ରାଜ୍ୟରେ ପ୍ରଥମ ବିକଳ୍ପ ଶିକ୍ଷା ବ୍ୟବସ୍ଥା ଉଦଘାଟିତ, ଆପରେ ପଢ଼ିବେ ପାଠ

author img

By

Published : Sep 7, 2022, 10:21 AM IST

ରାଜ୍ୟରେ ପ୍ରଥମ ବିକଳ୍ପ ଶିକ୍ଷା ବ୍ୟବସ୍ଥା ଉଦଘାଟିତ, ମୋବାଇଲ ଆପରେ ପଢ଼ିବେ ପାଠ

କେନ୍ଦୁଝରରେ ଶିକ୍ଷା ବ୍ୟବସ୍ଥାରେ ନୂଆ ମୋଡ଼ । ମୋବାଇଲ ଆପରେ ପଢ଼ିପାରିବେ ପାଠ । ଅଧିକ ପଢ଼ନ୍ତୁ

କେନ୍ଦୁଝର: ଏଣିକି ବହି ନଥିଲେ ବି ପାଠ ପଢ଼ିପାରିବେ ପିଲା । ଆଉ ପାଠପଢ଼ାରେ ରହିବନି କୌଣସି ଅସୁବିଧା । କେବଳ ହାତରେ ମୋବାଇଲ ଥିଲେ ପଢ଼ି ପାରିବେ ପାଠ । ଶିକ୍ଷା ବ୍ୟବସ୍ଥାକୁ ଆହୁରି ସରଳ କରିବାପାଇଁ ରାଜ୍ୟ ସରକାର କରୁଛନ୍ତି ନୂଆ ଯୋଜନା । ପିଲାଏ ଯେପରି ଭଲ ପାଠ ପଢ଼ିପାରିବେ ଏବଂ ଶିକ୍ଷାରେ ଯେପରି ଅବହେଳା ନହେବେ ସେଥିପାଇଁ କରୁଛନ୍ତି ଚିନ୍ତା ।

ରାଜ୍ୟରେ ପ୍ରଥମ ବିକଳ୍ପ ଶିକ୍ଷା ବ୍ୟବସ୍ଥା ଉଦଘାଟିତ, ମୋବାଇଲ ଆପରେ ପଢ଼ିବେ ପାଠ

ରାଜ୍ୟ ସରକାର ଶିଶୁଙ୍କ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ପାଠ ବହି ଛଡା ଆଧୁନିକ ଟେକ୍ନୋଲୋଜି ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଏହି ଆଧୁନିକ ଜ୍ଞାନକୌଶଳ ଶିକ୍ଷା ପାଇଁ ଚତୁର୍ଥ ଶ୍ରେଣୀ ଓ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମୋବାଇଲ ମାଧ୍ୟମରେ ଶିକ୍ଷା ଦେବା ପାଇଁ ସରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି ।

ଏହା ଦ୍ୱାରା ଛାତ୍ରଛାତ୍ରୀ ବହି ପାଠ ଛଡା ମୋବାଇଲରେ ମଧ୍ୟ ଆପ୍ ଖୋଲି ପାଠ ପଢିପାରିବେ । ଏହି ବିକଳ୍ପ ଶିକ୍ଷା ଯୋଜନାର ରାଜ୍ୟରେ ପ୍ରଥମ କରି କେନ୍ଦୁଝର ଜିଲ୍ଲାରେ ପ୍ରକଳ୍ପ ଭାବେ ଉଦଘାଟିତ ହୋଇଛି । ସ୍ଥାନୀୟ ଦରବାର ହଲ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶିକ୍ଷା ବ୍ୟବସ୍ଥା ଆଡଭାଇଜର ଉପେନ୍ଦ୍ର ତ୍ରିପାଠୀ ଏହି ଯୋଜନାକୁ ଶୁଭ ଉଦଘାଟନ କରିଥିଲେ ।

ଜିଲ୍ଲା ଖଣିଜ ପାଣ୍ଠି ଓ ଅକ୍ଷରା ଫାଉଣ୍ଡେସନ ସହଯୋଗରେ କେନ୍ଦୁଝର ଜିଲ୍ଲାର ୨୦ଟି ବିଦ୍ୟାଳୟରେ ପ୍ରାରମ୍ଭିକ ଭାବେ ଏହି ମୋବାଇଲ ଦ୍ୱାରା ବିକଳ୍ପ ଶିକ୍ଷା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ପ୍ରକାଶ କରିଛନ୍ତି । ଏହାପରେ ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲାର ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ପରେ ରାଜ୍ୟରେ ସମସ୍ତ ବିଦ୍ୟାଳୟରେ ମୋବାଇଲ ଦ୍ୱାରା ବିକଳ୍ପ ଶିକ୍ଷା ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ଏହା ରାଜ୍ୟର ପ୍ରଥମ ବିକଳ୍ପ ଶିକ୍ଷା ବ୍ୟବସ୍ଥା । ଏହା ମାଧ୍ୟମରେ ସମସ୍ତେ ଅତି ସହଜରେ ପାଠ ପଢ଼ିପାରିବା ସହ ସରଳ ଭାବେ ଶିକ୍ଷା ଗ୍ରହଣ କରିପାରିବେ । ଏଭଳି ବ୍ୟବସ୍ଥା ବିଦ୍ୟାର୍ଥୀଙ୍କ ଉପରେ ଏକ ଭଲ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି । ଅକସରା ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନା ଖୁବ ଲାଭଦାୟକ ହେବ ବୋଲି ଆଶା ରଖାଯାଇଛି । କେନ୍ଦୁଝର ଜିଲ୍ଲାରେ ଏହା ପ୍ରଥମଥର କରି ଆରମ୍ଭ ହୋଇଥିବାରୁ ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳୁଛି । ଏନେଇ ପିଲାଙ୍କୁ ମଧ୍ୟ ଉକ୍ତ ଫାଉଣ୍ଡେସନ ପକ୍ଷରୁ ସ୍ମାର୍ଟ ଫୋନ ବି ଦିଆଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.