ETV Bharat / state

ଖୋଲିଲା ସ୍କୁଲ, ଗ୍ରୀଷ୍ମ ପ୍ରବାହକୁ ନେଇ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

author img

By

Published : Apr 17, 2023, 2:00 PM IST

ଗ୍ରୀଷ୍ମର ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡାରେ ସ୍କୁଲ ପିଲାଙ୍କ ସମୟ ନିର୍ଘଣ୍ଟ କଲେ ଜିଲ୍ଲାପାଳ। ଅଧିକ ପଢନ୍ତୁ

Kendrapara district administration
Kendrapara district administration

Kendrapara district administration

କେନ୍ଦ୍ରାପଡା: ଏକ ସପ୍ତାହ ଛୁଟି ପରେ ଆଜିଠାରୁ ରାଜ୍ୟରେ ଖୋଲିଲା ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର । ଆଜି ସକାଳ ସାଢ଼େ 6ଟାରୁ ସ୍କୁଲ ଯାଇ 11ଟା ସମୟରେ ଘରକୁ ଫେରିଛନ୍ତି ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ସେହିପରି ଅଙ୍ଗନବାଡ଼ିରେ ସକାଳ 7ରୁ ଦିନ 10ଟା ପର୍ଯ୍ୟନ୍ତ ପାଠପଢା ସରିବା ପରେ ପିଲାଏ ଘରକୁ ଫେରିଛନ୍ତି। ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ବଢୁଥିବାରୁ ରାଜ୍ୟ ସରକାରୀ ଏହି ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ତାପମାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ ସେମାନଙ୍କ ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ ବୋଲି କୁହାଯାଇଛି । ଆବଶ୍ୟକ ପଡ଼ିଲେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ଛୁଟି ଘୋଷଣା ମଧ୍ୟ କରିପାରିବେ ଜିଲ୍ଲାପାଳ ।

ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳ କହିଛନ୍ତି ଯେ, ''ଜିଲ୍ଲାରେ ଏବେ ଟାଣ ଖରା ସହ ଅସହ୍ୟ ଗୁଳୁଗୁଳି ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସାଢ଼େ 6 ରୁ11 ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବ । ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳ ମହଜୁଦ ରଖାଯିବା ସହ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପ୍ରଚୁର ପରିମାଣରେ ଓଆରଏସ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟରେ କୌଣସି ଛାତ୍ର କିମ୍ବା ଛାତ୍ରୀ ସାମାନ୍ୟ ତମ ଅସୁସ୍ଥ ଅନୁଭବ କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ପାଇଁ ଆଡଭାଇଜରି ଜାରି କରାଯାଇଛି । ''

''ସେହିପରି ଟାଣ ଖରାରେ ଶ୍ରମିକ ମାନେ କାମ ନକରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଦିନ 11 ସୁଦ୍ଧା ଠିକାଦାର ଓ ବ୍ୟକ୍ତିଗତ କାମରେ ନିୟୋଜନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ନିୟମ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି । ସାମାଜିକ ସଂଗଠନ ଗୁଡିକ ପକ୍ଷରୁ ବିଭିନ୍ନ ପଞ୍ଚାୟତ ଓ ଦୁଇଟି ପୌରାଞ୍ଚଳରେ ଜଳଛତ୍ର ଖୋଲାଯାଇଥିବା ଦେଖିବାକୁ ମିଳୁଛି । ଆବଶ୍ୟକତା ଦୃଷ୍ଟିରୁ ଏହି ଜଳଛତ୍ର ଖୋଲାଯିବା ପାଇଁ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ । ''

ଅଚଳ ନଳକୂପ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇ ଲୋକମାନଙ୍କ ପାନୀୟ ଜଳ ପାଇବାର କଷ୍ଟକୁ ଦୂର କରାଯିବ । ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପଦକ୍ଷେପ ନିଆଯାଉଛି । ଅଂଶୁଘାତର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଛନ୍ତି । ପ୍ରତ୍ୟେକ ସୋମବାର ଜିଲ୍ଲାପାଳଙ୍କର ମିଳିତ ଜନଶୁଣାଣି ଓ ବିଭିନ୍ନ ବ୍ଲକର ବିଡ଼ିଓଙ୍କ ଦ୍ୱାରା କରାଯାଉଥିବା ପ୍ରଶାସନିକ କାର୍ଯ୍ୟକ୍ରମକୁ ସକାଳ ସାଢେ 8ରୁ ଆରମ୍ଭ କରାଯାଇ ଦିନ 11ରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.