ପ୍ରଥମାଷ୍ଟମୀରେ ପୋଢୁଆଁ ହେଲେ ବଳଦେବଜୀଉ, ଖାଇଲେ ଏଣ୍ଡୁରୀ ପିଠା

author img

By

Published : Nov 27, 2021, 3:50 PM IST

ପ୍ରଥମାଷ୍ଟମୀରେ ପୋଢୁଆଁ ହେଲେ ବଳଦେବଜୀଉ

ଆଜି ପ୍ରଥମାଷ୍ଟମୀ । ପୋଢୁଆଁ ହେଲେ ବଳଦେବଜୀଉ । ଅଧିକ ପଢନ୍ତୁ

କେନ୍ଦ୍ରାପଡା : ଆଜି ପ୍ରଥମାଷ୍ଟମୀ । ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ, ସମୃଦ୍ଧି ଓ ଦୀର୍ଘଜୀବନ କାମନା କରି ମାଆମାନେ ଷଠୀଦେବୀଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ଘରର ଜ୍ୟେଷ୍ଠ ସନ୍ତାନଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ବନ୍ଦାପନା କରାଯାଉଛି ।

ପ୍ରଥମାଷ୍ଟମୀରେ ପୋଢୁଆଁ ହେଲେ ବଳଦେବଜୀଉ

ପୋଢୁଆଁ ଅଷ୍ଟମୀରେ ଘରେ ଘରେ ଏଣ୍ଡୁରୀ ପିଠା, କ୍ଷୀରି ଆଦି ପ୍ରସ୍ତୁତ କରାଯାଇଥାଏ । ଏହି ପିଠା ପାଇଁ ହଳଦୀ ପତ୍ରର ବ୍ୟବହାର କରାଯାଇ ପିଠା ପ୍ରସ୍ତୁତ ହୋଇଥାଏ । କେନ୍ଦ୍ରାପଡାର ଆରାଧ୍ୟ ଦେବତା ବଳଦେବଜୀଉ ମନ୍ଦିରରେ ଆଜି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ମହାପ୍ରଭୁଙ୍କୁ ନୂତନ ବସ୍ତ୍ର ସହ ଏଣ୍ଡୁରୀ ପିଠା ଭୋଗ କରାଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.