ETV Bharat / state

2 ବର୍ଷ ହେବ ପାହାଡ କୋଳରେ ମାନସିକ ବିକାରଗ୍ରସ୍ତ ପୁଅ, ସହାୟତା ଅପେକ୍ଷାରେ ମାଆ

author img

By

Published : Jul 3, 2023, 1:58 PM IST

Updated : Jul 3, 2023, 2:17 PM IST

ଖରା ବର୍ଷା ଶୀତ ସହି 2 ବର୍ଷ ହେବ ପାହାଡ ଉପରେ ରହି ଆସୁଛନ୍ତି କେନ୍ଦୁଝର ଜିଲ୍ଲା ନେଲୁଙ୍କ ଗାଁର ମାନସିକ ବିକାରଗ୍ରସ୍ତ ସାଗର ନାଏକ । ସେପଟେ ପୁଅ କିପରି ପାହାଡରୁ ଫେରିବ ଆଉ ତାର ଚିକିତ୍ସା ହେବ ସେ ଚିନ୍ତାରେ ମାଆ । ଅଧିକ ପଢନ୍ତୁ

man lives on hill
ପାହାଡ଼ରେ ବିତୁଛି ପୁଅ ଜୀବନ

ପାହାଡରେ ପୁଅ

କେନ୍ଦୁଝର: ଦିନେ କି ମାସେ ନୁହେଁ । ଦୁଇବର୍ଷ ହେବ ଜଙ୍ଗଲୀ ଜନ୍ତୁ ଭୟ ଭିତରେ ପାହାଡ ଉପରେ ବିତୁଛି ଜୀବନ । ମାନସିକ ବିକାରଗ୍ରସ୍ତ ପୁଅ ପାହାଡକୁ ଘର କରିଛି । ସେଇଠି ଦିନରାତି କାଟୁଛି । ପୁଅକୁ ପାହାଡ ଉପରେ ଦେଖି ଆଖିରୁ ଲୁହ ଗଡାଇବା ସହ ମାଆ ପାଖରେ ଆଉ ବାଟ ବା କଣ ଅଛି । ମାଆ ମନ ବୁଝିବା ବା କେମିତି । ପ୍ରତିଦିନ ସେହି ପାହାଡକୁ ପୁଅ ପାଇଁ ଖାଇବା ନେଉଛନ୍ତି ଆଉ ଡାକ ଦେଲେ ପୁଅ ଆସୁଛି ଖାଇବା ନେଇ ଖାଉଛି । କେନ୍ଦୁଝର ଜିଲ୍ଲା ନେଲାଙ୍ଗ ଗାଁରୁ ଏମିତି ଏକ ଖବର ଆସିଛି । ନେଲାଙ୍ଗ ଗାଁର ସାଗର ନାଏକ ଓରଫ ବାବୁ ମାନସିକ ଭାବେ ଅସୁସ୍ଥ ତେଣୁ ସେ 2 ବର୍ଷ ହେବ ନେଲାଙ୍ଗ ହୁଡି ପାହାଡ ଉପରେ ରହି ଆସୁଛନ୍ତି ।

କେନ୍ଦୁଝର ସହର ଉପକଣ୍ଠ ନେଲୁଙ୍ଗ ଗାଁ କଡ଼ରେ ରହିଛି ଏକ ପାହାଡ଼ । ଯାହା ନେଲୁଙ୍ଗ ହୁଡ଼ି ନାମରେ ପରିଚିତ । ଏହି ହୁଡ଼ିରେ ଏକାଧିକ ଗୁମ୍ଫା ରହିଛି । ଗୁମ୍ଫା ଗୁଡ଼ିକରେ ବହୁ ସଂଖ୍ୟାରେ ଭାଲୁ ମଧ୍ୟ ରହିଥାନ୍ତି । ଭାଲୁ ଗୁଡ଼ିକ ନିୟମିତ ଭାବେ ନେଲୁଙ୍ଗ ଗାଁ ଭିତରକୁ ପଶି ଆସନ୍ତି । ଭାଲୁ ପାଇଁ ନେଲୁଙ୍ଗ ହୁଡ଼ିକୁ ଲୋକେ ଭୟରେ ଦିନ କାଟନ୍ତି ହେଲେ ଦୁଇବର୍ଷ ହେଲା ନେଲୁଙ୍ଗ ଗାଁର ସାଗର ନାଏକ ଓରଫ ବାବୁ ନେଲୁଙ୍ଗ ପାହାଡ ଥିବା ଗୁମ୍ଫାରେ ରହି ଆସୁଛନ୍ତି । ଏହି ଗୁମ୍ଫା ଚାରିପାଖରେ ମାଳ ମାଳ ଭାଲୁ ବାସ କରୁଛନ୍ତି । ଭାଲୁ ହିଂସ୍ର ହେଲେ ମଧ୍ୟ ବାବୁଙ୍କ ନିରୀହପଣକୁ ବୋଧେ ବୁଝି ପାରିଛନ୍ତି । ତେଣୁ କୌଣସି କ୍ଷତି କରୁନାହାନ୍ତି । ବାପାଙ୍କ ମୃତ୍ୟୁ ପରେ ଆଘାତ ପାଇ ମାନସିକ ଭାବେ ଅସୁସ୍ଥ ଥିବା ସାଗର ଏହି ପାହାଡରେ ରହି ଆସୁଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସାଗର ଓରଫ ବାବୁ ବାପାମାଙ୍କ ଏକମାତ୍ର ପୁଅ । ତିନିବର୍ଷ ତଳେ ବାପା ହଳଧର ନାଏକଙ୍କ ମୃତ୍ୟୁ ପରେ ସେ ମାନସିକ ଆଘାତ ପାଇଥିଲେ । ସଂସାରର ମୋହମାୟା ତୁଟାଇ ପାହାଡ଼ ଉପରକୁ ଚାଲି ଯାଇଥିଲେ । ସେବେଠାରୁ ସେ ଏହି ହୁଡ଼ିରେ ରହି ଆସୁଛନ୍ତି । ସେ ଆଉ ତଳକୁ ନ ଆସିବାରୁ ବାଧ୍ୟ ହୋଇ ମାଆ କୁନ୍ତଳା ନାଏକ ପ୍ରତି ଦୁଇଦିନରେ ଥରେ ତାଙ୍କ ପାଖକୁ ଖାଇବା ନେଇ ଯାଉଛନ୍ତି ।

ଏହା ବି ପଢନ୍ତୁ...କିଡନୀ ରୋଗରେ ପୀଡ଼ିତ ପତ୍ନୀ, ସରକାରୀ ସହାୟତା ଅପେକ୍ଷାରେ ଅସହାୟ କୁବେର

ଦିନରେ ପୁଅକୁ ଏକ ଗଛ ମୂଳେ ଜଗି ରହୁଥିବା ବେଳେ ରାତିରେ ନିଜ ବସା ନଥିବାରୁ ନିଜ ବାପ ଘର ନିକଟସ୍ଥ ଡିମ୍ବ ଗ୍ରାମକୁ ଚାଲି ଯାଉଥିବା କୁନ୍ତଳା କହିଛନ୍ତି । ସରକାର ଯଦି ମୁଣ୍ଡ ଗୁଞ୍ଜିବାକୁ ବଖରାଏ ଘର ସାଙ୍ଗକୁ ପୁଅର ଚିକିତ୍ସା ବ୍ୟବସ୍ଥା କରିପାରନ୍ତେ ତାହେଲେ ତାଙ୍କ ଦୁଃଖ ଦୂର ହୁଅନ୍ତା ବୋଲି କହିଛନ୍ତି କୁନ୍ତଳା । ସରକାର କୁନ୍ତଳାଙ୍କ ସମସ୍ୟା ଉପରେ ଦୃଷ୍ଟି ଦେଇ ପାହାଡରୁ ଉଦ୍ଧାର କରି ଚିକିତ୍ସା ପାଇଁ କିଛି ବ୍ୟବସ୍ଥା କରିବା ସହ ବାସଗୃହ ଯୋଗାଇ ଦେଲେ ପରିବାର ମୁହଁରେ ହସ ଫୁଟି ପାରନ୍ତା ।

ଇଟିଭି ଭାରତ, କେନ୍ଦୁଝର

Last Updated :Jul 3, 2023, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.