ETV Bharat / state

ଖଣିଜ ପାଣ୍ଠିରେ ଅଧିକ ଜୀବିକା ଓ ଦକ୍ଷତା ବିକାଶ ପ୍ରକଳ୍ପ ଉପରେ ଓମ୍ବାଡିସିର ଗୁରୁତ୍ୱ

author img

By

Published : Aug 22, 2023, 7:39 AM IST

ଓମ୍ବାଡିସିର ୨୬ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ । ଖଣିଜ ପାଣ୍ଠିରେ ଅଧିକ ଜୀବିକା ଓ ଦକ୍ଷତା ବିକାଶ ପ୍ରକଳ୍ପ ଉପରେ ଓମ୍ବାଡିସିର ଗୁରୁତ୍ୱ । ଅଧିକ ପଢନ୍ତୁ

OMBADC Board Meet
OMBADC Board Meet

ଭୁବନେଶ୍ବର: ଓଡ଼ିଶା ଖଣିଜ ଉତ୍ପାଦନ କ୍ଷେତ୍ର ଉନ୍ନୟନ ନିଗମ ବା ଓମ୍ବାଡିସିର ୨୬ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ମୁଖ୍ୟ ଶାସନ ସଚିବ ତଥା ଓମ୍ବାଡିସିର ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଓମ୍ବାଡିସି ବୋର୍ଡରେ ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଓଏମବିଏଡିସିର ସିଇଓ ଜି. ରାଜେଶ କର୍ପୋରେସନର ସଦ୍ୟତମ ଆର୍ଥିକ ସ୍ଥିତି ଉପସ୍ଥାପନ କରିଛନ୍ତି । ସଂଗୃହୀତ ମୋଟ ଜରିମାନା ରାଶି, ବିଭିନ୍ନ ଲାଇନ ବିଭାଗକୁ ଅର୍ଥ ବଣ୍ଟନ ଏବଂ ବ୍ୟବହୃତ ପାଣ୍ଠିର ବିସ୍ତୃତ ବିବରଣୀ ଦିଆଯାଇଛି । କ୍ଷତିପୂରଣ ଅର୍ଥ ଅଧୀନରେ ପାଣ୍ଠି ପ୍ରାପ୍ତ ପ୍ରକଳ୍ପଗୁଡ଼ିକର ସ୍ଥିତି ସମ୍ପର୍କରେ ଉପସ୍ଥାପନ କରାଯାଇଛି ।

OMBADC Board Meet
OMBADC Board Meet

ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ, ଜଙ୍ଗଲ ଓ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ବିଭାଗ ସତ୍ୟବ୍ରତ ସାହୁ ଭିସିରେ ଓ ପିସିସିଏଫ, ଓଡ଼ିଶା ଏବଂ ଓମ୍ବାଡିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସମସ୍ତ ସ୍ଵାଧୀନ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ । କ୍ଷତିପୂରଣ ଅର୍ଥ ପାଣ୍ଠି ଅଧୀନରେ ୨୦୧୯ ଏପ୍ରିଲ ମାସରେ ଅନୁଷ୍ଠିତ ୧୪ତମ ବୋର୍ଡ ବୈଠକରୁ ଆରମ୍ଭ କରି ଅଦ୍ୟାବିଧି ବିଭିନ୍ନ ବୈଠକରେ ୧୭୯୧୬.୧୬ କୋଟି ଟଙ୍କାର ୫୪ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ୧୮ଟି ବିଭିନ୍ନ ବିଭାଗ ଦ୍ୱାରା ଏହି ପ୍ରକଳ୍ପଗୁଡିକ ପ୍ରସ୍ତାବିତ ହୋଇଛି ଏବଂ ଅଧିକାଂଶ ଅନୁମୋଦିତ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ବିଭାଗଗୁଡ଼ିକ ଦିଆଯାଇଥିବା ମୋଟ ଅର୍ଥ ୯୭୩୭.୫୮ କୋଟି ଟଙ୍କାରୁ ଆଜି ସୁଦ୍ଧା ୭୨୨୩.୦୧ କୋଟି ଟଙ୍କା ସଫଳତାର ସହ ବ୍ୟବହାର କରିଛନ୍ତି । ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ପରିବେଶ ସୁରକ୍ଷା, ଗ୍ରାମୀଣ ରାସ୍ତାନିର୍ମାଣ ଏବଂ ଜଳ ସଂରକ୍ଷଣ ଭଳି କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ କରାଯାଇଛି ।

OMBADC Board Meet
OMBADC Board Meet
ଏହାମଧ୍ୟ ପଢନ୍ତୁ: ଫସଲ ବୀମା ପଞ୍ଜିକରଣ ୨୩.୫୦ ଲକ୍ଷକୁ ବୃଦ୍ଧି, ପ୍ରିମିୟମ ରାଶି ଦେବ ରାଜ୍ୟପାନୀୟ ଜଳ କ୍ଷେତ୍ର ଅଧୀନରେ ଓମ୍ବାଡିସି ୪ଟି ଖଣି ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ଯାଜପୁର ଏବଂ ଅନୁଗୁଳର ପାଲଲହଡ଼ା ବ୍ଲକ ପାଇଁ ୩୦ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ହୋଇଛି । ସେଥିମଧ୍ୟରୁ ୩ଟି ପ୍ରକଳ୍ପ ଆଂଶିକ କାର୍ଯ୍ୟକ୍ଷମ ହୋଇ ୧୨୭ଟି ଗାଁକୁ ଜଳ ଯୋଗାଣ ଆରମ୍ଭ କରିଛି । ମୟୂରଭଞ୍ଜ ଜିଲ୍ଲାର ୭୮୭ଟି ଗାଁରେ ୬୯୦ଟି ସିଙ୍ଗଲ ଓ ମଲ୍ଟି ଭିଲେଜ ସ୍କିମ୍‌ ଏବଂ ୧୪ଟି ପୌରାଞ୍ଚଳ ପାଇଁ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଯୋଜନା ଆରମ୍ଭ ହୋଇଛି । ପାନୀୟ ଜଳ କ୍ଷେତ୍ରରେ ମୋଟ ନିବେଶ ୮୯୦୯ କୋଟି ଟଙ୍କା ରହିଛି । ପ୍ରାଥମିକ, ମାଧ୍ୟମିକ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଭିତ୍ତିଭୂମି ବିକାଶ ଭଳି ଶିକ୍ଷା କ୍ଷେତ୍ର ଅଧୀନରେ ଥିବା ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରିତା ଜାରି ରହିଛି । ଓଡ଼ିଶା ସରକାରଙ୍କ ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ୩ଟି ପର୍ଯ୍ୟାୟରେ ୧୩୫୧ ମାଧ୍ୟମିକ ସ୍କୁଲର ରୂପାନ୍ତରଣ ଓମ୍ବାଡିସିରେ କରାଯାଉଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୫ ପ୍ରତିଶତ ସ୍କୁଲ କାର୍ଯ୍ୟ ଶେଷ ହୋଇଛି । ବୋର୍ଡ ଦ୍ୱାରା ୨୫୦ ଟି ବିଦ୍ୟାଳୟର ରୂପାନ୍ତରଣ ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରକଳ୍ପକୁ ଅନୁମୋଦନ ହୋଇଛି । ଖଣି ଜିଲ୍ଲାଗୁଡ଼ିକରେ ସରକାରୀ ଆଇଟିଆଇ ଏବଂ ପଲିଟେକ୍ନିକର ଉନ୍ନତିକରଣ ଏବଂ ସେମାନଙ୍କୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରିବାରେ ଓମ୍ବାଡିସିର ସହଯୋଗ କରୁଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ଏହାର କାର୍ଯ୍ୟ ଜାରି ରହିଛି । ଆଇଟିଆଇ କୋଇଡାରେ ଏଆର/ଭିଆର ସିମୁଲେସନ୍‌ ସହ ଜଡ଼ିତ ୨ଟି ପ୍ରକଳ୍ପ ଏବଂ ୮ଟି ଖଣି ଜିଲ୍ଲାର ଅନ୍ୟ ୧୪ଟି ଆଇଟିଆଇ ଓ ୭ଟି ସରକାରୀ ପଲିଟେକ୍ନିକ ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ ଓମ୍ବାଡିସି ଅନୁମୋଦନ କରିଛି । ଶିକ୍ଷା କ୍ଷେତ୍ର ଅଧୀନରେ ଅନୁଦାନ ପ୍ରାପ୍ତ ଅନ୍ୟ ପ୍ରକଳ୍ପଗୁଡ଼ିକ ହେଲା ଓୟୁଏଟି, ଆରଆରଟିଟିଏସ ଏବଂ କେବିକେକୁ ସୁଦୃଢ଼ କରିବା, ଜିସିଇ, କେନ୍ଦୁଝର ଏବଂ ଏନସି କଲେଜ, ଯାଜପୁରରେ ଭିତ୍ତିଭୂମି ବିକାଶ । ଶିକ୍ଷା କ୍ଷେତ୍ରରେ ମୋଟ ନିବେଶ ୩୫୩୯.୩୦ କୋଟି ରହିଛି । ଓମ୍ବାଡିସି ଦ୍ୱାରା ଅନୁଦାନପ୍ରାପ୍ତ ଅନ୍ୟ ଏକ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ସ୍ୱରୂପ ପୌରାଞ୍ଚଳ ଏବଂ ଏନଏସି ପାଇଁ ୧୧ଟି ଇନଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ର ଅଧୀନରେ ଓମ୍ବାଡିସି ଜିଲ୍ଲାରେ ଭିତ୍ତିଭୂମି ବିକାଶ, ବ୍ଲକ ଓ ସବ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା, ଯାଜପୁରରେ ମେଡିକାଲ କଲେଜରେ ୧୫୦ ଶଯ୍ୟା ବିଶିଷ୍ଟ ଏମସିଏଚ ଶାଖା ନିର୍ମାଣ, ଆଇସିଡିଏସ ପାଇଁ ନୂତନ ଭିତ୍ତିଭୂମି ପ୍ରକଳ୍ପ, ଓଏମବିଏଡିସି ସମର୍ଥିତ ଖଣି ଜିଲ୍ଲାରେ ମିଳିତ ଥଇଥାନ କେନ୍ଦ୍ର ନିର୍ମାଣ ଇତ୍ୟାଦି ପାଇଁ ମୋଟ ୨୯୪୨.୯୧ କୋଟି ଟଙ୍କା ବିନିଯୋଗ କରିଛି । ଜଳ ସଂରକ୍ଷଣ କ୍ଷେତ୍ରରେ ୭୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗ କରାଯାଇଛି । ଯାହା ମାଧ୍ୟମରେ ଡିଏଫଓଙ୍କ ଦ୍ୱାରା ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ବ୍ୟତୀତ ୨ କୋଟି ୬ ମାସିଆ ପୁରୁଣା ଚାରା ଓ ୩ କୋଟି ୧୮ ମାସିଆ ପୁରୁଣା ଚାରା ଚାଷ କରାଯାଇ ସାମାଜିକ ବନୀକରଣ ଓ ବନୀକରଣ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି । ଗ୍ରାମୀଣ ଯୋଗାଯୋଗ କ୍ଷେତ୍ରରେ ପ୍ରାୟ ୭୦୦ କୋଟି ଟଙ୍କାର ସମାନ ନିବେଶ ରହିଛି ଯାହା ୨୪୯ଟି ସବୁଦିନିଆ ସଡ଼କ ଏବଂ ୨୫ଟି ସେତୁ ନିର୍ମାଣ ମାଧ୍ୟମରେ ସଂଯୋଗ ବିହୀନ ବସ୍ତିଗୁଡ଼ିକୁ ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛି । ଅନୁମୋଦିତ ୨୦୯ଟି ରାସ୍ତା ମଧ୍ୟରୁ ୧୫୧ଟି କାମ ଶେଷ ହୋଇଥିବା ବେଳେ ୨୪ଟି ପୋଲ ମଧ୍ୟରୁ ୧୧ଟି କାମ ଶେଷ ହୋଇଛି । ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟ ଚାଷ, ରେଶମ ଚାଷ ଓ ହସ୍ତତନ୍ତ ଇତ୍ୟାଦି ଜୀବିକା ପ୍ରକଳ୍ପ କାର୍ଯ୍ୟକୁ ବୋର୍ଡ ୫୦୦ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ ଅନୁମୋଦନ କରିଛନ୍ତି । ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ର ପାଇଁ ୧୯.୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ସେହିପରି ବୋର୍ଡ ତରଫରୁ କାର୍ଯ୍ୟକାରୀ ହେଉଥିବା ଓ ଅନୁମୋଦନ ଲାଭ କରିଥିବା ଅନ୍ୟ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଓମ୍ବାଡିସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଶଦ ଭାବେ ଉପସ୍ଥାପନ କରିଛନ୍ତି । କେତେକ ପାନୀୟ ଜଳ ପ୍ରକଳ୍ପ, ସ୍ୱାସ୍ଥ୍ୟ ପ୍ରକଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରକଳ୍ପ ଏବଂ ଉଦ୍ୟାନ କୃଷି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଥିବା ଓ କାର୍ଯ୍ୟ ଚାଲୁଥିବାରୁ ନିର୍ଦ୍ଦେଶକ ମଣ୍ଡଳୀ ଦ୍ୱାରା ଏହାର ପ୍ରକଳ୍ପ ସାରିବା ସମୟ ବୃଦ୍ଧି କରାଯାଇଛି । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ସମସ୍ତ ସଂପୃକ୍ତ ବିଭାଗକୁ ପ୍ରକଳ୍ପ ଅନୁମୋଦନ ମୁତାବକ ସମୟାନୁସାରେ କାର୍ଯ୍ୟ ସାରିବାକୁ ଗୁରୁତ୍ୱାରୋପ କରିଛନ୍ତି ।

ଓମ୍ବାଡିସି ପାଖରେ ଉପଲବ୍ଧ ବଳକା ପାଣ୍ଠିରୁ ଆଦିବାସୀ ଯୁବକଙ୍କ ସହ ଜଡ଼ିତ ଜୀବିକା ଏବଂ ଦକ୍ଷତା ବିକାଶ ପ୍ରକଳ୍ପକୁ ଅଧିକ କରାଯିବ ବୋଲି ବୋର୍ଡ ନିଷ୍ପତ୍ତି ନିଆଯାଇଛି । ବୈଠକରେ ୨୦୨୩ ମାର୍ଚ୍ଚ ଓ ଏପ୍ରିଲ ମାସ ପାଇଁ ଓମ୍ବାଡିସି ଅନୁଦାନପ୍ରାପ୍ତ ପକ୍କା ଘର ଯୋଜନା (ଖଣି) ଯୋଜନା ଏବଂ ପ୍ରଭାବ ଆକଳନ ବିବରଣୀକୁ ମୁଖ୍ୟ ଶାସନ ସଚିବ ଉନ୍ମୋଚନ କରିଛନ୍ତି । ପ୍ରକଳ୍ପ ମୂଲ୍ୟାୟନ ସମ୍ବନ୍ଧୀୟ ଓମ୍ବାଡିସିର ପ୍ରୟାସକୁ ବୋର୍ଡ ପ୍ରଶଂସା କରିଛି । ଓମ୍ବାଡିସି ଅଧ୍ୟକ୍ଷ ସମସ୍ତ ସମ୍ପୂର୍ଣ୍ଣ ପ୍ରକଳ୍ପ ପାଇଁ ସମାନ ମୂଲ୍ୟାୟନ ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଖୁବଶୀଘ୍ର ସମ୍ପୃକ୍ତ ଅଂଚଳର ବିକାଶ ପାଇଁ ଅଧିକ ଜୀବିକାର୍ଜନ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଯୋଜନା ପ୍ରସ୍ତୁତ କରିବାକୁ ସଚିବ ଓ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହ ବୈଠକ ଡାକିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଓମ୍ବାଡିସି ପାଇଁ ଓଭରସାଇଟ ଅଥରିଟି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏ.କେ ପଟ୍ଟନାୟକଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ ସମ୍ପର୍କରେ ମଧ୍ୟ ବୋର୍ଡର ସୂଚନା ପାଇଁ ଉପସ୍ଥାପନ କରାଯାଇଛି ।

ଓମ୍ବାଡିସି ଦ୍ୱାରା ପ୍ରକଳ୍ପ ଆରମ୍ଭ ହେବାର ଗତ ୫ ବର୍ଷ ମଧ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗକୁ ରେକର୍ଡ ପରିମାଣର ୩୦୦୪.୨୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ବିଭାଗଗୁଡ଼ିକ ଦ୍ୱାରା ସମୁଦାୟ ୨୬୬୭.୧୧ କୋଟି ଟଙ୍କା ବିନିଯୋଗ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଓମ୍ବାଡିସିର ପାଣ୍ଠି ପ୍ରଦାନ ପ୍ରକ୍ରିୟା ଶୃଙ୍ଖଳିତ ରହିଥିବା ଜଣାଯାଇଛି । ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୩-୨୪ ପାଇଁ ପ୍ରସ୍ତାବିତ ବଜେଟ୍‌ ୪୫୩୪.୪୪ କୋଟି ଟଙ୍କା ରହିଛି । ଓମ୍ବାଡିସିର ଏକ ପବ୍ଲିକ୍‌ ଲିମିଟେଡ୍‌ ସରକାରୀ ଅଣ ଲାଭଦାୟକ ସଂସ୍ଥା ଭାବେ ୨୦୧୪ ଡିସେମ୍ବର ୨ ତାରିଖରେ କମ୍ପାନି ଅଧିନିୟମ, ୨୦୧୩ର ଧାରା ୮ ଅଧୀନରେ ଅନ୍ତର୍ଭୁକ୍ତ ହୋଇଛି । ଉକ୍ତ କମ୍ପାନୀ ରାଜ୍ୟର ଖଣିଜ ସମ୍ପଦ ସମ୍ପନ୍ନ ଅଞ୍ଚଳରେ ଆଦିବାସୀ କଲ୍ୟାଣ ଏବଂ ଅଞ୍ଚଳ ବିକାଶ କାର୍ଯ୍ୟ ପାଇଁ ଗଠିତ ଏକ "ସ୍ପେଶାଲ ପର୍ପଜ ଭେଇକିଲ"(ଏସପିଭି) ଭାବେ କାର୍ଯ୍ୟରତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.