ETV Bharat / state

ମହାମାରୀରେ ଶେଷ ହେଲା ରଜ, ଆରବର୍ଷକୁ ଅପେକ୍ଷା

author img

By

Published : Jun 16, 2020, 10:50 PM IST

କୋଭିଡ-19 କଟକଣା ମଧ୍ୟରେ ସରିଲା ଓଡିଶାର ଗଣ ପର୍ବ ରଜ । ସଟଡାଉନ ତା'ପରେ ମୌସୁମୀ ବର୍ଷା ଭିତରେ କେନ୍ଦ୍ରାପଡ଼ା ଡେରାବିଶ୍ ବ୍ଲକ ଫକିରାବାଦ ଅଞ୍ଚଳର ଜନସାଧାରଣ ଶେଷ ରଜ

ମହାମାରୀରେ ଶେଷ ହେଲା ରଜ, ଅପେକ୍ଷା ଆର ବର୍ଷକୁ
ମହାମାରୀରେ ଶେଷ ହେଲା ରଜ, ଅପେକ୍ଷା ଆର ବର୍ଷକୁ

କେନ୍ଦ୍ରାପଡା: କୃଷିଭିତ୍ତିକ ପର୍ବ ରଜ ପର୍ବର ଆଜି ଥିଲା ଶେଷ ଦିନ । ଗତ ରବିବାର ସଟଡାଉନ ଥିବା ବେଳେ ଗତକାଲି ରଜ ସଂକ୍ରାନ୍ତିରେ ବର୍ଷା ରଜ ପାଳନକୁ ଫିକା ପକାଇଥିଲା । ତେବେ ଆଜି ଅପରାହ୍ନରେ ପାଗ ଟିକିଏ ଶୁଖିଲା ରହିବାରୁ ଏହାର ଭରପୁର ଫାଇଦା ଉଠାଇଥିଲେ କେନ୍ଦ୍ରାପଡ଼ା ଡେରାବିଶ୍ ବ୍ଲକ ଫକିରାବାଦ ଅଞ୍ଚଳର ଜନସାଧାରଣ ।

ମହାମାରୀରେ ଶେଷ ହେଲା ରଜ, ଅପେକ୍ଷା ଆର ବର୍ଷକୁ

ଏହି ପଡ଼ିଆରେ ଗତ 10ବର୍ଷ ଧରି ଦୋଳି ଖେଳ ସାଙ୍ଗକୁ ପୁଚି, କବାଡି, କିତିକିତି ଖେଳ ହୋଇ ଆସୁଥିବାବେଳେ ଚଳିତବର୍ଷ କୋଭିଡ-19 ପାଇଁ ସାମାଜିକ ଦୂରତ୍ବ, ମାସ୍କ ପରିଧାନ ସାଙ୍ଗକୁ ସାନିଟାଇଜ ଉପରେ ଗୁରୁତ୍ବ ଦିଆଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଯୁବକ ସଂଘ ଦୋଳି ସଂଖ୍ୟା କମାଇ ସମସ୍ତ ସରକାରୀ ନିର୍ଦ୍ଦେଶାନାମା ପାଳନ କରୁଛନ୍ତି । ତେବେ ଆସନ୍ତବର୍ଷ କୋଭିଡ ମହାମାରୀ ସମ୍ପୂର୍ଣ୍ଣ ଦୂରେଇ ଯାଇଥାଉ ବୋଲି ଈଶ୍ୱରଙ୍କୁ ପ୍ରାର୍ଥନା କରି ନିଜକୁ ପ୍ରସ୍ତୁତ କରିଛନ୍ତି ଜୁନାଟି,ଯୁବକ ସଂଘ ଓ ଅନ୍ୟମାନେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.