ETV Bharat / state

ବଢୁଛି ବର୍ଷାନୁଭବ ବିବାଦ, ଗୋଳି ପାଣିରୁ ଫାଇଦା ଲକ୍ଷ୍ୟରେ ବିଜେପି

author img

By

Published : Sep 10, 2020, 12:29 PM IST

ଅନୁଭବ-ବର୍ଷାଙ୍କ ପାରିବାରିକ କଳି ଦାଣ୍ଡରେ ପଡି ହାଟରେ ଗଡୁଥିବାବେଳେ ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଛି। ତେବେ ଏହି ପାରିବାରିକ କଳହରୁ ଫାଇଦା ମାରି ବର୍ଷାଙ୍କ ସପକ୍ଷରେ ବାହାରିଛି ବିଜେପି। ବିଜେଡିର ମା'କୁ ସମ୍ମାନ କେବଳ ନାରାରେ ସୀମିତ ବୋଲି କହି ଯଦି ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଥାଏ ତେବେ ନିଜ ପତ୍ନୀଙ୍କୁ ନିର୍ଯାତନା ଦେଇଥିବା କେନ୍ଦ୍ରାପଡା ସାଂସଦଙ୍କୁ ଦଳରୁ ବହିଷ୍କାର କରିବା ସହ ତାଙ୍କୁ ସାଂସଦ ପଦରୁ ମଧ୍ୟ ବିଦାୟ ଦେବାପାଇଁ ଦାବି କରିଛି ବିଜେପି।

ବଢୁଛି ବର୍ଷାନୁଭବ ବିବାଦ, ଗୋଳି ପାଣିରୁ ଫାଇଦା ଲକ୍ଷ୍ୟରେ ବିଜେପି
ବଢୁଛି ବର୍ଷାନୁଭବ ବିବାଦ, ଗୋଳି ପାଣିରୁ ଫାଇଦା ଲକ୍ଷ୍ୟରେ ବିଜେପି

କେନ୍ଦ୍ରାପଡା: ଓଲିଉଡ ତାରକା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସେଲିବ୍ରିଟି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। କୋର୍ଟରେ ଉଭୟ ପିଟିସନ ଦାଖଲ କରିଥିବାବେଳେ ସୋସିଆଲ ମିଡିଆରେ ଉଭୟଙ୍କ ଶୀତଳ ଯୁଦ୍ଧ ପ୍ରଶଂସକ ମାନଙ୍କୁ ନିରାଶ କରିଛି ।

ବଢୁଛି ବର୍ଷାନୁଭବ ବିବାଦ, ଗୋଳି ପାଣିରୁ ଫାଇଦା ଲକ୍ଷ୍ୟରେ ବିଜେପି

କିଛିଦିନ ତଳେ ଅନୁଭବ ସୋସିଆଲ ମିଡିଆ ଫେସବୁକରେ ବର୍ଷାଙ୍କ ଉଦ୍ଦେଶ୍ୟରେ "Hon'ble Someone"ଲେଖିଥିବା ବେଳେ ବର୍ଷା ମଧ୍ୟ ଅନୁଭବଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆ ଟ୍ବିଟରରେ ଦୁଇ ପୃଷ୍ଠାର ଚିଠି ଉଲ୍ଲେଖ କରିଥିଲେ। ହେଲେ ଏହି ଦୁହିଁଙ୍କ ଭିତରେ ଚାଲିଥିବା କଳହ ବିରୋଧୀଦଳକୁ ଭରପୁର ବିରୋଧର ଖୋରାକ ଯୋଗାଉଛି।

ସାରା ରାଜ୍ୟରେ ବିଜେପି ଅନୁଭବଙ୍କ ବିରୋଧରେ ପ୍ରଦର୍ଶନ କରିବାରେ ଲାଗିଯାଇଛି । ଏପରିକି କେନ୍ଦ୍ରାପଡାରେ ଅନୁଭବଙ୍କୁ ଜୋରଦାର ବିରୋଧ ହେବା ସହ ତାଙ୍କର କୁଶପୁତ୍ତଳିକା ଦାହ କରିଛି ବିଜେପି । ହେଲେ ଏସବୁ ଭିତରେ ଅନୁଭବ କେନ୍ଦ୍ରାପଡା ଗସ୍ତରେ ଆସିଛନ୍ତି । ଏହି ଗସ୍ତରେ ସେ ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରିବା ସହ ଜଣେ ବିଜେଡି ନେତାଙ୍କ ମରଶରୀରକୁ କାନ୍ଧ ଦେଇଛନ୍ତି ।

ତେବେ ଗସ୍ତ ସମ୍ପର୍କରେ ଜାଣିବା ପରେ ତାଙ୍କୁ କଡା ବିରୋଧ କରିବାକୁ ଯୋଜନା କରିଥିଲା ବିଜେପି । କଳାପତାକା ପ୍ରଦର୍ଶନ କରିବାକୁ ବିଜେପି କର୍ମୀ ତୟାର ଥିବା ଦେଖିବାକୁ ମିଳିଥିଲା । ହେଲେ ସାଂସଦ ଅନୁଭବ ମହାନ୍ତି ଅନ୍ୟ ବାଟରେ ଯାଇ ପ୍ରଭୁଙ୍କ ଦର୍ଶନ କରିବା ସହ ବିଜେଡି ନେତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଛନ୍ତି ।

ଯାହାକୁ ସାଂସଦ ଲୁଚି ପଳାଇଥିବା ବିଜେପି କହୁଥିବାବେଳେ ସାଂସଦ ବିଜେପିର ବିରୋଧ ସତ୍ତ୍ବେ କେନ୍ଦ୍ରାପଡାରେ ପହଞ୍ଚିଥିବା ବୁଲେଇ ବଙ୍କେଇ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.