ETV Bharat / state

ବ୍ରାହ୍ମଣୀ ନଦୀରେ ବୁଡି ପ୍ରାଣ ହରାଇଲେ 2 ସମ୍ପର୍କୀୟ ଭାଇ

author img

By

Published : Mar 8, 2023, 10:36 PM IST

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା କେଶପୁର ପଞ୍ଚାୟତ ଦେବଳା ଗ୍ରାମରେ ନଦୀରେ ବୁଡି ପ୍ରାଣ ହରାଇଲେ ଦୁଇ ଭାଇ। ଅଧିକ ପଢନ୍ତୁ

youth dies after drowned in river
youth dies after drowned in river

youth dies after drowned in river

କେନ୍ଦ୍ରାପଡା: ଆଜି ସାରା ଦେଶ ରଙ୍ଗର ପର୍ଵ ହୋଲି ପାଇଁ ଆନନ୍ଦ ଉଲ୍ଲାସରେ ମସଗୁଲ ଥିଲା। ରଙ୍ଗର ଖେଳ ପାଇଁ ଗାଁ ଠାରୁ ସହର ହୋଇଥିଲା ଚଳଚଞ୍ଚଳ। ସମସ୍ତେ ହୋଲିରେ ମସଗୁଲ ଥିବା ବେଳେ ହୋଲିରେ ଆଜି ଅପରାହ୍ନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା କେଶପୁର ପଞ୍ଚାୟତ ଦେବଳା ଗ୍ରାମରେ ହୋଲି ଖେଳି ସାରି ବ୍ରାହ୍ମଣୀ ନଦୀରେ ଗାଧଉଥିବା ବେଳେ ଅସାବଧାନତା ବଶତଃ ହଠାତ ବୁଡି ଯାଇଥିଲେ ଦୁଇ ଯୁବକ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତକ ଦୁଇ ଜଣ ହେଲେ ପଟ୍ଟାମୁଣ୍ଡାଇ ଥାନା ଦେବଳା ଗ୍ରାମର 43 ବର୍ଷୀୟ ସୁଜିତ ଦାସ ଓ 24 ବର୍ଷୀୟ ଚିନ୍ମୟ ଦାସ ବୋଲି ଜଣା ପଡିଛି।

ତେବେ ସୁଜିତ ଟେଣ୍ଟ ହାଉସ କାମ କରୁଥିବା ବେଳେ ଚିନ୍ମୟ ଏୟାରଟେଲ ପେମେଣ୍ଟ ବ୍ୟାଙ୍କରେ କାମ କରୁଥିଲେ। ଆଜି ହୋଲି ପାଇଁ ଗାଁ ଯୁବକଙ୍କ ସହ ମିଶି ଉଭୟ ରଙ୍ଗ ଖେଳିଥିବା ବେଳେ ଅପରାହ୍ନରେ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ପ୍ରଥମେ ସୁଜିତ ଅକାତ ପାଣିରେ ବୁଡି ଯାଉଥିବା ଦେଖି ଚିନ୍ମୟ ତାଙ୍କୁ ଉଦ୍ଧାର କରିବା ପାଇଁ ପାଣି ଭିତରକୁ ଯାଇଥିଲେ। ତେବେ ଉକ୍ତ ସ୍ଥାନଟି ଗଣ୍ଡ ହୋଇଥିବାରୁ 2ଜଣ ଯାକ ବୁଡି ଯାଇ ପାଣି ପିଇ ମୁର୍ମୁଷ ହୋଇଥିଲେ। ଉପସ୍ଥିତ ଲୋକମାନେ ଉଦ୍ଧାର ପାଇଁ ଡାକ ପକାଇଥିଲେ ମଧ୍ୟ କେହି ପାଣି ଭିତରକୁ ପଶିବା ପାଇଁ ସାହସ ଜୁଟାଇ ପାରିନଥିଲେ। ପରେ ଅଗ୍ନିଶମ ବିଭାଗକୁ ଫୋନ କରିଥିବା ବେଳେ ଏହି ବାଟ ଦେଇ ଯାଉଥିବା ତମାଳ ଶାସନ ଗାଁର ସଂଖ୍ୟାଲଘୁ ସମ୍ପ୍ରଦାୟର ୨୨ ବର୍ଷୀୟ ଯୁବକ ଶେଖ କରନ ପାଣି ଭିତରକୁ ଲମ୍ଫ ମାରି ଉଭୟଙ୍କୁ ଉଦ୍ଧାର କରିଥିଲେ।

ତେବେ ଉଭୟ ସୁଜିତ ଏବଂ ଚିନ୍ମୟଙ୍କୁ ତତ୍କାଳ ମେଡିକାଲ ପହଞ୍ଚାଇବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିବା ବିଳମ୍ବ ହୋଇଥିଲା। ତେଣୁ ସେହି ବାଟ ଦେଇ କୌଣସି କାମରେ ଯାଉଥିବା କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ ନିଜ ଗାଡ଼ିରେ ଉଭୟ ଯୁବକଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ ଉଭୟ ଶେଖ କରନ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀଙ୍କ ଅସମୟରେ ସହଯୋଗ ପାଇଁ ଅଞ୍ଚଳବାସୀ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.