Excise Department Raid: ବିପୁଳ ପରିମାଣର ପୋଚ ସହ ରନ୍ଧା ମଦ ଜବତ

author img

By

Published : Jul 2, 2022, 3:54 PM IST

Excise Department Raid: ବିପୁଳ ପରିମାଣର ପୋଚ ସହ ରନ୍ଧା ମଦ ଜବତ

ଖୋର୍ଦ୍ଧା ଜିଲ୍ଲାର ମାଣିବନ୍ଧ ଓ ଦଦରା କାନ୍ଥ ଗ୍ରାମରେ ଅବକାରୀ ବିଭାଗର ଚଢାଉ । ଚଢାଉ ସମୟରେ ବିପୁଳ ପରିମାଣର ପୋଚ ସହ ମଦ ଜବତ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଜିଲ୍ଲାରେ ଅବକାରୀ ବିଭାଗର ଚଢାଉ । ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ଓ ଦଦରା କାନ୍ଥ ଗ୍ରାମରେ ଚଢାଉ କରିଛି ଅବକାରୀ ବିଭାଗ । ଏହି ସମୟରେ 6800 ଲିଟର ପୋଚ ଏବଂ 410 ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ଜବତ ସମସ୍ତ ସାମଗ୍ରୀ ମୂଲ୍ୟ 3 ଲକ୍ଷ 81ହଜାର ଟଙ୍କା ହେବ ବୋଲି ଅନୁମାନ କରିଛି ଅବକାରୀ ବିଭଗ ।

Excise Department Raid: ବିପୁଳ ପରିମାଣର ପୋଚ ସହ ରନ୍ଧା ମଦ ଜବତ

ସୂଚନାଅନୁସାରେ, ବେଗୁନିଆ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ପୋଲିସ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ତେବେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ପୋଚ ଓ ମଦ ଜବତ କରିବା ପୋଲିସ ପାଇଁ ଚିନ୍ତା ବଢାଇଛି । ଆଜି(ଶନିବାର) ଖୋର୍ଦ୍ଧା ଅବକାରୀ ବିଭାଗର ଟିମ କୌଣିସି ସୁତ୍ରରୁ ଖବରପାଇ ମାଣିବନ୍ଧ ଓ ଦଦରାକାନ୍ଥ ଗ୍ରାମରେ ଅଚାନକ ଚଢାଉ କରିଥିଲା । ଏହି ଚଢାଉ ବେଳେ ଘଟଣାସ୍ଥଳରେ 6800 ଲିଟର ପୋଚ ନଷ୍ଟ କରିବା ସହିତ 410ଦେଶୀ ରନ୍ଧା ମଦ ଜବତ କରିଥିଲା ଟିମ । ତେବେ ଘଟଣାସ୍ଥଳରୁ ମଦ ମାଫିଆ ରହିଥିବା ନେଇ ସୂଚନା ରହିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.