ETV Bharat / state

ନବ ନିର୍ମାଣ କୃଷକ ସଂଗଠନର ପ୍ରାୟଶ୍ଚିତ ସପ୍ତାହ, ରାଜ୍ୟ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ଦାବି

author img

By

Published : Aug 11, 2023, 9:34 PM IST

ରାଜ୍ୟ ସରକାରଙ୍କ ବିରୋଧରେ ଏହି ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳୁଛି ନବ ନିର୍ମାଣ କୃଷକ ସଂଗଠନ । ନେଇ ଆଜି ଶତାଧିକ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ କରିଛନ୍ତି। ଅଧିକ ପଢନ୍ତୁ

ପ୍ରାୟଶ୍ଚିତ ସପ୍ତାହ ପାଳନ
ପ୍ରାୟଶ୍ଚିତ ସପ୍ତାହ ପାଳନ

ପ୍ରାୟଶ୍ଚିତ ସପ୍ତାହ ପାଳନ

କେନ୍ଦୁଝର: କୁଶାସନ ହଟାଇବା ପାଇଁ ପ୍ରାୟଶ୍ଚିତ ସତ୍ୟାଗ୍ରହ । ସରକାରଙ୍କ ବିରୋଧରେ ଏହି ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳୁଛି ନବ ନିର୍ମାଣ କୃଷକ ସଂଗଠନ । କୁଶାସନ, ଦୁର୍ନୀତି ଓ ସାମ୍ବିଧାନିକ ବିଧି ଉଲ୍ଲଂଘନ ବିରୋଧୀ ସରକାରକୁ ହଟାଇବା ପାଇଁ ଦାବି କରିଛି ସଂଗଠନ । ଏନେଇ ଆଜି ଶତାଧିକ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜୋର ଜବରଦସ୍ତି ବସି ବିକ୍ଷୋଭ ଓ ସତ୍ୟାଗ୍ରହ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଗାଦିଚ୍ୟୁତ କରିବା ପାଇଁ ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳୁଥିବା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି।

ନବନିର୍ମାଣ ସ୍ୱରାଜ ସରକାର ବା ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ କହିଛନ୍ତି, "ଚାଷ ଓ ଚାଷୀ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସରକାର । ଚାଷ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଠୋସ ନୀତି ନଥିବାବେଳେ ରୋଜଗାର ପାଇଁ ଓଡ଼ିଶାର ପୁଅ ଏବେ ସାଜିଛି ଦାଦନ ଶ୍ରମିକ । ରାଜ୍ୟ ସରକାର ଖାଲି ଯୋଜନା ଉପରେ ଯୋଜନା କରି ଭୋଟ ହାତେଇବାକୁ ଚେଷ୍ଟାରତ । ଏହି ନବୀନ ସରକାରକୁ ଭୋଟ ଦେଇ ପାପ କରିଛୁ ।"

ଏହା ବି ପଢନ୍ତୁ...ଚାଷୀ ପେନସନ୍ ଦାବି, ବିଧାନସଭା ଘେରିବ ନବ ନିର୍ମାଣ କୃଷକ ସଂଗଠନ

ସେ ଆହୁରି ମଧ୍ୟ କହିଛନ୍ତି,"ନବୀନ ପଟ୍ଟନାୟକଙ୍କ ଭଳି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗାଦିରେ ବସାଇ ବା ଭୋଟ ଦେଇ ଯେଉଁ ଭୁଲ ଓ ପାପ କରିଛୁ ତାହାର ପ୍ରାୟଶ୍ଚିତକୁ ନେଇ ଏହି ସତ୍ୟାଗ୍ରହ କରୁଛୁ।" ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର କହିଛନ୍ତି, ଏପରି ଜଣେ ସ୍ଥାଣୁ ସରକାରଙ୍କୁ ଗାଦିରୁ ହଟାଇବା ପାଇଁ ଏହି ଅନଶନ ପାଇଁ ଲୋକଙ୍କ ସହଯୋଗ ଆବଶ୍ୟକ । ଯେଉଁଥିରେ ସବୁ ବର୍ଗର ଲୋକେ ସାମିଲ ହୋଇ ଅନଶନକୁ ସମର୍ଥନ କରିବେ ବୋଲି ସଂଗଠନ ଆଶା ରଖିଛି ।" ଆଜି ଉମାକାନ୍ତ ଭାରତଙ୍କ ନେତୃତ୍ବରେ ସତ୍ୟାଗ୍ରହ ପରେ ରାଜ୍ୟପାଳଙ୍କୁ ସଂଗଠନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ତେବେ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରୁ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲୋୟର ପିଏମଜିରେ ଏହି ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ଚାଲୁ ରହିବ । ଗତକାଲି ଦ୍ୱିତୀୟ ଦିନ ଥିବାବେଳେ ଆଜି ତୃତୀୟ ଦିନରେ ପହଞ୍ଚିଛି ପ୍ରାୟଶ୍ଚିତ ସତ୍ୟାଗ୍ରହ । ଅନଶନ କରି ସତ୍ୟାଗ୍ରହ ପାଳୁଛି ସଂଗଠନ । ଏହାସହ ଆଜି ସବୁ ଜିଲ୍ଲାରେ ସଂଗଠନ ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ ପାଳନ କରାଯାଉଥିବା ଜଣାପଡିଛି । ଏହାକୁ ସମର୍ଥନ ଜଣାଇଛନ୍ତି ସୂଚନା ଅଧିକାର ଆନ୍ଦୋଳନର ଆବାହକ ପ୍ରଦୀପ ପ୍ରଧାନ, ସ୍ୱରାଜ ଆନ୍ଦୋଳନ କମିଟିର ସଦସ୍ୟ ନିମାଇଁ ରାୟ ଓ ଉମାକାନ୍ତ ଭାରତ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.