ETV Bharat / state

ସବୁଜିମାରେ ଭରିବ ଶିଖରଚଣ୍ଡୀ ପାହାଡ଼, ବୃକ୍ଷରୋପଣ ପାଇଁ ୩ କୋଟି ୫୧ ଲକ୍ଷ ଟଙ୍କାର ବଜେଟ

author img

By ETV Bharat Odisha Team

Published : Sep 17, 2023, 7:56 AM IST

ପ୍ରାକୃତିକ ସବୁଜିମାରେ ପରିପୂର୍ଣ୍ଣ ହେବ ଶିଖରଚଣ୍ଡୀ ପାହାଡ ଓ ବୁଦ୍ଧ ଜୟନ୍ତୀ ପାର୍କ । ଏନେଇ ଶିଖରଚଣ୍ଡୀ ବୃକ୍ଷରୋପଣ ପାଇଁ ବଜେଟ ରହିଛି ଟଙ୍କା ୩ କୋଟି ୫୧ ଲକ୍ଷ ଟଙ୍କା । ଅଧିକ ପଢ଼ନ୍ତୁ

ଶିଖରଚଣ୍ଡୀ ପାହାଡ଼
ଶିଖରଚଣ୍ଡୀ ପାହାଡ଼

ଭୁବନେଶ୍ବର: ପ୍ରାକୃତିକ ସବୁଜିମାରେ ପରିପୂର୍ଣ୍ଣ ହେବ ଶିଖରଚଣ୍ଡୀ ପାହାଡ ଓ ବୁଦ୍ଧ ଜୟନ୍ତୀ ପାର୍କ । ଶିଖରଚଣ୍ଡୀ ବୃକ୍ଷରୋପଣ ପାଇଁ ବଜେଟ ରହିଛି ଟଙ୍କା ୩ କୋଟି ୫୧ ଲକ୍ଷ ଟଙ୍କା । ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହି ବୃକ୍ଷର ରକ୍ଷାଣବେକ୍ଷଣ ଦାୟିତ୍ବରେ ରହିବ ବନ ବିଭାଗ । ତେବେ ଏନେଇ ଆରମ୍ଭ ହୋଇଛି ସମୀକ୍ଷା ବୈଠକ।

ଖୋର୍ଦ୍ଧା ବାଛରା ପାହାଡ ପରେ ଶିଖରଚଣ୍ଡି ପାହାଡ ଓ ବୁଦ୍ଧ ଜୟନ୍ତୀ ପାର୍କ ସବୁଜିମାରେ ଭରିବ । ସହରକୁ ଲାଗିଥିବା ପାହାଡ଼ ଗୁଡ଼ିକର ହେବ ସବୁଜିମା ରୂପାନ୍ତରିକରଣ । ଗୋଷ୍ଠୀ ସହଭାଗିତାକୁ ଗୁରୁତ୍ଵ ଦେଇଛି ବିଡ଼ିଏ ଓ ବନ ବିଭାଗ । ରାଜଧାନୀ ପଟିଆ ଅଞ୍ଚଳରେ ଥିବା ଶିଖରଚଣ୍ଡୀ ପାହାଡ଼ରେ ୧୮ ହଜାର ଗଛର ଲାଗିବା ପାଇଁ ଯୋଜନା ହୋଇଛି । ତେବେ ଆଜି(ରବିବାର) ପ୍ରଥମ ପର୍ଯ୍ୟାୟରେ ଶିଖରଚଣ୍ଡୀରେ ୩୨ ଶହ ଗଛ ଲାଗିବ । ଏଥିରେ ୨୭ ପ୍ରକାର ଫୁଲ ଓ ଔଷଧୀୟ ଗଛ ରହିବ । ଏହାସହ ଏଥିରେ ୧୦ ହଜାର ବିଭିନ୍ନ ପ୍ରକାର ବଡ଼ ଗଛ ଓ ୮ ହଜାର ଫୁଲ ଗଛ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ....ସବୁଜିମାରେ ହସିବ ବାଛରା ଟାଙ୍ଗରା ପାହାଡ଼, ଲାଗିଲା 4 ହଜାରରୁ ଊର୍ଦ୍ଧ୍ବ ଗଛ

ଆଜି ଶିଖରଚଣ୍ଡୀ ପାହାଡ଼ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଛି । ଏଥିରେ ବହୁ ରାଜନୀତିକ ଦଳ, ସାମାଜିକ କର୍ମୀ, ଆଇଟି, ଶିଳ୍ପ କ୍ଷେତ୍ର ସମେତ ସଧାରଣ ଲୋକ ମଧ୍ୟ ସାମିଲ ହେବେ । ଏନେଇ ଶିଖରଚଣ୍ଡୀ ବୃକ୍ଷରୋପଣ ପାଇଁ ବଜେଟ ରହିଛି ଟଙ୍କା ୩ କୋଟି ୫୧ ଲକ୍ଷ ଟଙ୍କା । ଏହାସହ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ବନ ବିଭାଗ ଏହି ବୃକ୍ଷ ଗୁଡ଼ିକର ରକ୍ଷଣାବେକ୍ଷଣା ଦାୟିତ୍ବରେ ରହିବ । ଏନେଇ ବିଡ଼ିଏ ଅଫିସ ପରିସରରେ ଶିଖରଚଣ୍ଡୀ ପ୍ରକଳ୍ପକୁ ନେଇ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ବିଡ଼ିଏ ଉପାଧାକ୍ଷ ବଲବନ୍ତ ସିଂ ଓ ବନ ବିଭାଗର କର୍ମୀ ସାମିଲ୍ ହୋଇ ପାହାଡ଼ ଓ ପାର୍କର ଜମି ଓ ସବୁଜିମା ସୁରକ୍ଷା ନେଇ ଆଲୋଚନା କରିଛନ୍ତି। ତେବେ ଦ୍ବିତୀୟ ପର୍ଯ୍ୟାୟରେ ଭୁବନେଶ୍ବରର ବୁଦ୍ଧ ଜୟନ୍ତୀ ପାର୍କରେ ୯ ଶହ ବୃକ୍ଷରୋପଣ କରାଯିବା ନେଇ ଯୋଜନା ମଧ୍ୟ ରହିଛି ।

ତେବେ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଜଟଣୀର ବାଛରେ ଥିବା ଟାଙ୍ଗରା ପାହାଡ଼ର 5 ହେକ୍ଟର ଜାଗାରେ ମାଟ 4ହଜାରରୁ ଊର୍ଦ୍ଧ୍ବ ଗଛ ଲଗାଯାଇଛି । ବର୍ତ୍ତମାନ ପରିବେଶକୁ ରକ୍ଷା କରିବା ପାଇଁ ବୃକ୍ଷର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଜଟଣୀ ଟାଙ୍ଗରା ପାହାଡ଼କୁ ସବୁଜ ପାହାଡ଼ ପ୍ରକଳ୍ପରେ ସବୁଜିମା କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.