ETV Bharat / state

Mid Day Mealରେ ଅଣ୍ଡା ବଦଳରେ ଦିଆଯାଉଛି ବିସ୍କୁଟ, ମୁହଁ ଖୋଲିଲେ ନୋଡାଲ ଅଧିକାରୀ

author img

By ETV Bharat Odisha Team

Published : Oct 12, 2023, 5:55 PM IST

ଘଟଣା ଅନୁସାରେ ଜିଲ୍ଲାର ଚମ୍ପୁଆ ବୁକ ଅନ୍ତର୍ଗତ ପତଳା ପ୍ରାଥମିକ ବିଦ୍ୟାଳୟରେ ଦୁଇ ସପ୍ତାହ ଧରି ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ ବିସ୍କୁଟ ଦିଆଯାଉଥିଲା । ଅଣ୍ଡା ବଦଳରେ ବିସ୍କୁଟ ଦେବା ଭିଡିଓ ଭାଇରାଲ ହେବା ପରେ ଚମ୍ପୁଆ ବୁକ ଶିକ୍ଷା ଅଧିକାରୀ ବିକାଶ ସାହୁଙ୍କ ନିର୍ଦ୍ଦେଶକ୍ରମେ ସିଆରସି ଦୀପକ ମିଶ୍ର ପୂର୍ବତନ ସିଆରସି ସୁଶାନ୍ତ କୁମାର ନାଏକ ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିବା ଜଣାପଡିଛି। ଅଣ୍ଡା ପାଇଁ ସରକାର ଯେତିକି ଟଙ୍ଗା ଦେଉଛନ୍ତି ତାଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି ବୋଲି ଶିକ୍ଷକ ମାନେ ଅଭିଯୋଗ କରୁଛନ୍ତି। ଅଧିକ ପଢନ୍ତୁ

Keonjhar News: Mid Day Mealରେ ଅଣ୍ଡା ବଦଳରେ ବିସ୍କୁଟ ଦେବା ଘଟଣା, ମୁହଁ ଖୋଲିଲେ ନୋଡାଲ ଅଧିକାରୀ
Keonjhar News: Mid Day Mealରେ ଅଣ୍ଡା ବଦଳରେ ବିସ୍କୁଟ ଦେବା ଘଟଣା, ମୁହଁ ଖୋଲିଲେ ନୋଡାଲ ଅଧିକାରୀ

Keonjhar News: Mid Day Mealରେ ଅଣ୍ଡା ବଦଳରେ ବିସ୍କୁଟ ଦେବା ଘଟଣା, ମୁହଁ ଖୋଲିଲେ ନୋଡାଲ ଅଧିକାରୀ

କେନ୍ଦୁଝର/ଭୁବନେଶ୍ବର: ଖଣିଜ ସମ୍ପଦ ଭରା କେନ୍ଦୁଝର ଜିଲ୍ଲାରେ ଅଣ୍ଡା କିଣିବାକୁ ଅର୍ଥର ଅଭାବ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଅର୍ଥ ଅଭାବରୁ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ ଦିଆଯାଉଛି ଶୁଖିଲା ବିସ୍କୁଟ । ଭିଡିଓ ଭାଇରାଲ ହେବା ପରେ ଏବେ କେନ୍ଦୁଝରରୁ ରାଜଧାନୀ ଯାଏଁ ଆରମ୍ଭ ହୋଇଛି ଖୋଳତାଡ । ଏନେଇ ମୁହଁ ଖୋଲିଛନ୍ତି ରାଜ୍ୟ ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସର ରଘୁରାମ ଆର. ଆୟର ।

ଘଟଣା ଅନୁସାରେ ଜିଲ୍ଲାର ଚମ୍ପୁଆ ବୁକ ଅନ୍ତର୍ଗତ ପତଳା ପ୍ରାଥମିକ ବିଦ୍ୟାଳୟରେ ଦୁଇ ସପ୍ତାହ ଧରି ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ ବିସ୍କୁଟ ଦିଆଯାଉଥିଲା । ଅଣ୍ଡା ବଦଳରେ ବିସ୍କୁଟ ଦେବା ଭିଡିଓ ଭାଇରାଲ ହେବା ପରେ ଚମ୍ପୁଆ ବୁକ ଶିକ୍ଷା ଅଧିକାରୀ ବିକାଶ ସାହୁଙ୍କ ନିର୍ଦ୍ଦେଶକ୍ରମେ ସିଆରସି ଦୀପକ ମିଶ୍ର ପୂର୍ବତନ ସିଆରସି ସୁଶାନ୍ତ କୁମାର ନାଏକ ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିବା ଜଣାପଡିଛି। ଅଣ୍ଡା ପାଇଁ ସରକାର ଯେତିକି ଟଙ୍ଗା ଦେଉଛନ୍ତି ତାଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି ବୋଲି ଶିକ୍ଷକ ମାନେ ଅଭିଯୋଗ କରୁଛନ୍ତି । ଫଳରେ ବିସ୍କୁଟ ଦେଉଛନ୍ତି । ସେହିପରି ଡିଏମଏଫ ନିଜ ଭାଗର ଟଙ୍କା ଠିକ ସମୟରେ ଦେଉନାହିଁ । ତେଣୁ ପିଲାଙ୍କୁ ଅଣ୍ଡା ଯୋଗାଇବାରେ ବହୁତ ଅସୁବିଧା ହେଉଛି । ଏ ସମ୍ପର୍କରେ ଚମ୍ପୁଆ ବିଇଓ ବିକାଶ ସାହୁ ଶିକ୍ଷକମାନେ ଲିଖିତ ଭାବେ ଜଣାଇଲେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଫୋନ ଯୋଗେ କହିଛନ୍ତି । ତେବେ ଅଣ୍ଡା ବଦଳରେ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ଦେବା ଘଟଣା ନେଇ ଜିଲ୍ଲା ସ୍ତରରେ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢନ୍ତୁ- ମହରଗ ଦୁନିଆରେ ମଧ୍ୟାହ୍ନ ଭୋଜନ ଟେନସନ୍; ପରିବା ଦର ଆକାଶଛୁଆଁ, ସ୍କୁଲରେ ପିଲା ଖାଇବେ କଣ ?

ଅଭିଯୋଗ ହେଉଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନକୁ ନେଇ ଏବେ ଚିନ୍ତାରେ ଶିକ୍ଷକ ଶିକ୍ଷୟତ୍ରୀ । ବିଭିନ୍ନ ସାମଗ୍ରୀର ଦର ଦାମ ବୃଦ୍ଧି ଘଟିଥିବାରୁ ଅଣ୍ଡା ବଦଳରେ ବିସ୍କୁଟ ଦିଆଯାଉଥିବା ନଜରକୁ ଆସିଛି । ବଜାରରେ ଏବେ ଅଣ୍ଡା ଦର ୭ ଟଙ୍କାରୁ ଅଧିକ ରହିଛି । ଏପଟେ କିନ୍ତୁ ରାଜ୍ୟ ସରକାର ଅଣ୍ଡା ପିଛା ୫ ଟଙ୍କା ୩୦ ପଇସା ଦେଉଛନ୍ତି । ବାକି ୧ ଟଙ୍କା ୭୦ ପଇସା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ହାତରୁ ଦେବାକୁ ପଡୁଛି । ଯେଉଁଥିପାଇଁ ଏବେ ଅଣ୍ଡା ବଦଳରେ କିଛି ସ୍କୁଲରେ ବିସ୍କୁଟ, ଖସାଲଡୁ ଦିଆଯାଉଥିବା ଦେଖିବାକୁ ମିଳୁଛି ।

କେନ୍ଦୁଝର ଜିଲ୍ଲାରେ ମଧ୍ୟାହ୍ନଭୋଜନ ଖାଉଥିବା ୨ ଲକ୍ଷ ୨୦ ହଜାର ୨୨ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଅଣ୍ଡା ବାବଦକୁ ପ୍ରତିଦିନ ହାରହାରି ୩ ଲକ୍ଷ ୭୪ ହଜାର ଟଙ୍କାର ବୋଝ ଶିକ୍ଷକଙ୍କ ଉପରେ ପଡ଼ୁଛି । ଦୁଇଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ଓ ଅବଶିଷ୍ଟ ୪ଦିନ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଛାତ୍ରଛାତ୍ରୀଙ୍କୁ ଅଣ୍ଡା ପ୍ରଦାନ କରାଯାଉଛି । ଉଭୟ ରାଜ୍ୟ ସରକାର ଓ ଡିଏମଏଫ ଅଣ୍ଡା ଗୋଟା ପ୍ରତି ୫ ଟଙ୍କା ୩୦ ପଇସା ଦେଉଛନ୍ତି । ଖୋଲା ବଜାରରେ ଅଣ୍ଡା ଗୋଟା ୭ ଟଙ୍କା ପଡ଼ୁଛି । ମଧ୍ୟାହ୍ନଭୋଜନ ଦାୟିତ୍ବରେ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ ବାକି ୧ ଟଙ୍କା ୭୦ ପଇସା ନିଜ ହାତରୁ ଦେଉଥିବା କହିଛନ୍ତି ।

ଅଧିକ ପଢନ୍ତୁ- ମଧ୍ୟାହ୍ନ ଭୋଜନରେ ମିଳିଲାନି ଅଣ୍ଡା, ସ୍କୁଲ ଗେଟରେ ପଡିଲା ତାଲା

ଅନ୍ୟପଟେ ଏହି ଘଟଣାକୁ ନେଇ ରାଜ୍ୟ ମଧ୍ୟାନ୍ନ ଭୋଜନ ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର. ଆୟର କହିଛନ୍ତି, ‘‘ଏବେ ଯାଏଁ ମଧ୍ୟାନ୍ନ ଭୋଜନରେ ଅଣ୍ଡା ବନ୍ଦ ପାଇଁ ନିର୍ଦେଶ ଦିଆଯାଇ ନାହିଁ । ସପ୍ତାହକୁ ଦୁଇ ଥର ପିଲାମାନଙ୍କୁ ଅଣ୍ଡା ଦିଆଯାଉଛି । କେନ୍ଦ୍ର ଗାଇଡଲାଇନ ଅନୁସାରେ ମଧ୍ୟାନ୍ନ ଭୋଜନର ବ୍ୟଞ୍ଜନ ସ୍ଥିର କରାଯାଇଛି । ପ୍ରାଥମିକ ବିଦ୍ୟାଳୟରେ ପିଲା ପିଛା 5.90 ଟଙ୍କା ଓ ଉଚ୍ଚପ୍ରାଥମିକ ପିଲା ପିଛା 8.82 ଟଙ୍କା ଖର୍ଚ୍ଚ ହେଉଛି । କୌଣସି ସ୍କୁଲରେ ଅଣ୍ଡା ଦିଆ ନଯିବା ଘଟଣା ନଜରକୁ ଆସିନି । ଅଣ୍ଡା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇନି । ପ୍ରତି ସପ୍ତାହରେ ୨ ଥର ଅଣ୍ଡା ଦିଆଯାଉଛି । ଏବେ ଯଦି କିଛି ଅଭିଯୋଗ ଆସେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ । ବର୍ଷକୁ ଥରେ କେନ୍ଦ୍ର ଗାଇଡଲାଇନ ପରିବର୍ତ୍ତନ କରେ । ଆଗକୁ ପରିବର୍ତ୍ତନ ହେଲେ, ଯାହା ନିଷ୍ପତ୍ତି ନିଆଯିବ।’’

ଇଟିଭି ଭାରତ, କେନ୍ଦୁଝର/ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.