ETV Bharat / state

Amit Shah Meeting with Party Leaders: ଦ୍ଵନ୍ଦ୍ୱ ଦୂର କର, ଲଢେଇ ପାଇଁ ପ୍ରସ୍ତୁତ ରୁହ: ଅମିତ ଶାହ

author img

By

Published : Aug 5, 2023, 9:06 PM IST

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଗୃହମନ୍ତ୍ରୀ ଅମିତ ଶାହ ଆଜି ସରକାରୀ କାର୍ଯ୍ୟକ୍ରମ ଶେଷ ପରେ ଦଳୀୟ କାର୍ଯ୍ୟାଳଯକୁ ଆସିଥିଲେ । ଦଳୀୟ ନେତାଙ୍କ ସହ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ 2ଟା ପରଠାରୁ ରୁଦ୍ଧଦ୍ବାର ବୈଠକ କରିଥିଲେ ଅମିତ ଶାହ । ଅଧିକ ପଢନ୍ତୁ

ଦ୍ଵନ୍ଦ ଦୂର କର, ଲଢେଇ ପାଇଁ ପ୍ରସ୍ତୁତ ରୁହ: ଅମିତ ଶାହ
ଦ୍ଵନ୍ଦ ଦୂର କର, ଲଢେଇ ପାଇଁ ପ୍ରସ୍ତୁତ ରୁହ: ଅମିତ ଶାହ

ଦ୍ଵନ୍ଦ ଦୂର କର, ଲଢେଇ ପାଇଁ ପ୍ରସ୍ତୁତ ରୁହ: ଅମିତ ଶାହ

ଭୁବନେଶ୍ବର: ମନରୁ ଦ୍ଵନ୍ଦ୍ୱ ଦୂର କର। ଲଢେଇ ପାଇଁ ପ୍ରସ୍ତୁତ ରୁହ। ଯାହାକୁ ଯେଉଁ ଦାୟିତ୍ବ ଦିଆଯାଇଛି, ସେହି ଅନୁସାରେ କାମ କର। କେହି କୌଣସି ଦ୍ବନ୍ଦରେ ରହିବା ଅନୁଚିତ। କେନ୍ଦ୍ର ସରକାର ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନେଉଛନ୍ତି । ରାଜ୍ୟ ବିଜେପି ନିଜ ଆବଶ୍ୟକତା ଅନୁସାରେ କାମ କରୁ । ଦଳୀୟ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରି ଏଭଳି ସନ୍ଦେଶ ଦେଇଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଗୃହମନ୍ତ୍ରୀ ଅମିତ ଶାହ ଆଜି ସରକାରୀ କାର୍ଯ୍ୟକ୍ରମ ଶେଷ ପରେ ଦଳୀୟ କାର୍ଯ୍ୟାଳଯକୁ ଆସିଥିଲେ । ଦଳୀୟ ନେତାଙ୍କ ସହ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ 2 ଟା ପରଠାରୁ ରୁଦ୍ଧଦ୍ବାର ବୈଠକ କରିଥିଲେ ଅମିତ ଶାହ । ପ୍ରଥମେ ରାଜ୍ୟ ପଦାଧିକାରୀ, ପରେ ବିଧାୟକ, ସାଂସଦ ଓ ଶେଷରେ କୋର କମିଟି ନେତାଙ୍କ ସହ ଆଲୋଚନା କରିଥିଲେ । ଦଳୀୟ ନେତାଙ୍କୁ ଶାହ ସ୍ପଷ୍ଟ ଭାଷାରେ କହିଛନ୍ତି, ‘‘ମନରୁ ଦ୍ଵନ୍ଦ ଦୂର କର। ଲଢେଇ ପାଇଁ ପ୍ରସ୍ତୁତ ରୁହ। ଯାହାକୁ ଯେଉଁ ଦାୟିତ୍ବ ଦିଆଯାଇଛି, ସେହି ଅନୁସାରେ କାମ କର। କେହି କୌଣସି ଦ୍ବନ୍ଦରେ ରହିବା ଅନୁଚିତ। କେନ୍ଦ୍ର ସରକାର ଆବଶ୍ୟକତା ଅନୁସାରେ ନିଷ୍ପତି ନେଉଛନ୍ତି । ରାଜ୍ୟ ବିଜେପି ନିଜ ଆବଶ୍ୟକତା ଅନୁସାରେ କାମ କରୁ ।’’

ଏହାବି ପଢନ୍ତୁ- Amit Shah in Odisha: ଗୋଟିଏ ମଞ୍ଚରେ ଶାହ ଓ ନବୀନ; ପରସ୍ପରକୁ କଲେ ପ୍ରଶଂସା

ସେହିପରି ଶାହ କହିଛନ୍ତି ଦଳୀୟ ସଂଗଠନକୁ ମଜବୁତ କର । ସଂଗଠନକୁ ଏତେ ମଜବୁତ କର ଯେ ନିର୍ବାଚନରେ ଯେମିତି ସଫଳତା ମିଳିବ । ଏତତ ବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ପ୍ରସଙ୍ଗରେ କରି ଆନ୍ଦୋଳନ କର । ପ୍ରସଙ୍ଗ ଭିତ୍ତିକ ଆନ୍ଦୋଳନ କରି ଲୋକଙ୍କ ସମସ୍ୟା ଉଠାଅ । ଦୁର୍ନୀତି ଭ୍ରଷ୍ଟାଚାର ପ୍ରସଙ୍ଗରେ ଲଢେଇ କର । କେନ୍ଦ୍ର ସରକାର ନିଜ ଆବଶ୍ୟକତା ଅନୁସାରେ କାମ କରୁଛନ୍ତି । ରାଜ୍ୟ ଶାଖା ଓଡିଶାର ବିକାଶ ପାଇଁ ଯାହା ଆବଶ୍ୟକତା ସେହି ଅନୁସାରେ କାମ କର । ନେତା ମାନେ ନିଜ ନିର୍ବାଚନ ମଣ୍ଡଳୀରେ ସମୟ ଦିଅନ୍ତୁ ବୋଲି ଶାହ କହିଛନ୍ତି ।

ଅନ୍ୟପଟେ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ମୋଦି ସରକାର ଗତ 9 ବର୍ଷରେ ଓଡିଶାକୁ 18 ଲକ୍ଷ 83 ହଜାର କୋଟି ଦେଇଛନ୍ତି । କିନ୍ତୁ ୟୁପିଏ ସରକାର ଅମଳରେ ମାତ୍ର 2 ଲକ୍ଷ 93 ହଜାର କୋଟି ଟଙ୍କା ଦେଇଥିଲେ । କେନ୍ଦ୍ର ସରକାର ଓଡ଼ିଶାକୁ ଭଲ ପାଇବା ଏବଂ ଗୁରୁତ୍ବ ଦେବାର ଏ ହେଉଛି ଉଦାହରଣ । ଏଥିପାଇଁ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛୁ ।"

ସେ ଆହୁରି କହିଛନ୍ତି ବ୍ଲକ, ଜିଲ୍ଲା, ରାଜ୍ୟ ସ୍ତରରେ ବୁଥ ଲେବେଲରେ ସଂଗଠନକୁ ମଜବୁତ କରିବାକୁ ଆହ୍ବାନ ଦେଇଛନ୍ତି ଶାହ। ଓଡ଼ିଶାରେ ଦୁର୍ନୀତି ଭ୍ରଷ୍ଟାଚାରର ସରକାର ବିରୁଦ୍ଧରେ ଲଢ଼ିବାକୁ ପରାମର୍ଶ ଦେଇଛନ୍ତି । ଏହାଛଡା ସାଢେ 4 କୋଟି ଓଡ଼ି ଙ୍କ ସ୍ବାର୍ଥ ପାଇଁ ବ୍ଲକ ଲେବୁଲରେ ବିରାଟ ଆନ୍ଦୋଳନ କରିବ ଦଳ । ଅବହେଳିତ ଅତ୍ୟାଚାର ଓ ତଳ ସ୍ତରରେ ଥିବା ଲୋକଙ୍କ ପାଖରେ କେନ୍ଦ୍ର ସରକାରଙ୍କ ଯୋଜନା ପଞ୍ଚାଇବା ପାଇଁ ଆଲୋଚନା କରିଛନ୍ତି। ଆନ୍ଦୋଳନକୁ ଆହୁରି ଶାଣିତ କରାଯିବ। ବିଜେପି ସମସ୍ତଙ୍କ ଘରକୁ ଘର ଯିବ। ଆଗାମୀ ନିର୍ବାଚନରେ ପାର୍ଟିକୁ ଜିତାଇବା ପାଇଁ ଦଳୀୟ ପଦାଧିକାରୀ, ବିଧାୟକ, ସାଂସଦ ଓ କୋର କମିଟିକୁ ଗୁରୁମନ୍ତ୍ର ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.