BDOଙ୍କ ଗାଡିକୁ ଅଟକାଇ ନାକେଦମ କଲେ ଲୋକେ

author img

By

Published : Nov 25, 2021, 11:23 AM IST

Demanding  for return of school , BDOଙ୍କ ଗାଡିକୁ  ଅଟକାଇ ନାକେଦମ କଲେ ଉତ୍ୟକ୍ତ ଲୋକେ

ସ୍କୁଲ ଫେରାଇ ଦେବା ଦାବି (Demanding for return of school) ନେଇ ବିଡ଼ିଓଙ୍କୁ ନାକେଦମ କଲେ ଉତ୍ୟକ୍ତ ଲୋକେ । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ସ୍କୁଲ ଫେରାଇ ଦେବା ଦାବି ନେଇ ବିଡ଼ିଓଙ୍କୁ ନାକେଦମ କଲେ ଉତ୍ୟକ୍ତ ଲୋକେ । ବିଡିଓଙ୍କ ଗାଡିକୁ ଅଟକାଇ ନାରାବାଜି ଦେବା ସହ ଦୀର୍ଘ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଗାଡିରୁ ଓହ୍ଲାଇବାକୁ ଦେଲେ ନାହିଁ ଉତ୍ୟକ୍ତ ଲୋକେ । ଏଭଳି ଘଟଣା ଘଟିଛି ଜିଲ୍ଲାର ଗରଦପୁର ବ୍ଲକ ବ୍ରହ୍ମପୁର ରାଜରାସ୍ତାରେ l

BDOଙ୍କ ଗାଡିକୁ ଅଟକାଇ ନାକେଦମ କଲେ ଲୋକେ

ସୂଚନା ମୁତାବକ, ବ୍ରହ୍ମପୁର ପ୍ରାଥମିକ ବିଦ୍ୟାଳୟଟି ଗରଦପୁର ବିଦ୍ୟାଳୟ ସହ ମିଶ୍ରଣ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଆସିବା ପରେ ଲୋକେ ଏହାକୁ ବିରୋଧ କରିଥିଲେ । ତେବେ ସ୍କୁଲକୁ ମିଶ୍ରଣ ନକରିବା ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ । ହେଲେ କେହି ଶୁଣି ନଶୁଣିବାରୁ ଗତକାଲି ସ୍ଥାନୀୟ ଲୋକେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବାକୁ ରାଜରାସ୍ତାରେ ନାରାବାଜି ଦେଉଥିଲେ l

ଏହି ସମୟରେ ଗରଦପୁର ବ୍ଲକ ବିଡ଼ିଓ ରଞ୍ଜିତ ମଲ୍ଲିକ ଖବର ପାଇ ବ୍ଲକରୁ ଅନ୍ୟତ୍ର କାମ ଆଳ କରି ଯିବା ସମୟରେ ବ୍ଲକରୁ ମାତ୍ର ୫ ଶହ ମିଟର ରାସ୍ତାରେ ଅଞ୍ଚଳବାସୀ ବିଡ଼ିଓଙ୍କ ଗାଡିକୁ ଦେଖି ଅଟକାଇଥିଲେ l ଆଉ ତାଙ୍କ ଗାଡି ସମ୍ମୁଖରେ ଶତାଧିକ ମହିଳା ଓ ପୁରୁଷ ସ୍କୁଲ ଫେରାଇ ଦେବାକୁ ନାରାବାଜି ଦେଇଥିଲେ । ହେଲେ ସ୍କୁଲ ଫେରାଇବା ନେଇ ବିଡ଼ିଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଭେଟିବାକୁ କହିଥିଲେ ମଧ୍ୟ ଉତ୍ୟକ୍ତ ଲୋକେ କୌଣସି କଥା ଶୁଣି ନଥିଲେ।

ଶେଷରେ ବିଡ଼ିଓଙ୍କ ଘଣ୍ଟା ଘଣ୍ଟା ରାଜରାସ୍ତାରେ ଗାଡି ଭିତରେ ବସି ରହିଥିଲେ l ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଲା । ତେବେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ସ୍କୁଲ ଫେରାଇ ଦେବାର ପ୍ରତିଶୃତି ନଦେଲେ ରାସ୍ତା ଅବରୋଧ ହଟାଇବେ ନାହିଁ ବୋଲି ରୋକଠୋକ ମନା କରିଥିଲେ ଉତ୍ୟକ୍ତ ଲେକେ l ଦିର୍ଘ ୨ଘଣ୍ଟାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ବିଡ଼ିଓଙ୍କୁ ସ୍ଥାନୀୟ ଲୋକେ ଛାଡି ନଥିଲେ । BDO ସ୍କୁଲ ଫେରାଇ ଦେବାକୁ ପ୍ରତିଶ୍ରୁତି ଦେବାରୁ ଲୋକେ ତାଙ୍କୁ ଛାଡିଥିବା ସୂଚନା ମିଳିଛି ।

ତେବେ ଏବେ ସ୍କୁଲ ଖୋଲିବା ସମୟ ଆସୁଥିବାରୁ ବ୍ରହ୍ମପୁର ପ୍ରାଥମିକ ବିଦ୍ୟାଳୟଟି ଗରଦପୁର ବିଦ୍ୟାଳୟ ସହ ମିଶ୍ରଣ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଆସିଛି । ଯଦି ଏମିତି ହୁଏ ତେବେ ସେମାନଙ୍କ ପିଲା କେମେତି ପାଠ ପଢିବେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଞ୍ଚଳବାସୀ କହିଛନ୍ତି । ସବୁଠାରୁ ବଡ଼ କଥା ହେଲା ବ୍ରହ୍ମପୁର ସ୍କୁଲଟି ମିଶ୍ରଣ ହୋଇଯିବାରୁ ଏବେ ସେଠାରେ ମଦୁଆଙ୍କ ଆଡାସ୍ଥଳୀ ପାଲଟିଛି । ଫଳରେ ମଦୁଆଙ୍କ ଆତଙ୍କରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ରହିଥିବା କହିଛନ୍ତି । ତୁରନ୍ତ ବିଦ୍ୟାଳୟକୁ ନଫେରାଇଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର କରାଯାଇ ଅଖଚକ ବନ୍ଦ କରିବାକୁ ଅଞ୍ଚଳବାସୀ ଧମକ ଦେଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.