ETV Bharat / state

ଗଜଲକ୍ଷ୍ମୀ ପୂଜାରେ ଅଶ୍ଳୀଳ ନୃତ୍ୟ ମନା, ସିଙ୍ଗଲ ୱଣ୍ଡୋ ସିଷ୍ଟମରେ ମିଳିବ ଅନୁମତି

author img

By ETV Bharat Odisha Team

Published : Oct 13, 2023, 10:11 PM IST

ଆସିଲା ପାର୍ବଣର ଋତୁ । ପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏନେଇ ଚଳଞ୍ଚଳ ହୋଇ ଉଠିଲାଣି । ତେବେ ଗଜଲକ୍ଷ୍ମୀ ପୂଜା ପାଇଁ ସାରା କେନ୍ଦ୍ରାପଡ଼ା ସହର ଉତ୍ସବମୁଖର । ସେପଟେ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାରେ ପୂଜାକୁ ସାରିବା ପାଇଁ ଜିଲ୍ଲା ପ୍ରଶାସନ ସମେତ ପୋଲିସ ପ୍ରଶାସନ ଓ ପୂଜା କମିଟି ଗୁଡିକ ମଧ୍ୟରେ ଆରମ୍ଭ ହୋଇଛି ପୂଜା ପ୍ରସ୍ତୁତି ବୈଠକ । ଅଧିକ ପଢ଼ନ୍ତୁ

ଗଜଲକ୍ଷ୍ମୀ ପୂଜାରେ ଅଶ୍ଳୀଳ ନୃତ୍ୟ ନା
ଗଜଲକ୍ଷ୍ମୀ ପୂଜାରେ ଅଶ୍ଳୀଳ ନୃତ୍ୟ ନା

ଗଜଲକ୍ଷ୍ମୀ ପୂଜାରେ ଅଶ୍ଳୀଳ ନୃତ୍ୟ ନା

କେନ୍ଦ୍ରାପଡ଼ା: ଆଗକୁ ଆସୁଛି ପାର୍ବଣର ଋତୁ । ପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟାନ୍ତ ଏନେଇ ଚଳଞ୍ଚଳ ହୋଇଉଠିଲାଣି । ତେବେ ଗଜଲକ୍ଷ୍ମୀ ପୂଜା ପାଇଁ ସାରା କେନ୍ଦ୍ରାପଡ଼ା ସହର ଉତ୍ସବମୁଖର । ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାକୁ ସରସ ସୁନ୍ଦର କରିବା ପାଇଁ ଏବେ ଠାରୁ ଆରମ୍ଭ ହେଲାଣି ସାଜ୍ଜସଜା । ସେପଟେ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାରେ ପୂଜାକୁ ସାରିବା ପାଇଁ ଜିଲ୍ଲା ପ୍ରଶାସନ ସମେତ ପୋଲିସ ପ୍ରଶାସନ ଓ ପୂଜା କମିଟି ଗୁଡିକ ମଧ୍ୟରେ ଆରମ୍ଭ ହୋଇଛି ପୂଜା ପ୍ରସ୍ତୁତି ବୈଠକ ।

ତେବେ ବୈଠକରେ କରାଯାଇଥିବା ଆଲୋଚନା ଅନୁଯାୟୀ, ଚଳିତଥର କେନ୍ଦ୍ରାପଡ଼ା ସହରର ୬୮ଟି ଭିନ୍ନ ଭିନ୍ନ ପୂଜା ମଣ୍ଡପରେ ମା' ଧନଦାତ୍ରୀଙ୍କ ପୂଜା ପାଳନ ହେବା । ସେହିପରି ମେଳଣ ଓ ଭସାଣି କାର୍ଯ୍ୟକ୍ରମରେ ମୋଟ ୪୮ଟି ମେଢ଼ ଭାଗ ନେବେ । ଚଳିତ ବର୍ଷ ପୂର୍ଣ୍ଣିମା ତିଥି ଅର୍ଥାତ ୨୮ ଅକ୍ଟୋବରରେ ଚନ୍ଦ୍ର ଗ୍ରହଣ ପଡ଼ୁଥିବା କାରଣରୁ ପରମ୍ପରା ଅନୁଯାୟୀ କୁମାର ପୂର୍ଣ୍ଣିମା ମଧ୍ୟରାତ୍ରରୁ ମା' ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହେବ । ୩ ତାରିଖ ପର୍ଯ୍ୟନ୍ତ ପୂଜା କାର୍ଯ୍ୟ ଚାଲିବାକୁ ଥିବା ବେଳେ ନଭେମ୍ବର ୪ ଓ ୫ ତାରିଖରେ ମେଳଣ ଓ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ଏବର୍ଷ ପୂଜାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଅନୁମତି ରହିଥିବା ବେଳେ କାର୍ଯ୍ୟକ୍ରମ ନାଁରେ ଅଶ୍ଳୀଳ ନୃତ୍ୟ ଓ ଗୀତକୁ ବଜାଇବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ ।

ଏହା ମଧ୍ୟ ପଢ଼ନ୍ତୁ... କେନ୍ଦ୍ରାପଡ଼ାରେ ଧୂମଧାମରେ ଶେଷ ହେଲା ଧନଦାତ୍ରୀଙ୍କ ପୂଜା

ସେହିପରି ଉଚ୍ଚ ଶବ୍ଦ ଯୁକ୍ତ ଡିଜେ ଭାଇବ୍ରେଟର ଏବଂ ପବ ବକ୍ସକୁ ମଧ୍ୟ ପୂଜାରେ ବଜାଇବାର ଅନୁମତି ମିଳିବ ନାହିଁ । ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପୂଜା ଓ ମାଇକ ବଜାଇବା ପାଇଁ ଅନୁମତି ନେବାକୁ ପୂଜା କମିଟି ଗୁଡିକୁ ଆଉ ଦୁଇ ତିନୋଟି କାର୍ଯ୍ୟାଳୟ ବୁଲିବାକୁ ପଡିବ ନାହିଁ । ସିଙ୍ଗଲ ୱଣ୍ଡୋ ସିଷ୍ଟମ ଦ୍ୱାରା ଗୋଟିଏ ସ୍ଥାନରେ ହିଁ ପୋଲିସ, ବିଦ୍ୟୁତ ବିଭାଗ ଓ ତହସିଲ କାର୍ଯ୍ୟ ସମାପନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାସହ ଚଳିତଥର ପୂଜା ଏବଂ ଭସାଣିରେ ବାଣ ସମ୍ପୂର୍ଣ୍ଣ ବନ୍ଦ ରହିବ ଓ ପୋଲିସ ପ୍ରଶାସନ ପକ୍ଷରୁ ଅସାମାଜିକ ଲୋକମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ । ସେହିପରି ସହରରେ ଟ୍ରାଫିକ ସମସ୍ୟା ଏହି ସମୟରେ ବଢିବାକୁ ଥିବା ବେଳେ ଏଗୁଡିକ ଉପରେ ଯଥେଷ୍ଟ ଧ୍ୟାନ ଦିଆଯିବ ସହ ଚୋରାମଦ ଉପରେ ଚଢ଼ାଉକୁ ତୀବ୍ର କରାଯିବ ବୋଲି କହିଛନ୍ତି ଏସପି ସନ୍ଦୀପ ସମ୍ପଦ ମଦକର।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.