ଲୋପ ପାଉଛି ଜଳଚର ପ୍ରାଣୀଙ୍କ ସଂଖ୍ୟା, ଜିଲ୍ଲା ପ୍ରଶାସନ ପକ୍ଷରୁ ବେଆଇନ ଘେରି ଉଚ୍ଛେଦ

author img

By

Published : Sep 15, 2021, 10:01 PM IST

ଲୋପ ପାଉଛି ଜଳଚର ପ୍ରାଣୀଙ୍କ ସଂଖ୍ୟା, ଜିଲ୍ଲା ପ୍ରଶାସନ ପକ୍ଷରୁ ବେଆଇନ ଘେରି ଉଚ୍ଛେଦ

ଦିନକୁ ଦିନ ଜଳଚର ପ୍ରାଣୀଙ୍କ ସଂଖ୍ୟା ଲୋପ ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘେରି ଉଚ୍ଛେଦ କରାଯାଇଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ବେଆଇନ ଘେରି ଉଚ୍ଛେଦ । ସୂଚନାନୁସାରେ ଖୋର୍ଦ୍ଧା ଜିଲ୍ଲା ଅଧିନ ସୁନ୍ଦରପୁର ମୌଜାରେ ଥିବା ଚିଲିକାର ବେଆଇନ ଘେରିକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଏନେଇ ଉଚ୍ଛେଦ କାର୍ଯ୍ୟରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଟାଙ୍ଗୀ ତହସିଲ ପ୍ରଶାସନ ଓ ବାଲୁଗାଁ ଏସଡିପିଓଙ୍କ ସମେତ ସମେତ ଟାଙ୍ଗୀ ପୋଲିସ ଉପସ୍ଥିତିରେ ଏହି ଘେରି ଉଚ୍ଛେଦ ହୋଇଛି ।

ଲୋପ ପାଉଛି ଜଳଚର ପ୍ରାଣୀଙ୍କ ସଂଖ୍ୟା, ଜିଲ୍ଲା ପ୍ରଶାସନ ପକ୍ଷରୁ ବେଆଇନ ଘେରି ଉଚ୍ଛେଦ

ତେବେ ବେଆଇନ ମାଛ ଚାଷ କରୁଥିବା କେତେକ ଚାଷୀ ଅଧିକ ଲାଭ ପାଇବା ଆଶାରେ ବିଭିନ୍ନ ପ୍ରକାର ରାସାୟନିକ ସାରର ବ୍ୟବହାର କରୁଛନ୍ତି ଏବଂ ସେହି ରାସାୟନିକ ପାଣିକୁ ଚିଲିକାକୁ ଛାଡିବାରୁ ଚିଲିକାରେ ବିଭିନ୍ନ ଜଳଚର ପ୍ରାଣୀଙ୍କ ସଂଖ୍ୟା ଲୋପ ପାଇବା ସହ ଜୈବବିବିଧତା ଉପରେ କୁପ୍ରଭାବ ପଡୁଛି । ତେଣୁ ଚିଲିକା କୂଳରୁ ୧୦୦ ମିଟର ପର୍ଯ୍ୟନ୍ତ ଘେରି ଉଚ୍ଛେଦ କରାଯାଇଛି ।

ସେପଟେ ଶହଶହ ଏକର ବେଆଇନ ଘେରି କରି ମାଛ ଚାଷ କରୁଥିବାବେଳେ ମାଛ ଚାଷ କରୁଥିବା ଚାଷୀଙ୍କର ଲକ୍ଷାଧିକ ଟଙ୍କା କ୍ଷତି ହେଉଥିବା କହିଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ କ୍ରମେ ଚିଲିକା କୂଳରେ ୧୦୦ମିଟର ମଧ୍ୟରେ ଗଢିଠିଥିବା ୧୬୦ରୁ ୧୭୦ ଏକର ବେଆଇନ ଘେରିକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ତେବେ ଯେଉଁ ବ୍ୟକ୍ତି ଉଚ୍ଛେଦ ସ୍ଥାନରେ ପୁନଃର୍ବାର ମାଛ ଚାଷ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି କହିଛନ୍ତି ଟାଙ୍ଗି ତହସିଲଦାର ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.