ଖରସ୍ରୋତା ପ୍ରକଳ୍ପ ନେଇ ପୁଣି ବିକ୍ଷୋଭ, ବୁନ୍ଦାଏ ପାଣି ଦିଆଯିବ ନାହିଁ କହିଲେ ଆନ୍ଦୋଳନକାରୀ

author img

By

Published : Nov 16, 2021, 8:49 PM IST

ଖରସ୍ରୋତା ପ୍ରକଳ୍ପକୁ ନେଇ ପୁଣି ବିକ୍ଷୋଭ, ବୁନ୍ଦାଏ ପାଣି ଦେବେନି କହିଲେ ଆନ୍ଦୋଳନକାରୀ

ଖରସ୍ରୋତା ନଦୀ ମେଗା ପାନୀୟ ଜଳ ପ୍ରକଳ୍ପ ବିରୋଧରେ ଆଜି ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଆନ୍ଦୋଳନକାରୀ । ଖରସ୍ରୋତାରୁ ବୁନ୍ଦାଏ ପାଣି ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀମାନେ ରୋକ୍‌ଠୋକ୍‌ କହିଛନ୍ତି । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ା: "ମା ମାଟି ପାଇଁ ଆମ ଲଢେଇ, ଖରସ୍ରୋତାରୁ ବୁନ୍ଦାଏ ପାଣି ଛାଡ଼ିବୁ ନାହିଁ" ଧ୍ୱନିରେ ଆଜି(ମଙ୍ଗଳବାର) କମ୍ପିଥିଲା କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଦୀର୍ଘ ୨ବର୍ଷ ହେବ ଖରସ୍ରୋତା ନଦୀରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଭଦ୍ରକ ଜିଲ୍ଲାକୁ ପିଇବା ପାଣି ଯୋଗାଇ ଦେବାକୁ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଆରମ୍ଭ କରିଛନ୍ତି । ଏହାକୁ ବିରୋଧ କରି ଆସୁଛନ୍ତି ସ୍ଥାନୀୟ ଆଳି ଓ ରାଜକନିକା ବ୍ଲକର ହଜାର ହଜାର ଲୋକ । ଗତ ଅଗଷ୍ଟ ମାସରେ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରି ଏହି ପାନୀୟଜଳ ପ୍ରକଳ୍ପ କାମ ଟେଣ୍ଡର ନେଇଥିବା ମେଘା କମ୍ପାନୀର ଆସବାବପତ୍ର ଭାଙ୍ଗିରୁଜି ଦେଇଥିଲେ ।

ଖରସ୍ରୋତା ପ୍ରକଳ୍ପକୁ ନେଇ ପୁଣି ବିକ୍ଷୋଭ, ବୁନ୍ଦାଏ ପାଣି ଦେବେନି କହିଲେ ଆନ୍ଦୋଳନକାରୀ

ଏହି ଘଟଣାରେ ୧୦ରୁ ଅଧିକ ଲୋକ ଜେଲ୍‌ ଯାଇଥିବା ବେଳେ ୮ଶହରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ପୋଲିସ ପ୍ରଶାସନ ପକ୍ଷରୁ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ବେଳେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଗୋଟିଏ ମାମଲା କରାଯାଇଥିଲା । ଏହାକୁ ଆଇନ ବିରୋଧୀ ବୋଲି କହିଛନ୍ତି ବିଜେପି ନେତାଏ । ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟକୁ ଆଧାର କରି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି କୋର୍ଟର ଦ୍ୱାରସ୍ଥ ହୋଇଛି ।

ଏହାକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ମିଳିତ ବିରୋଧି ଦଳ ନେତା । ପ୍ରଶାସନ ଆନ୍ଦୋଳନକାରୀଙ୍କ ଧୈର୍ଯ୍ୟର ପରୀକ୍ଷା ନନେଉ ବୋଲି କହିଛନ୍ତି ଉପସ୍ଥିତ ନେତା ଓ ଲୋକ । ଖରସ୍ରୋତାରୁ ବୁନ୍ଦାଏ ପାଣି ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀମାନେ ରୋକ୍‌ଠୋକ୍‌ କହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.