ପାଞ୍ଚମାସର ଦରମା ଦାବିରେ କର୍ମଚାରୀଙ୍କ ବିକ୍ଷୋଭ

author img

By

Published : Sep 14, 2021, 10:21 PM IST

atama employee protest for demanding last five months salary

କେନ୍ଦୁଝର ଜିଲ୍ଲାର କୃଷି ବିଭାଗ ଆତ୍ମା ଯୋଜନାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମିଳୁନି ଦରମା । ପାଞ୍ଚମାସର ଦରମା ଦାବିରେ କର୍ମଚାରୀଙ୍କ ବିକ୍ଷୋଭ କରିଛନ୍ତି । ଅଧିକ ପଢନ୍ତୁ...

କେନ୍ଦୁଝର: ପାଞ୍ଚମାସର ଦରମା ଦାବିରେ କର୍ମଚାରୀଙ୍କ ବିକ୍ଷୋଭ । ଦୁଇ ବର୍ଷ ହେବ କୋରୋନା କଟକଣାରେ ସରକାରୀ ହେଉକି ବେସରକାରୀ ଅନୁଷ୍ଠାନ ସବୁ ହନ୍ତସନ୍ତ । କେଉଁଠି କର୍ମଚାରୀ ଛଟେଇ ତ କେଉଁଠି ଦରମା କାଟ ଛାଟ କର୍ମଚାରୀଙ୍କ ଉପରେ । ଏପରି ସ୍ଥଳେ ଦରମା ବନ୍ଦ ନେଇ କର୍ମଚାରୀ ଅସନ୍ତୋଷ ।

ପାଞ୍ଚମାସର ଦରମା ଦାବିରେ କର୍ମଚାରୀଙ୍କ ବିକ୍ଷୋଭ

କେନ୍ଦୁଝର ଜିଲ୍ଲାର କୃଷି ବିଭାଗ ଆତ୍ମା ଯୋଜନାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମିଳୁନି ଦରମା । ଏହି ବିଭାଗରେ ବିଭିନ୍ନ ବ୍ଲକରେ କାର୍ଯ୍ୟରତ ଶତାଧିକ ବୈଷୟିକ ପରିଚାଳକ,କିରାଣୀ କାର୍ଯ୍ୟରତ ଅଛନ୍ତି । ଏହି କର୍ମଚାରୀମାନେ ଅଫିସ କାର୍ଯ୍ୟ ସହ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ଏତେ କାର୍ଯ୍ୟ କରୁଥିବାବେଳେ କରୋନା ସମୟରେ ତାଙ୍କର ୫ ମାସର ଦରମା ବନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି ସମସ୍ତ କର୍ମଚାରୀମାନେ । ଏନେଇ ଜିଲ୍ଲାର ସମସ୍ତ କର୍ମଚାରୀମାନେ ଜିଲ୍ଲା କୃଷି ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଯଥାଶୀଘ୍ର ଦରମା ପ୍ରଦାନ ନକଲେ ମାସକ ପରେ ସାମୂହିକ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.