ETV Bharat / state

୭ ମାସର ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ

author img

By

Published : Nov 25, 2022, 12:14 PM IST

ରାଜକନିକା ଥାନା ଅଧିନ ଦେଓଗାଁରେ ୭ ମାସର ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ
ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡା: ଯୌତୁକ ଜୁଇରେ ୭ମାସର ଗର୍ଭବତୀ ! ଯୌତୁକ ପାଇଁ ଗର୍ଭବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ରାଜକନିକା ଥାନା ଅଧିନ ଦେଓଗାଁରୁ ଆସିଛି ଏଭଳି ଅଭିଯୋଗ । ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ସିଙ୍ଗିରୀ ଗାଁର ଅଜୟ ନାଥଙ୍କ ସାନଝିଅ ଅନୁପ୍ରିୟା ନାଥ ଗତ ୨୦୨୦ ମସିହାରେ ରାଜକନିକା ଥାନା ଅଧିନ ଦେଓଗାଁର କୃଷ୍ଣ ପାଗଳଙ୍କ ପୁଅ ବିକାଶ ପାଗଳଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ବିକାଶଙ୍କ ପରିବାର ପକ୍ଷରୁ ଦାବି କରାଯାଇଥିବା ଦେଢ଼ ଲକ୍ଷ ଟଙ୍କା ସାଙ୍ଗକୁ ସୁନାଗହଣା ଓ ଆସବାବପତ୍ର ଦିଆଯାଇଥିଲା ।

ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ

ବିବାହର କିଛି ମାସ ପରେ ଅଧିକ ଏକଲକ୍ଷ ଟଙ୍କା ଓ ବାଇକ ଦାବି କରି ଶାଶୂଘର ଲୋକେ ଅନୁଙ୍କୁ ଉଭୟ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ଏହି ସମୟରେ ଅନୁ ଗର୍ଭବତୀ ହେବା ପରେ ସ୍ୱାମୀ ବିକାଶ ବାହାର ରାଜ୍ୟକୁ ଚାକିରୀ କରିବାକୁ ଯିବାରୁ ଶାଶୁ ଅନୁଙ୍କୁ ଖାଇବାକୁ ନଦେବା, ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା କାରଣରୁ ଗତ ଅକ୍ଟୋବର ମାସରେ ଅନୁଙ୍କ ପରିବାର ଲୋକେ ତାଙ୍କୁ ସିଙ୍ଗିରୀ ନେଇ ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ: 26/11 Attack: ଦିନ ଯାଇଛି ଚିହ୍ନ ରହିଛି, ଆତଙ୍କୀ ଆକ୍ରମଣକୁ ଭୁଲିବନି ଦେଶ

ତେବେ ଗତ ୨୨ ତାରିଖ ଦିନ ବିକାଶ ବାହାର ରାଜ୍ୟରୁ ଫେରି ଶ୍ବଶୁର ଘର ସିଙ୍ଗିରୀରେ ରହିବା ପରେ ୨୩ ତାରିଖ ଦିନ ଶ୍ବଶୁର ଘର ଲୋକଙ୍କୁ ନିଜ ପତ୍ନୀ ଅନୁଙ୍କୁ ଘରକୁ ନେବା ପାଇଁ କହି ପରେ ସମୟ ଦେଖି ଦାବି ମୁତାବକ ଟଙ୍କା ଓ ବାଇକ ଦେବା ପାଇଁ କହିବାରୁ ଅଜୟଙ୍କ ପରିବାର ଅନୁଙ୍କୁ ଛାଡିଥିଲେ । ତେବେ ଗତକାଲି ଅପରାହ୍ନରେ ବିକାଶଙ୍କ ପଡୋଶୀ ଅନୁଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ତାଙ୍କ ବାପା ଅଜୟଙ୍କୁ ଅବଗତ କରାଇବା ପରେ ପରିବାର ଲୋକେ ଦେଓଗାଁରେ ପହଞ୍ଚିଥିଲେ ।

ତେବେ ସେଠାରେ ଅନୁ ଓ ପରିବାର ଲୋକେ ନଥିବା ଦେଖି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଅନୁଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଅନୁଙ୍କ ମୃତ୍ୟୁକୁ ନେଇ ଶାଶୂଘର ଲୋକେ ଅନୁ ରଶି ଲଗାଇ ଆତ୍ମହତ୍ୟା କରିଥିବା କହୁଥିଲାବେଳେ ଅନୁଙ୍କ ବାପଘର ପରିବାର ପକ୍ଷରୁ ଅନୁଙ୍କୁ ହତ୍ୟା କରାଯାଇଥିବା ନେଇ ରାଜକନିକା ଥାନାରେ ବିଳମ୍ବିତ ରାତିରେ ଏତଲା ଦିଆଯାଇଛି । ଯୌତୁକ ପାଇଁ ଜଣେ ୭ମାସର ଗର୍ଭବତୀଙ୍କୁ ହତ୍ୟା କରାଯିବା ଅଭିଯୋଗ ପାଇବା ପରେ ରାଜକନିକା ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.