ETV Bharat / state

ପାଲା ଗାୟିକାଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ

author img

By

Published : May 29, 2023, 2:13 PM IST

ପଥରରେ ଛେଚି ପାଲା ଗାୟିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ପୋଲିସର ତନାଧନା ଜାରି । ଅଧିକ ପଢନ୍ତୁ

woman dead body found from field
woman dead body found from field

ପାଲା ଗାୟିକାଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ

କେନ୍ଦୁଝର: ପାଲା ଗାୟିକାଙ୍କୁ ନିର୍ମମ ହତ୍ୟା । ପଥରରେ ଛେଚି ପାଲା ଗାୟିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ବିନିଦା ଗ୍ରାମରେ । ମୃତ ପାଲା ଗାୟିକା ହେଉଛନ୍ତି ସତ୍ୟଭାମା ସିଂ। ବିନିଦା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ଓ ବର୍ତ୍ତମାନର ବିଜେପି ମଣ୍ଡଳ ସଭାପତି ଦାୟିତ୍ୱରେ ଥିଲେ ସତ୍ୟଭାମା । କେହି ଦୁର୍ବୃତ୍ତ ତାଙ୍କୁ ଗତକାଲି(ରବିବାର) ବିଳମ୍ବିତ ରାତିରେ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ବିନିଦା ଗ୍ରାମର ଏକ ପଡିଆରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସତ୍ୟଭାମା ସିଂଙ୍କ ମୃତଦେହ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହାପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ସଦର ଏସଡିପିଓ ଓ ସାଇଣ୍ଟିଫିକ୍‌ ଟିମ୍‌ ସହିତ ପଣ୍ଡାପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସତ୍ୟଭାମା ସିଂ ଅବିବାହିତ ଥିବା ବେଳେ ପାଲା ଗାୟିକ ଭାବେ ଜିଲ୍ଲାରେ ସୁନାମ ଅର୍ଜନ କରିଥିଲେ ।

ସତ୍ୟଭାମାଙ୍କ ତାଙ୍କ ପାଲା ଗାୟକ ସହଯୋଗୀଙ୍କ ସହ କଳହ ଜାରି ରହିଥିଲା । ଏହି ହତ୍ୟାକାଣ୍ଡ ସେଇ କାରଣରୁ ହୋଇଥିବା ସନ୍ଦେହ କରାଯାଉଛି । ସତ୍ୟଭାମା ବିଜେପି ମଣ୍ଡଳ ଦାୟିତ୍ୱରେ ଥିବା ଯୋଗୁଁ ବିଜେପି ଟିମ୍‌ ପହଞ୍ଚି ଘଟଣା ନିରପେକ୍ଷ ତଦନ୍ତ ଦାବି କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଖବର ପ୍ରସାରଣ ପର୍ଯ୍ୟନ୍ତ ମୃତଦେହ ଉଦ୍ଧାର ହୋଇ ନଥିବା ବେଳେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମି ରହିଛି । ପାଲା ଗାୟିକାଙ୍କୁ ହତ୍ୟା କରାଯାଇଥିବା ଗ୍ରମବାସୀ ଅଭିଯୋଗ କରିଛି । କିନ୍ତୁ ବର୍ତ୍ତମାନ ମୃତ୍ୟୁର କାର ସ୍ପଷ୍ଟ ହୋଇ ନାହିଁ । ପୋଲିସର ତଦନ୍ତ ପରେ କାରଣ ସାମ୍ନାକୁ ଆସିବ ।

ଏହା ମଧ୍ୟ ପଢନ୍ତୁ-ନୃଶଂସ ସ୍ବାମୀ: ବିଲରେ ସ୍ତ୍ରୀକୁ ହତ୍ୟା ପରେ କଟାମୁଣ୍ଡ ଧରି ଘରକୁ ଫେରିଲା, ଅଟକ ରଖିଲା ପୋଲିସ

ଗତ କିଛିଦିନ ତଳେ ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ ଛାତିଥରା ଘଟଣା ଘଟିଥିଲା । ପାରିବାରିକ କଳହକୁ ନେଇ ସ୍ତ୍ରୀର ମୁଣ୍ଡକୁ ଶରୀରରୁ ଅଲଗା କରିଦେଇଥିଲା ସଇତାନ ସ୍ବାମୀ । ପରେ କଟାମୁଣ୍ଡକୁ ଧରି ଘରକୁ ଫେରିଥିଲା । କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମରେ ଘଟିଥିବା ଏପରି ହତ୍ୟାକାଣ୍ଡ । ମୃତକ ଜଣଙ୍କ ହେଉଛନ୍ତି ଉର୍ମିଳା କାର୍ଯି । ହତ୍ୟା ଘଟଣାରେ ସ୍ବାମୀ ଚନ୍ଦ୍ରଶେଖର କାର୍ଯିକୁ ପୋଲିସ ଗିରଫ କରିଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.