ETV Bharat / state

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ଆଜି ଓ ୨୨ରେ ବନ୍ଦ ରହିବ ମଦ ବିକ୍ରି

author img

By ETV Bharat Odisha Team

Published : Jan 17, 2024, 12:40 PM IST

Liquor shops closed in kendrapara
Liquor shops closed in kendrapara

Liquor shops closed in kendrapara: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ କେନ୍ଦ୍ରାପଡାରେ ମଦ ଦୋକାନ ବନ୍ଦ । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ଆଜି ଓ ଆସନ୍ତା 22ତାରିଖରେ କେନ୍ଦ୍ରାପଡା ଜିଲ୍ଲାରେ ବନ୍ଦ ରହିବ ମଦ ବିକ୍ରି । ସମସ୍ତ ସରକାରୀ ଠିପିଖୋଲା, ଠିପିବନ୍ଦ ଓ ଦେଶୀ ମଦ ଦୋକାନ ଗୁଡିକ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ଓ ରାମମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଭିଡ ଓ ଆଧ୍ୟାତ୍ମିକ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଓଡିଶା ଅବକାରୀ ଆଇନ ୨୦୦୮ର ସେକ୍ସନ ୨୬(୧) ଆଧାରରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଅବକାରୀ ବିଭାଗ ଚିଠି ନଂ ୧୫୪/୧୬ରେ ଜାରି କରାଯାଇଥିବା ନିର୍ଦ୍ଦେଶାନାମା ଅନୁଯାୟୀ ୧୬ ତାରିଖ ରାତି ସାଢ଼େ ଦଶରୁ ୧୮ ତାରିଖ ପୂର୍ବାହ୍ନ ୧୦ ଘଟିକା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ମଦ ଦୋକାନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବନ୍ଦ ରହିବ । ସେହିପରି ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଭଳି ଶୁଭ ଦିନର ଅବ୍ୟବହିତ ପୂର୍ବରୁ ଅର୍ଥାତ ଜାନୁଆରୀ ୨୧ ତାରିଖ ରାତି ସାଢ଼େ ଦଶରୁ ୨୩ ତାରିଖ ପୂର୍ବାହ୍ନ ୧୦ ଘଟିକା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ମଦ ଦୋକାନ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସାରା ଦେଶରେ ଏବେ ରାମମୟ ପରିବେଶ ସାଙ୍ଗକୁ ରାଜ୍ୟରେ ଜଗନ୍ନାଥଙ୍କ ଜୟଜୟ କାର ଶୁଣିବାକୁ ମିଳୁଛି । ଏଭଳି ସ୍ଥଳରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ଅଧିକ୍ଷକ ଏହି ଚିଠିକୁ ସମସ୍ତ ମଦ ବ୍ୟବସାୟୀଙ୍କୁ ଜାରି କରିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ଜଗନ୍ନାଥମୟ ସାରା ଶ୍ରୀକ୍ଷେତ୍ର: ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ- ୨୨ ତାରିଖକୁ ଛୁଟି ଘୋଷଣା ସହିତ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ଦାବି କଲା ବିଜେପି, ବିରୋଧ କଲା କଂଗ୍ରେସ

ତେବେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତୀକ୍ଷିତ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଏହାରି ସହିତ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ମହାଯଜ୍ଞର ପୂର୍ଣ୍ଣାହୁତି ଦେବେ ଗଜପତି । ଏଥିପାଇଁ ଉତ୍ସବ ମୁଖରିତ ହୋଇଉଠିଛି ସମଗ୍ର ଶ୍ରୀକ୍ଷେତ୍ର । ଲୋକାର୍ପଣ ଉତ୍ସବର ସାକ୍ଷୀ ହେବାରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ପୁରୀକୁ। ଏନେଇ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉତ୍ସବ ସ୍ଥଳୀରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇଛି । ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ ପାଇଁ ଫେସ୍ ରିଡିଙ୍ଗ କ୍ୟାମେରା ମଧ୍ୟ ପୋଲିସ ପକ୍ଷରୁ ସ୍ଥାପନ କରାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.