ETV Bharat / state

ଆଜି ବିଧାନସଭା ଘେରିବ ଖରସ୍ରୋତା ସଂଗ୍ରାମ ସମିତି

author img

By

Published : Sep 7, 2021, 10:10 AM IST

ଆଜି ବିଧାନସଭା ଘେରିବ ଖରସ୍ରୋତା ସଂଗ୍ରାମ ସମିତି। ନିର୍ମାଣ କାମକୁ ବିରୋଧ କରି ଚାଲିଥିବା ଆନ୍ଦୋଳନକୁ ଭ୍ରୁକ୍ଷେପ ନକରି ପ୍ରଶାସନ କାମ ଜାରି ରଖିଥିବାରୁ ଆଜି ସମିତି ବିଧାନସଭା ଘେରାଉ କରିବ । ଅଧିକ ପଢନ୍ତୁ...

ଖରସ୍ରୋତା ବିବାଦ
ଖରସ୍ରୋତା ବିବାଦ

କେନ୍ଦ୍ରାପଡା: ଆଜି ବିଧାନସଭା ଘେରିବ ଖରସ୍ରୋତା ସଂଗ୍ରାମ ସମିତି। କେନ୍ଦ୍ରାପଡା ରାଜକନିକା ବରୁଣାଡିହା ଖରସ୍ରୋତା ନଦୀରେ ନିର୍ମାଣ କରାଯାଉଥିବା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଗତମାସ ୯ ତାରିଖରୁ ଆନ୍ଦୋଳନ ଆରମ୍ଭ କରିଥିଲା ସଂଗ୍ରାମ ସମିତି। ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ଏହା ଜିଲ୍ଲା ବାହାରକୁ ତଥା ରାଜଧାନୀକୁ ବ୍ୟାପିବ ।

ଖରସ୍ରୋତା ବିବାଦ; ଆଜି ବିଧାନସଭା ଘେରିବ ସଂଗ୍ରାମ ସମିତି

ନିର୍ମାଣ କାମକୁ ବିରୋଧ କରି ଗତ ୧୨ ତାରିଖରେ ଆନ୍ଦୋଳନକାରୀ ନିର୍ମାଣା ସ୍ଥଳୀରେ କମ୍ପାନୀର ବିଭିନ୍ନ ଯନ୍ତ୍ରାଂଶ ଓ ଆସବାପତ୍ର ଭଙ୍ଗାରୁଜା କରିଥିଲେ । ଏହାକୁ ନେଇ ପୋଲିସ ୨୪ ଜଣଙ୍କୁ ଗିରଫ କରିବା ପରେ ଅଚ୍ୟୁତପୁର ଠାରେ ସଂଗ୍ରାମ ସମିତି ପକ୍ଷରୁ ଆରମ୍ଭ ହୋଇଥିଲା ଗଣଧାରଣା। ରାଜନୈତିକ ବ୍ୟକ୍ତିବିଶେଷଙ୍କ ସମେତ ଜଳମାନବ ଡଃ ରାଜେନ୍ଦ୍ର ସିଂହ, ସମାଜସେବୀ ଆଦି ବହୁ ଲୋକଙ୍କ ସମର୍ଥନ ମିଳିବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କାମ ବନ୍ଦ ହୋଇନାହିଁ । ବଂର ବେଆଇନ ଭାବେ ଗିରଫ କରାଯାଇଥିବା ବ୍ୟକ୍ତିଙ୍କୁ ଛଡାନଯିବା ପ୍ରତିବାଦରେ ଗତ ସପ୍ତାହରେ ରିଲେ ଅନଶନକୁ ଓହ୍ଲାଇଥିଲା ସଂଗ୍ରାମ ସମିତି।

ଜିଲ୍ଲା ପ୍ରଶାସନ ଉପରେ ଏହାର କୌଣସି ପ୍ରଭାବ ନପଡିବା ଯୋଗୁଁ ଆଜି ସଂଗ୍ରାମ ସମିତି ପକ୍ଷରୁ ରାଜ୍ୟ ବିଧାନସଭା ଘେରାଉ କରିବା ପାଇଁ ସମିତି ଘୋଷଣା କରିଛି । ଏଥିପାଇଁ ଆଜି (ମଙ୍ଗଳବାର) ସକାଳୁ ସଂଗ୍ରାମ ସମିତିର କାର୍ଯ୍ୟକର୍ତ୍ତାଙ୍କ ସମେତ ଅଞ୍ଚଳର ବହୁ ଅଧିବାସୀ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.