ETV Bharat / state

9 ରେ ନୀତୀଶ ଓ ନବୀନ ଭେଟଘାଟ, ଚର୍ଚ୍ଚା ଜୋରଦାର

author img

By

Published : May 6, 2023, 7:47 PM IST

ଗୋଟେ ସମୟରେ ନବୀନ ଓ ନୀତିଶ ଏନଡିଏର ଗୁରୁତ୍ବପୂର୍ଣ୍ଣ ଅଂଶୀଦାର ଥିଲେ । ସମୟ କ୍ରମେ ଉଭୟ ଏନଡିଏ ବାହାରେ ରହିଛନ୍ତି । କନ୍ଧମାଳ ଦଙ୍ଗା ଘଟଣା ପରେ ବିଜେପି ହାତ ଛାଡିଥିଲେ ନବୀନ । ସେପଟେ ବିହାର ରାଜନୀତିରେ ନୀତିଶ ଓ ବିଜେପି ସମ୍ପର୍କ କେବେ ଥଣ୍ଡା ଓ କେବେ ଗରମ ରହିଛି । ଗତ ବର୍ଷ ସହଯୋଗୀ ବିଜେପିକୁ ଛାଡି ଆରଜେଡି ସହ ମେଣ୍ଟ ସରକାର ଚଳାଉଛନ୍ତି ନୀତିଶ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଆସନ୍ତା ୯ ତାରିଖରେ ହେବ ଦେଶର ଦୁଇ ବରିଷ୍ଠ ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ହେବ ସାକ୍ଷାତ ଆଲୋଚନା । ଓଡିଶାରେ ହେବାକୁ ଥିବା ଦୁଇ ଭେଟରାନଙ୍କ ଭେଟଘାଟକୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା ।

ଏହାବି ପଢନ୍ତୁ- ସରିଲା ରାଷ୍ଟ୍ରପତିଙ୍କ ୩ଦିନିଆ ଗସ୍ତ, ଫେରିଗଲେ ରାଇସିନା ହିଲ୍

ଦୀର୍ଘଦିନ ପରେ ଏକାଠି ହେବେ ଦେଶର ଦୁଇ ବରିଷ୍ଠ ମୁଖ୍ୟମନ୍ତ୍ରୀ । ଆସନ୍ତା 9 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ଭେଟଘାଟ ହେବ । ଭେଟଘାଟର ସମୟ ମଧ୍ୟାହ୍ନ 12 ଟା ସ୍ଥିର ହୋଇଛି । ଯେତେବେଳେ ଉଭୟ ନେତା ପରସ୍ପରକୁ ସ୍ବାଗତ କରୁଥିବେ ସେତେବେଳେ ଦେଶର ରାଜନୈତିକ ତାତି ଶିଖର ଛୁଇଁବ । ଉଭୟ ବରିଷ୍ଠ ନେତାଙ୍କ ଭେଟଘାଟ ସୌଜନ୍ୟତା ଭରା ନୁହେଁ, ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ନୀତିଶଙ୍କ ଓଡିଶା ଗସ୍ତ ସାଧାରଣ ନୁହେଁ । ବୈଠକର ଫଳାଫଳ 2024 ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାର ସମ୍ଭାବନା ସୃଷ୍ଟି କରିବ ।

ଗୋଟେ ସମୟରେ ନବୀନ ଓ ନୀତିଶ ଏନଡିଏର ଗୁରୁତ୍ବପୂର୍ଣ୍ଣ ଅଂଶୀଦାର ଥିଲେ । ସମୟ କ୍ରମେ ଉଭୟ ଏନଡିଏ ବାହାରେ ରହିଛନ୍ତି । କନ୍ଧମାଳ ଦଙ୍ଗା ଘଟଣା ପରେ ବିଜେପି ହାତ ଛାଡିଥିଲେ ନବୀନ । ସେପଟେ ବିହାର ରାଜନୀତିରେ ନୀତିଶ ଓ ବିଜେପି ସମ୍ପର୍କ କେବେ ଥଣ୍ଡା ଓ କେବେ ଗରମ ରହିଛି । ଗତ ବର୍ଷ ସହଯୋଗୀ ବିଜେପିକୁ ଛାଡି ଆରଜେଡି ସହ ମେଣ୍ଟ ସରକାର ଚଳାଉଛନ୍ତି ନୀତିଶ । ଏଠି ନବୀନ ଉଭୟ ବିଜେପି ସଂଯୁକ୍ତ ଏନଡିଏ ଓ କଂଗ୍ରେସ ଯୁକ୍ତ ୟୁପିଏରୁ ସମ ଦୂରତା ରଖୁଥିବା କଥା କହି ଆସୁଛନ୍ତି । ରାଜ୍ୟରେ ବିଜେପିକୁ ଆଡ଼ ଆଖିରେ ଦେଖୁନଥିବା ନବୀନ କେନ୍ଦ୍ରୀୟ ବିଜେପି ସହ ନିବଡ଼ ସମ୍ପର୍କ ଥିବା ଚର୍ଚ୍ଚା ହୁଏ । ତେଣୁ ବିଭିନ୍ନ ଆବଶ୍ୟକ ସମୟରେ ଏନଡିଏକୁ ବିଜେଡି ସହଯୋଗ ଯୋଗାଇ ଆସୁଥିବା ବିରୋଧୀ ଅଭିଯୋଗ କରନ୍ତି ।

ଜାତୀୟ ରାଜନୀତିରେ ନବୀନ ବିଶେଷ ରୁଚି ରଖୁନଥିବାବେଳେ କିନ୍ତୁ ନୀତିଶଙ୍କର ରହିଛି ବେଶ ଦୁର୍ବଳତା । ଏକଦା ନୀତିଶ ପ୍ରଧାନମନ୍ତ୍ରୀ ହେବା ଲାଗି ଆଶା ପୋଷଣ କରୁଥିବାର ଚର୍ଚ୍ଚା ହୁଏ । ବିଜେପିକୁ କ୍ଷମତାରୁ ହଟାଇବା ଲାଗି ତୃତୀୟ ସମ୍ମୁଖ୍ୟର ଆବଶ୍ୟକତା ଥିବା କଥାକୁ ସମର୍ଥନ କରନ୍ତି । ତେଣୁ ବିଭିନ୍ନ ଦଳର ମୁଖ୍ୟ ମାନଙ୍କୁ ଭେଟି ଏକତ୍ର କରିବା ଲାଗି ଯୋଜନା କରିଛନ୍ତି ନୀତିଶ । ନୀତିଶ ଓଡିଶା ଆସିବା ପୂର୍ବରୁ ଆପ ମୁଖ୍ୟ ଅରବିନ୍ଦ କେଜରିବାଲ, ସମାଜବାଦୀ ପାର୍ଟି ମୁଖ୍ୟ ଆଖିଲେଶ ଯାଦବ ପ୍ରମୁଖଙ୍କୁ ଭେଟି ଆଲୋଚନା କରିଛନ୍ତି । ତେଣୁ ନବୀନଙ୍କ ସହ ନୀତିଶଙ୍କ ଭେଟଘାଟ ବେଶ ଗୁରୁତ୍ବ ବହନ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.