ETV Bharat / state

ପାରିବାରିକ କଳହକୁ କେନ୍ଦ୍ର କରି 5ବର୍ଷର ଶିଶୁପୁତ୍ରକୁ ହତ୍ଯା, ପରେ ବିଷପିଇ ମା'ର ଆତ୍ମହତ୍ୟା

author img

By

Published : Jul 13, 2021, 8:28 PM IST

ପାରିବାରିକ କଳହକୁ ନେଇ 5ବର୍ଷର ପୁଅକୁ ବିଷ ପିଆଇ ହତ୍ୟା କଲା ମା । ଅଧିକ ପଢନ୍ତୁ...

ପାରିବାରିକ କଳହକୁ କେନ୍ଦ୍ରକରି 5ବର୍ଷର ଶିଶୁପୁତ୍ରକୁ ହତ୍ଯା, ପରେ ବିଷପିଇ ମା'ର ଆତ୍ମହତ୍ଯାର
ପାରିବାରିକ କଳହକୁ କେନ୍ଦ୍ରକରି 5ବର୍ଷର ଶିଶୁପୁତ୍ରକୁ ହତ୍ଯା, ପରେ ବିଷପିଇ ମା'ର ଆତ୍ମହତ୍ଯାର

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଅଧିନସ୍ଥ ନନ୍ଦିପଦା ଥାନା ଜଗନ୍ନାଥପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମା ନିଜର ୫ବର୍ଷର ଶିଶୁପୁତ୍ରକୁ ହତ୍ଯା କରିବାପରେ ନିଜେ ବିଷପିଇ ଆତ୍ମହତ୍ଯା କରିବାକୁ ଉଦ୍ଯମ କରିଛି । ଗୁରୁତର ଅବସ୍ଥାରେ ମା ମୋନାଲିସା ପ୍ରଧାନକୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପାରିବାରିକ କଳହକୁ କେନ୍ଦ୍ରକରି 5ବର୍ଷର ଶିଶୁପୁତ୍ରକୁ ହତ୍ଯା, ପରେ ବିଷପିଇ ମା'ର ଆତ୍ମହତ୍ଯାର

ଗାଁର ବିଶ୍ବଜିତ୍ ପ୍ରଧାନଙ୍କ ସ୍ତ୍ରୀ ମୋନାଲିସା କଥାକଥାରେ ପରିବାର ଲୋକଙ୍କ ସହ ଝଗଡା କରୁଥିବା କହିଛନ୍ତି ସ୍ବାମୀ ବିଶ୍ବଜିତ୍ । ତେବେ ଆଜି (ମଙ୍ଗଳବାର) ବିଶ୍ବଜିତ୍ ଘରେ ନଥିବା ସମୟରେ ମୋନାଲିସା ଏହି କାଣ୍ଡ କରିଥିବା ଜଣାପଡିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.