ETV Bharat / state

ସରକାରୀ ଅବହେଳାକୁ ନେଇ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ, ଡ୍ୟାମ କାମ ଆରମ୍ଭ ନହେଲେ ଭୋଟ ବର୍ଜନ

author img

By ETV Bharat Odisha Team

Published : Dec 4, 2023, 6:37 PM IST

Govt Negligence on Developmental Works: ବିଭିନ୍ନ ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ଯାହାକୁ ନେଇ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତିନୋଟି ପଞ୍ଚାୟତର ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ସରକାରୀ ଅବହେଳାକୁ ନେଇ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ, ଡ୍ୟାମ କାମ ଆରମ୍ଭ ନହେଲେ ଭୋଟ ବର୍ଜନ
ସରକାରୀ ଅବହେଳାକୁ ନେଇ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ, ଡ୍ୟାମ କାମ ଆରମ୍ଭ ନହେଲେ ଭୋଟ ବର୍ଜନ

ସରକାରୀ ଅବହେଳାକୁ ନେଇ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ, ଡ୍ୟାମ କାମ ଆରମ୍ଭ ନହେଲେ ଭୋଟ ବର୍ଜନ

କେନ୍ଦୁଝର : ସରକାର ପରେ ସରକାର ବଦଳିଛି । ବିଭିନ୍ନ ସରକାର ନିର୍ବାଚନ ସମୟରେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । କିନ୍ତୁ ନିର୍ବାଚନ ସରିଲେ କାହାର ଦେଖା ନାହିଁ । ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ ତ ଜମିକୁ ପାଣି ନାହିଁ । ଆଉ ସରକାରଙ୍କ ମିଛ ପ୍ରତିଶ୍ରୁତିର ଶିକାର ହୋଇଛଚନ୍ତି ଗ୍ରାମବାସୀ । ଏଭଳି ଅଭିଯୋଗ କରିଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତିନୋଟି ପଞ୍ଚାୟତର ଲୋକେ । ହରିଚନ୍ଦନପୁର ବ୍ଲକ ତେନ୍ତଲାପଶି, ହୁଣ୍ଡା ଓ ଜୁଙ୍ଗା ତିନୋଟି ପାହାଡ ଜଙ୍ଗଲ ଭରା ଆଦିବାସୀ ବହୁଳ ପଞ୍ଚାୟତ ଭାବେ ଜଣାଶୁଣା । ଏହି ତିନୋଟି ପଞ୍ଚାୟତରେ ୧୨ଟି ଗ୍ରାମର ଲୋକେ ଚାଷବାସ ଉପରେ ନିର୍ଭର କରୁଥିବା ବେଳେ ବର୍ଷା ଜଳହିଁ ଏକମାତ୍ର ଭରସା । ଏହି ତିନୋଟି ପଞ୍ଚାୟତ ଦେଇ ଖଡ଼ିଆଡିହା ନାଳ ଯାଉଛି । ଏହି ନାଳର ପାଣି ଉପରେ ତିନୋଟି ପଞ୍ଚାୟତର ଚାଷୀ ନିର୍ଭର କରନ୍ତି । ଏହି ନାଳ ଉପରେ ବଡକାଇଁଝରି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଏହି ତିନୋଟି ପଞ୍ଚାୟତର ଲୋକେ ଦୀର୍ଘଦିନ ହେବ ଦାବି କରି ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ... MSCBର ଦ୍ବିତୀୟ କ୍ୟାମ୍ପସ ନିଷ୍ପତ୍ତି, ଧରଣୀଧର ବିଶ୍ବବିଦ୍ୟାଳୟକୁ ହେବ ହସ୍ତାନ୍ତର

କିନ୍ତୁ ସରକାର କି ପ୍ରଶାସନ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି । ୩ଟି ପଞ୍ଚାୟତର ୧୨ ଟି ଗ୍ରାମବାସୀ ୧୯୬୭ ମସିହାରୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦାବି ହେଇ ଆସୁଥିବା ବେଳେ ୧୯୯୭ ମସିହାରେ ଆନନ୍ଦପୁର ଡିଭିଜନ ଅଧୀନରେ ଏକ ପ୍ରକଳ୍ପ ପାଇଁ ବ୍ୟୟ ମଞ୍ଜୁର ହୋଇଥିଲା । କିନ୍ତୁ ଏହା ନିର୍ମାଣ ହୋଇ ପାରିନଥିବାରୁ ପଞ୍ଚାୟତବାସୀ ୧୯୯୮ ଓ ୨୦୦୦ ମସିହାରେ ନିର୍ବାଚନ ବହିସ୍କାର କରିଥିଲେ । କିନ୍ତୁ ପ୍ରଶାସନର ପ୍ରତିଶୃତି ପରେ ଗ୍ରାମବାସୀ ପରବର୍ତ୍ତୀ ସମୟରେ ନିର୍ବାଚନରେ ସାମିଲ ହୋଇଥିଲେ। କିନ୍ତୁ ଏହି ପ୍ରକଳ୍ପ ନିର୍ମାଣ ପରବର୍ତ୍ତୀ ହେଇ ପାରିନଥିବାରୁ ଆଜି ତିନୋଟି ପଞ୍ଚାୟତର ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପାଣି ନାହିଁ ତ ଭୋଟ ନାହିଁ ସ୍ଲୋଗାନ ଦେଇ ଶତାଧିକ ଗ୍ରାମବାସୀ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏନେଇ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଏହି ଦାବି ନମାନିଲେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନର ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.