ETV Bharat / state

ପୂଜା ପାଇଁ ଭୁବନେଶ୍ୱରରେ କଡ଼ା ଟ୍ରାଫିକ୍, ନିୟମ ଉଲ୍ଲଙ୍ଘନ କଲେ ସିଧା ଯିବେ କୋର୍ଟ !

author img

By ETV Bharat Odisha Team

Published : Oct 9, 2023, 7:58 PM IST

ଆଗକୁ ଆସୁଛି ପାର୍ବଣର ଋତୁ । ଦଶହରା ବଜାରରେ ଏବେଠୁ ଆରମ୍ଭ ହେଲାଣି ଅସମ୍ଭାଳ ଭିଡ଼ । ଭୁବନେଶ୍ବରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବିଗତ ଦୁଇ ଦିନ ଧରି ରାଜଧାନୀର ବିଭିନ୍ନ ଟ୍ରାଫିକ ଅଞ୍ଚଳରେ ନିୟମକୁ କଡ଼ାକଡ଼ି କରାଯାଇଛି । ଅଧିକ ପଢନ୍ତୁ

ପୂଜା ପାଇଁ ଭୁବନେଶ୍ୱରରେ କଡ଼ା ଟ୍ରାଫିକ୍
ପୂଜା ପାଇଁ ଭୁବନେଶ୍ୱରରେ କଡ଼ା ଟ୍ରାଫିକ୍

ପୂଜା ପାଇଁ ଭୁବନେଶ୍ୱରରେ କଡ଼ା ଟ୍ରାଫିକ୍

ଭୁବନେଶ୍ବର: ଆଗକୁ ଆସୁଛି ପାର୍ବଣର ଋତୁ । ଦଶହରା ବଜାରରେ ଏବେଠୁ ଆରମ୍ଭ ହେଲାଣି ଅସମ୍ଭାଳ ଭିଡ଼ । ଭୁବନେଶ୍ବରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବିଗତ ଦୁଇ ଦିନ ଧରି ରାଜଧାନୀର ବିଭିନ୍ନ ଟ୍ରାଫିକ ଅଞ୍ଚଳରେ ନିୟମକୁ କଡ଼ାକଡ଼ି କରାଯାଇଛି । ଏହାସହ ନିୟମ ଉଲ୍ଲଙ୍ଘନ କଲେ ମିଳିବନି ନିସ୍ତାର । ଚେତାଇ ଦେଇଛି କମିଶନରେଟ ପୋଲିସ ।

ବିଶେଷ କରି ଅସମ୍ଭାଳ ଭିଡ଼ ହେଉଥିବା ଦୁଇଟି ପ୍ରମୁଖ କାରଣ ହେଉଛି ରଙ୍ଗସାଇଡ ଡ୍ରାଇଭିଂ ଓ ବେଆଇନ ପାର୍କିଂ। ଯାହାକୁ ନେଇ କଠୋର ହୋଇଛି ରାଜଧାନୀ ପୋଲିସ । ଏନେଇ ଦୁଇ ଦିନ ଧରି ସ୍ପେଶାଲ ଡ୍ରାଇଭ ଜରିଆରେ ଧରପଗଡ ଆରମ୍ଭ କରିଛି । ରଙ୍ଗସାଇଡ ଡ୍ରାଇଭ୍ କରୁଥିବା ଗାଡି ଗୁଡିକ ଉଠାଇ ଆଣିଛି ପୋଲିସ । ବେଆଇନ ଭାବରେ ରାସ୍ତା କଡ଼ରେ ଗାଡ଼ି ପାର୍କିଂକୁ ନେଇ କଠୋର ପଦକ୍ଷେପ ନେଇଛି । ଜିନିଷ କିଣିବା ଆଳରେ ଲୋକମାନେ ବେଆଇନ ପାର୍କିଂ କରିବା ଫଳରେ ଅସମ୍ଭାଳ ଭିଡ଼ ପରିସ୍ଥିତି ଉପୁଜିଛି । ଫଳରେ ସାଧାରଣ ଯାତାୟତରେ ଭିଡ଼ ପରିଲକ୍ଷିତ ହେଉଛି । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଆକ୍ସନ ମୋଡ଼କୁ ଆସିଛି ରାଜଧାନୀ ଟ୍ରାଫିକ ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ.....ଟ୍ରାଫିକ ନିୟମକୁ ଫୁ କରି ରିଲ୍ସ କରୁଥିଲେ ଯୁବକ, ଭିଡିଓ ଭାଇରାଲ ପରେ ଗଣିଲେ ତଣ୍ଡ

ତେବେ ଟ୍ରାଫିକ ପୋଲିସ ଏସିପି ଜୟନ୍ତ ଡୋରା‌ କହିଛନ୍ତି, " ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ଡ୍ରାଇଭ କରି ଭୁବନେଶ୍ବରର ଦୁଇଟି ଟ୍ରାଫିକ ଥାନା ଅଞ୍ଚଳରୁ 201ଟି ରଙ୍ଗସାଇଡ ଡ୍ରାଇଭ୍ ପାଇଁ, 13ଟି ମୋଡିଫାଏଡ ସାଇଲେନ୍ସର ପାଇପ ବ୍ୟବହାର‌କାରୀ ଗାଡି ସହ 84ଟି ବେଆଇନ ପାର୍କିଂ କରିଥିବା ଗାଡିକୁ ଜବତ କରି ଥାନାକୁ ଅଣାଯାଇଛି । ପରେ ସେସବୁ ଗାଡିକୁ କୋର୍ଟକୁ ପିଆର ପାଇଁ ପଠାଯିବ । ଯେକେହି ନିୟମ ଉଲ୍ଲଙ୍ଘନକାରୀ ଗାଡି ନେବାକୁ ଚାହିଁବେ ତେବେ ସେମାନେ କୋର୍ଟରେ ପିଆର ବଣ୍ଡ୍‌ ଆଣିବା ପରେ ଗାଡି ରିଲିଜ କରି ନେଇପାରିବେ‌ । ଅର୍ଥାତ୍ ପୂଜା ସମୟରେ ଏପରି ନିୟମ ଉଲ୍ଲଙ୍ଘନ କରୁଥିଲା ଲୋକ ଅନ୍ତତଃ ସଚେତନ ହେବେ ଏବଂ ଅନ୍ୟମାନଙ୍କ ପାଇଁ ସଚେତନର ମଧ୍ୟ ଉଦାହରଣ ସାଜିବେ । ଫଳରେ ଯେ କେହି ବି ଏଥର ପୂଜାରେ ବିଶୃଙ୍ଖଳିତ ଡ୍ରାଇଭିଂ ନକରି ଶୃଙ୍ଖଳିତ ଡ୍ରାଇଭ ଜରିଆରେ ସହରରେ ଭିଡ଼ ଓ ଗହଳି କରାଇବାରେ ସହଯୋଗ କରିବେ ।

ତେବେ ଏହା ସହିତ ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କୁ ମଧ୍ୟ ଠାବ କରାଯାଇ ସେମାନଙ୍କୁ ସ୍ଥାନୀୟ ଥାନାକୁ ହସ୍ତାନ୍ତର କରାଯାଇଛି । ସେମାନଙ୍କ ବିରୋଧରେ ଡ୍ରିଙ୍କ୍‌ ଡ୍ରାଇଭ୍ କେସ କରି ପୋଲିସ ସେମାନଙ୍କୁ ଛାଡ଼ିବ । ଏହାସହ ପୂର୍ବରୁ ଜୋର ଶବ୍ଦ କରି ଯାଉଥିବା ଗାଡି଼ ବିପୁଳ ପରିମାଣର ଜବତ ହୋଇ କୋର୍ଟକୁ ପିଆର ପାଇଁ ପଠାଯାଇଥିଲା। ଏବେ ତାହା କମିଛି ଅର୍ଥାତ୍ ଲୋକେ ସଚେତନ ହେଉଛନ୍ତି।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.