ରାୟ ୬ ବର୍ଷ ବ୍ୟବଧାନରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ପୁନର୍ଗଠନ ହୋଇଛି । ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଯୁକ୍ତ ହୋଇଛନ୍ତି । ଦେବାଶିଷ ସାମନ୍ତରାୟ ଓ ପ୍ରଭାସ କୁମାର ସିଂଙ୍କୁ ଦୁଇ ଉପଦେଷ୍ଟା ଭାବେ ସାମିଲ କରାଯାଇଛି । ସାମ୍ମୁଖ୍ୟର ୧୦ ଜଣିଆ ତାଲିକାରେ ଜଣେ ହେଲେ ମହିଳା ସଦସ୍ୟା ନାହାନ୍ତି । ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଅଛନ୍ତି । ମହାସଚିବ ଭାବେ କଟକ ମେୟର ସୁବାସ ସିଂଙ୍କୁ ପୁଣି ଥରେ ନିଯୁକ୍ତି ମିଳିଛି । ସେହିପରି ସାମ୍ମୁଖ୍ୟର ସେଣ୍ଟ୍ରାଲ କୋଅର୍ଡିନେଟର ଭାବେ ୧୦ ଜଣଙ୍କୁ ସାମିଲ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର