ନୃଶଂସ ସ୍ବାମୀ: ବିଲରେ ସ୍ତ୍ରୀକୁ ହତ୍ୟା ପରେ କଟାମୁଣ୍ଡ ଧରି ଘରକୁ ଫେରିଲା, ଅଟକ ରଖିଲା ପୋଲିସ

author img

By

Published : May 25, 2023, 11:30 AM IST

Updated : May 25, 2023, 4:28 PM IST

husband kills wife over dispute in Gajapati

ଗଜପତିରେ ଚାଞ୍ଚଲ୍ୟ । ଚାଷ ଜମିରେ ସ୍ତ୍ରୀକୁ ହତ୍ୟା ପରେ ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଲା ପତ୍ନୀହନ୍ତା । କଟାମୁଣ୍ଡକୁ ଧରି ଘରକୁ ଫେରିଲା । ଅଧିକ ପଢନ୍ତୁ

ପତ୍ନୀହନ୍ତା ସ୍ବାମୀକୁ ଅଟକରଖି ତଦନ୍ତ ଆରମ୍ଭ କଲା ପୋଲିସ

ଗଜପତି: କାଶୀନଗର ଅଞ୍ଚଳରେ ଛାତିଥରା ଘଟଣା । ପାରିବାରିକ କଳହକୁ ନେଇ ନୃଶଂସ ପାଲଟିଗଲା ସ୍ବାମୀ । ଯେଉଁ ସିନ୍ଥିରେ ସିନ୍ଦୁର ଭରି ସାତ ଜନ୍ମ ସାଥି ହୋଇ ରହିବାକୁ ମିଠା ମିଠା ପ୍ରତିଶୃତି ଦେଇଥିଲା । ସେହି ମୁଣ୍ଡକୁ ଶରୀରରୁ ଅଲଗା କରିଦେଲା ସଇତାନ ସ୍ବାମୀ । ପରେ କଟାମୁଣ୍ଡକୁ ଧରି ଘରକୁ ଫେରିଲା ଜହ୍ଲାଦ ସ୍ବାମୀ । ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ଉର୍ମିଳା କାର୍ଯି । ହତ୍ୟା ଘଟଣାରେ ସ୍ବାମୀ ଚନ୍ଦ୍ରଶେଖର କାର୍ଯିକୁ ପୋଲିସ ଅଟକ ରଖିଛି ।

କ୍ଷେତରେ ବିଗିଡିଲା ସମ୍ପର୍କ: ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସ୍ବାମୀ ଚନ୍ଦ୍ରଶେଖର ଓ ସ୍ତ୍ରୀ ଉର୍ମିଳା ମିଶି ବଗଡକୁ ଚାଷ କରିବା ପାଇଁ ଯାଇଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଉଗ୍ରରୂପ ନେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ଚନ୍ଦ୍ରଶେଖର କାର୍ଯି ହାତରେ ଧରିଥିବା କଟୁରିରେ ସ୍ତ୍ରୀ ଉର୍ମିଳା କାର୍ଯିର ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇଥିଲା । ଏହାପରେ ଘଟଣାସ୍ଥଳରେ ଗଣ୍ଡିକୁ ଛାଡ଼ିଦେଇ କଟା ମୁଣ୍ଡକୁ ସାଙ୍ଗରେ ଧରି ଚନ୍ଦ୍ରଶେଖର ଘରକୁ ଆସିଥିଲା ।

4 ବର୍ଷ ତଳେ ହୋଇଥିଲା ବିବାହ: ଏନେଇ ଖବର ପାଇ କାଶୀନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ବାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ କହିଛନ୍ତି । ଚନ୍ଦ୍ରଶେଖର ଏବଂ ଉର୍ମିଳାଙ୍କ ବିବାହ ୪ ବର୍ଷ ହେଲା ହୋଇଥିଲା । ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଯାହାର କରୁଣ ପରିଣତି ଆଜି ଦେଖିବାକୁ ମିଳିଛି । ଏପରି ହତ୍ୟାକାଣ୍ଡ ପରେ ସାରା ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି ।

ତେବେ ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି କହିଛନ୍ତି, ‘‘ଚନ୍ଦ୍ରଶେଖର କାର୍ଯି ନାମକ ଜଣେ ବ୍ୟକ୍ତି ନିଜ ପତ୍ନିର ମୁଣ୍ଡକାଟି ଜଣଙ୍କ ପିଣ୍ଡା ଉପରେ ରଖିବା ଖବର ପାଇଥିଲୁ । ଏହାପରେ ଆମେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଆଟକ ରଖିବା ସହୱ ପଚରାଉଚରା ଜାରି ରଖିଛ । ସାଇଣ୍ଟିଫିକ୍ ଟିମସହ ମିଶି ତଦନ୍ତ ଆରମ୍ଭ କରିଛୁ । ତେବେ କେଉଁ କାରଣକୁ ନେଇ ସ୍ବାମୀ ତାର ସ୍ତ୍ରୀକୁ ଏପରି ନୃଶଂସ ଭାବେ ହତ୍ୟା କଲା ତଦନ୍ତ ପରେ ଜଣାପଡିବ ।’’

2022, ଜୁଲାଇ ମାସରେ ଏପରି ଏକ ହତ୍ୟାକାଣ୍ଡ ଢେଙ୍କାନାଳ ଜିଲ୍ଲାରେ ଘଟିଥିଲା । ପରକୀୟା ପ୍ରୀତିରୁ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀକୁ କଟୁରିରେ ହାଣି ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଇଥିଲା ସ୍ବାମୀ । ହତ୍ୟା ପରେ କଟାମୁଣ୍ଡ ଓ ରକ୍ତ ଭିଜା କଟୁରି ଧରି ରାସ୍ତାରେ ଚାଲି ଚାଲି ଫାଣ୍ଡିକୁ ଯାଉଥିବା ବେଳେ ପତ୍ନୀହନ୍ତାକୁ କାବୁ କରିଥିଲେ ସ୍ଥାନୀୟ ଲୋକେ ।

ଇଟିଭି ଭାରତ, ଗଜପତି

Last Updated :May 25, 2023, 4:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.