ETV Bharat / state

ପାରାଦୀପ ବନ୍ଦରରେ ବିଶାଳ ପଣ୍ୟବାହୀ ଜାହାଜ

author img

By

Published : Dec 14, 2022, 8:11 PM IST

ପାରାଦୀପ ବନ୍ଦରରେ ଲାଗିଲା ବିଶାଳ ପଣ୍ୟବାହୀ ଜାହାଜ । ଗତ ମଙ୍ଗଳବାର ଅପରାହ୍ନରେ ପାରାଦ୍ୱୀପ ବନ୍ଦରରେ ବିଶ୍ୱର ବୃହତମ ଜାହାଜ ଏମଭି ଗୋଲଡେନ ବର୍ନେଟ ବନ୍ଦରର ବର୍ଥରେ ପହଞ୍ଚିଥିଲା । ଅଧିକ ପଢ଼ନ୍ତୁ

ପାରାଦୀପ ବନ୍ଦରରେ ବିଶାଳ ପଣ୍ୟବାହୀ ଜାହାଜ
ପାରାଦୀପ ବନ୍ଦରରେ ବିଶାଳ ପଣ୍ୟବାହୀ ଜାହାଜ

ପାରାଦୀପ ବନ୍ଦରରେ ବିଶାଳ ପଣ୍ୟବାହୀ ଜାହାଜ

ଜଗତସିଂହପୁର : ପାରାଦୀପ ବନ୍ଦରରେ ଲାଗିଲା ବିଶାଳ ପଣ୍ୟବାହୀ ଜାହାଜ । ଗତ ମଙ୍ଗଳବାର ଅପରାହ୍ନରେ ପାରାଦ୍ୱୀପ ବନ୍ଦରରେ ବିଶ୍ୱର ବୃହତମ ଜାହାଜ ଏମଭି ଗୋଲଡେନ ବର୍ନେଟ ବନ୍ଦରର ବର୍ଥରେ ପହଞ୍ଚିଥିଲା । ଏହି ଜାହାଜର ଉଚ୍ଚତା ୧୬.୨ ମିଟର ରହିଥିବା ବେଳେ କ୍ଷମତା ରହିଛି ୧ ଲକ୍ଷ ୪୬ ହଜାର ୫୫୪ ଟନ । ଏହି ଜାହାଜ ବିଶ୍ୱର ସର୍ବ ବୃହତ ପଣ୍ୟବାହୀ ଜାହାଜ ବୋଲି କୁହାଯାଉଛି । ପାରାଦ୍ୱୀପ ବନ୍ଦରରେ ଲାଗିଥିବା ଏହି ଜାହାଜଟି ସର୍ବାଧିକ ଗଭୀର ଓ କୋଇଲା ପରିବହନ କରୁଥିବା ଶକ୍ତିଶାଳୀ ଜାହାଜ ବୋଲି ବନ୍ଦର ପକ୍ଷରୁ କୁହାଯାଇଛି । ସମୁଦ୍ର ଭିତରୁ ଏହି ଜାହାଜକୁ ସୁପରଭିଜନ କରି ବନ୍ଦରକୁ ଆଣିଥିଲେ ମେରାଇନ ବିଭାଗ ଓ ଟ୍ରାଫିକ ବିଭାଗ କର୍ମଚାରୀ ।

ପାରାଦୀପ ଭାରତର ସବୁଠୁ ଗଭୀରତମ ବନ୍ଦର ହୋଇଥିଲେ ମଧ୍ୟ ଦେଶର ୧୨ଟି ମେଜର ପୋର୍ଟ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି । ଗତକିଛି ବର୍ଷ ଧରି ପାରାଦୀପ ବନ୍ଦର ପକ୍ଷରୁ ଏହିଭଳି ବଡ଼ ବଡ଼ ଜାହାଜ ଆଣିବା ପାଇଁ ବନ୍ଦରର ବର୍ଥ ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ୨୦୧୭ ମସିହା ନଭେମ୍ବର ୬ ତାରିଖରେ ଏମ୍ ଭି ଉର୍ଜା ନାମକ ଜାହାଜରେ ୧ ଲକ୍ଷ ୧୮ ହଜାର ମେଟ୍ରିକ୍ ଟନର ପଣ୍ୟ ଆସିଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.